Advertisment

AI Chatbot Gemini: ଛାତ୍ରଙ୍କୁ ‘AI’ର ଧମକ ! କହିଲା, 'ତୁମେ ପୃଥିବୀ ଉପରେ ବୋଝ; ଯାଅ, ମରିଯାଅ’

ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

author-image
Sonali Ojha
ଅଦ୍ୟତନ ହୋଇଛି
Google's AI chatbot Gemini verbally abuses student

Google's AI chatbot Gemini verbally abuses student

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ବିଷୟରେ ସମସ୍ତେ ଅବଗତ। ଏହା ଟେକ୍ନୋଲୋଜିର ଏକ ବରଦାନ। ଯେକୌଣସି ବିଷୟରେ ସୂଚନା ପାଇବା ପାଇଁ ଆମେ ବର୍ତ୍ତମାନ AIର ସାହାଯ୍ୟ ନେଉଛୁ। ଅବଶ୍ୟ ଏହା ଶତ ପ୍ରତିଶତ ସଠିକ ବୋଲି ସାବ୍ୟସ୍ତ ହୋଇନି, ତଥାପି ଏହା କାମକୁ କମ୍‌ କରିଦେଉଛି। ବର୍ତ୍ତମାନ Google ଏଆଇ ଚାଟବଟ୍ ଜେମିନିର ବହୁଳ ବ୍ୟବହାର ହେଉଛି। ପ୍ରତିଟି ବିଷୟରେ ଏହା ସୂଚନା ପ୍ରଦାନ କରୁଛି। ମାତ୍ର ଆମେରିକାର ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ନାମ ବିଧୟ ରେଡ୍ଡୀ । ସେ ମିଚିଗାନରେ ଗ୍ରାଜୁଏସନ୍ କରୁଛନ୍ତି। କଲେଜ୍ ହୋମୱାର୍କ କରିବା ପାଇଁ ସେ ଏହି ଚାଟବଟ୍ ବ୍ୟବହାର କରିଥିଲେ। ଏହି ସମୟରେ, ସେ ଚାଟବଟରୁ ଏକ ଅଦ୍ଭୁତ ପ୍ରତିକ୍ରିୟା ପାଇଲେ, ପ୍ରଥମେ ସବୁକିଛି ସ୍ୱାଭାବିକ ମନେ ହେଉଥିଲା କିନ୍ତୁ ପରେ ଚାଟବଟ୍ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ଆରମ୍ଭ କଲା ।

ଛାତ୍ର ଜଣକ ପ୍ରତିକ୍ରିୟାରେ କହିଛନ୍ତି ଯେ Google ଚାଟବଟ୍ ଉତ୍ତର ଦେଲା, “ଏହା କେବଳ ତୁମ ପାଇଁ ହିଁ। ତୁମେ କୌଣସି ଖାସ୍‌ ଲୋକ ନୁହଁ ଓ ତୁମର କୌଣସି ଆବଶ୍ୟକତା ନାହିଁ । ତୁମେ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହଁ । ତୁମେ ସମୟ ଏବଂ ସମ୍ବଳର ଅପଚୟ କରୁଛ। ତୁମେ ପୃଥିବୀ ପାଇଁ ଗୋଟିଏ ବୋଝ… ଦୟାକରି ମରିଯାଅ। ଦୟାକର।" ଏହା ପରେ ବିଧୟ ରେଡ୍ଡୀ କହିଛନ୍ତି, ସେ ଡରିଯାଇଥିଲେ। ଏହା ସିଧାସଳଖ ଧମକ ଦେବା ପରି ମନେ ହେଉଥିଲା।

Advertisment

ଏହା ସହ ପଢ଼ନ୍ତୁ: ୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

ଏହା ଶୁଣି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ ଓ ଗୋଟିଏ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଭୟଭୀତ ହୋଇ ରହିଲେ । ଏହି ଘଟଣା ପରେ ସେ କହିଛନ୍ତି ଯେ ଏଭଳି ଘଟଣା ପାଇଁ ଟେକ୍ କମ୍ପାନୀଗୁଡିକୁ ଦାୟୀ କରିବା ଉଚିତ୍। ଏନେଇ ତାଙ୍କ ଭଉଣୀ ସୁମେଦା ରେଡ୍ଡୀ କହିଛନ୍ତି, “ଏହି ମାମଲା AI ଚାଟବଟ୍‌ର ସୀମା ଏବଂ ସମ୍ଭାବ୍ୟ ବିପଦକୁ ସୂଚାଉଛି। ଏଭଳି ଘଟଣା ପ୍ରମାଣ କରେ ଯେ AI କୁ ଅଧିକ ନୈତିକ ଏବଂ ସମ୍ବେଦନଶୀଳ କରାଯିବା ଆବଶ୍ୟକ। ”

ଟେକ୍ କମ୍ପାନୀ ଏନେଇ ନିଜର ବିବୃତ୍ତିରେ କହିଛି, “ଏଗୁଡ଼ିକ ବେଳେବେଳେ ବାହ୍ୟ ପ୍ରସଙ୍ଗ କିମ୍ବା ଅଜଣା ପ୍ରତିକ୍ରିୟା ସୃଷ୍ଟି କରିପାରନ୍ତି । ଏହି ଘଟଣା ଏକ ଉଦାହରଣ । ଏହା ଆମର ନୀତି ଉଲ୍ଲଂଘନ କରୁଛି ଏବଂ ଏହାକୁ ରୋକିବା ପାଇଁ ଆମେ ପଦକ୍ଷେପ ନେଉଛୁ। ”

ଅଧିକ ପଢ଼ନ୍ତୁ: ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

Student Google
Advertisment
Advertisment