• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ, ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ ଙ୍କ ସହ ୟୁକ୍ରେନ୍‌ ଯୁଦ୍ଧ ବାବଦରେ ଗୁରୁବାର ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି । ସେ ତାଙ୍କୁ ଆଗକୁ ଯୁଦ୍ଧ ନବଢ଼ାଇବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନା ଅତ୍ୟନ୍ତ ସୌଜନ୍ୟମୂଳକ ଥିବା ନେଇ ୱାସିଂଟନ୍‌ ପୋଷ୍ଟ ପକ୍ଷରୁ କୁହାଯାଇଛି । ଏହାସହ ଏବେ ବି ୟୁଏସ୍‌ ମିଲିଟାରୀ ୟୁରୋପ୍‌ରେ ଅଛନ୍ତି ବୋଲି ପୁଟିନ୍‌ଙ୍କୁ ମନେ ପକାଇଦେଇଛନ୍ତି ଟ୍ରମ୍ପ ।

ଏହା ପୂର୍ବରୁ ଅର୍ଥାତ୍‌ ବୁଧବାର ଦିନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦ୍ମିର ଜେଲେନ୍‌ସ୍କିଙ୍କ ସହ ମଧ୍ୟ ଟ୍ରମ୍ପ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଟ୍ରମ୍ପ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ଯେ ‘ଯଦି ମୁଁ ନିର୍ବାଚନରେ ଜିତିବି ତେବେ ଗୋଟିଏ ଦିନରେ ଋଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି ।’ ହେଲେ ଏବେ ଟ୍ରମ୍ପ ଉଭୟ ଦେଶ ସହ ଫୋନ୍‌ ଯୋଗେ କଥା ହୋଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ ନେଇ କୌଣସି ପ୍ରକାର ସମାଧାନର ସୂତ୍ର କହି ନାହାନ୍ତି ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ବିଜୟ ପରେ ଏଲନ ମସ୍କଙ୍କ ଟ୍ରାନ୍ସଝିଅ ଦେଲେ ବଡ଼ ବୟାନ, କହିଲେ...

ଅନ୍ୟପଟେ ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପ ଏବଂ ପୁଟିନ୍‌ ମଧ୍ୟରେ ହୋଇଥିବା ଫୋନ୍‌ କଲ୍ ଆଲୋଚନା ନେଇ ଆମ ପଖରେ କୌଣସି ସୂଚନା ନାହିଁ । ଏହାସହ ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଫୋନ୍‌ କଲ ନେଇ ୟୁକ୍ରେନ୍‌କୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନାହିଁ । ଯାହା ବି ଚର୍ଚ୍ଚା ହେଉଛି ତାହା ମିଥ୍ୟା । ଅନ୍ୟପଟେ ଟ୍ରମ୍ପ-ପୁଟିନ୍‌ଙ୍କ ଏହି ଫୋନ୍‌ କଲ ଆଲୋଚନା ଚର୍ଚ୍ଚାକୁ, ୟୁକ୍ରେନ୍‌ ପକ୍ଷରୁ ସମର୍ଥନ କିମ୍ବା ବିରୋଧ କରାଯାଉ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହେଓରୋହି ତିଖି ।

ଅନ୍ୟପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ୍‌ କହିଛନ୍ତି, ୟୁଏସ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିନା ବିଳମ୍ବରେ ଅତି ସହଜରେ ପାୱାର ହସ୍ତାନ୍ତର କରିବେ । ଏହାସହ ୟୁକ୍ରେନ୍‌-ଋଷ ଯୁଦ୍ଧ କିଭଳି ବନ୍ଦ ହେବ ସେନେଇ ମଧ୍ୟ ଟ୍ରମ୍ପଙ୍କ ସହ ଆଲୋଚନା କରିବେ ।

ଏହାସହ ଜାକେ ସୁଲିଭାନ୍‌ ଆହୁରି କହିଛନ୍ତି, ରାଷ୍ଟ୍ରପତି ବାଇଡେନ୍‌ଙ୍କ ପାଖରେ ୭୦ ଦିନର ସମୟ ମଧ୍ୟ ରହିବ । ଯେଉଁ ସୟୟ ମଧ୍ୟରେ ସେ ୟୁକ୍ରେନ୍‌-ଋଷ ଯୁଦ୍ଧ ମାମଲା କଂଗ୍ରେସ ଓ ନୂଆ ପ୍ରଶାସନ ସମ୍ମୁଖରେ ରଖିପାରିବେ ଏବଂ ବୁଝାଇ ପାରିବେ ଯେ ୟୁକ୍ରେନ୍‌କୁ ନିଜଠାରୁ ଦୂରେଇ ରଖିପାରିବ ନାହିଁ ଯୁକ୍ତରାଷ୍ଟ୍ର ଆମେରିକା । ଏହାଦ୍ୱରା ୟୁଏସ୍‌ରେ ଅଧିକ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଏହି ଆଲୋଚନା ସମୟରେ ମସ୍କୋ ପକ୍ଷରୁ ରହିଥିବା ଦାବି ଗୁଡ଼ିକ ପରିବର୍ତ୍ତନ କିମ୍ବା କୋହଳ ହେବାର ସମ୍ଭାବନା ନାହିଁ । ୧୪ ଜୁନ୍‌ରେ ଯୁଦ୍ଧ ବନ୍ଦ କରିବାକୁ ହେଲେ ଋଷ ପକ୍ଷରୁ ରଖାଯାଇଥିବା ସମସ୍ତ ଦାବି ପୂରଣ କରିବାକୁ ହେବ । ସେହି ଦାବି ଗୁଡ଼ିକ ମଧ୍ୟରେ ରହିଛି ୟୁକ୍ରେନ୍‌କୁ ନାଟୋ ସଦସ୍ୟତା କଥା ଭୁଲିଯିବ ଏବଂ ଚାରି କ୍ଷେତ୍ରରୁ ନିଜ ସୈନିକମାନଙ୍କୁ ପ୍ରତ୍ୟାହାର କରିବ ବା ଫେରାଇନେବ ।

ତେବେ ଋଷ ପକ୍ଷରୁ ଏହି ଦାବି ଗୁଡ଼ିକ ଆରମ୍ଭରୁ ରହିଥିବା ବେଳେ ୟୁକ୍ରେନ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ୟୁକ୍ରେନ୍‌ ନିଜ ଜିଦ୍‌ରେ ଅଟଳ ରହିଛି । ନାଟୋ ସଦସ୍ୟ ହେବା ପାଇଁ ୟୁକ୍ରେନ୍‌ ପ୍ରାଣପଣେ ଚେଷ୍ଟା ଚଳାଇଛି । ଏହାସହ ଏଭ ଭିକ୍ଟ୍ରି ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରି ରଖିଛି ୟୁକ୍ରେନ୍ । ସେଥିପାଇଁ ପଶ୍ଚିମାଞ୍ଚଳରେ ୟୁକ୍ରେନ୍‌ ଅଧିକ ମିଲିଟାରୀ ଫୋର୍ସ ମୁତୟନ କରି ରଖିଛି ।

ଅଧିକ ପଢ଼ନ୍ତୁ: Elon Musk Net Worth: ଏଲନ୍‌ଙ୍କ ଉପରେ ଟଙ୍କା ବର୍ଷା, ରାତାରାତି ୨୦.୫ ବିଲିଅନ ଡଲାର ବଢ଼ିଲା ସମ୍ପତ୍ତି

OTV is now on Whatsapp

Join and get latest news update delivered to you via whatsapp

Join Now