Advertisment

ପୁଣି ବେରୁଟରେ ଇସ୍ରାଏଲର ରକେଟ୍ ମାଡ଼,୨୨ ଜଣଙ୍କର ମୃତ୍ୟୁ

ଫିଲିସ୍ତିନୀ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଆଇଡିଏଫ୍ କହିଛି।

author-image
Satyendu Shekher Mishra
Lebanon

Lebanon

ଲେବାନନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଲେବାନନ ରାଜଧାନୀ ବେରୁଟରେ ଇସ୍ରାଏଲର ରକେଟ୍ ମାଡ଼। ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ ହୋଇଛି। ହିଜବୁଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ବେରୁଟରେ ୨ଟି କୋଠା ଉପରେ ରକେଟ୍ ମାଡ଼ କରିଛି ଇସ୍ରାଏଲ।

Advertisment

ସେପଟେ ଆତଙ୍କୀ ସଂଗଠନ ହମାସ ବିରୋଧରେ ବି ଇସ୍ରାଏଲ ଯୁଦ୍ଧ ଲଢୁଛି। ଗାଜାରେ ବିସ୍ଥାପିତମାନେ ଆଶ୍ରୟ ନେଇଥିବା ଏକ ସ୍କୁଲ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଫିଲିସ୍ତିନୀ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଆଇଡିଏଫ୍ କହିଛି।

ଅନ୍ୟପଟେ ହିଜବୁଲ୍ଲା ଶକ୍ତିକୁ ଦୁର୍ବଳ କରିଛି ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିସାରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇ ସାରିଛି। ଇସ୍ରାଏଲ ସେନା ଏକ ଏକ୍ସ ପୋଷ୍ଟରେ କହିଥିଲା ଯେ, ହିଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନ ହୁସେନୀ ସଫା ହୋଇଛି। ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି। 

Advertisment

ସେହିଭଳି ଇସ୍ରାଏଲ-ହମାସ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିଛି। ଏହି ଗୋଟିଏ ବର୍ଷ ମଧ୍ୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ବିବାଦ ସମଗ୍ର ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଅକ୍ଟୋବର ୭ରେ ଇସ୍ରାଏଲ ପାଲେଷ୍ଟାଇନର ସମର୍ଥିତ ସଂଗଠନ ହମାସ ଇସ୍ରାଏଲ ଉପରେ କରିଥିବା ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ ହୋଇଥିଲେ।

Israel Lebanon
Advertisment
Advertisment