ଜୋରରେ ଘର ଥରିବାରୁ ନେପାଳର ରାଜଧାନୀ କାଠମାଣ୍ଡୁରେ ଲୋକମାନେ ଘରଛାଡି ବାହାରକୁ ଦୌଡିଥିଲେ । ଜଣେ କାଠମାଣ୍ଡୁ ବାସିନ୍ଦା କହିଛନ୍ତି ଯେ, ମୁଁ ଶୋଇଥିଲି । ବେଡ୍ ହଲିଲା, ମୁଁ ଭାବିଲି ମୋ ଛୋଟ ପୁଅ ବେଡ୍ ଟାଣୁଛି । ତେଣୁ ମୁଁ ଧ୍ୟାନ ଦେଲିନି । ଯେତେବେଳେ ଝରକା ଥରିଲା, ମୁଁ ଜାଣିଲି ଭୂମିକମ୍ପ ହେଉଛି । ମୋ ପୁଅକୁ ଧରି ମୁଁ ସିଧା ଘର ଛାଡି ବାହାରକୁ ଚାଲି ଆସିଲି । ଆମେ ଆସି ଏକ ଖୋଲା ପଡିଆରେ ଛିଡା ହେଲୁ । ଆମ ପଡୋଶୀମାନେ ମଧ୍ୟ ଘରଛାଡି ବାହାରକୁ ଚାଲିଆସିଥିଲେ ।
ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜିର ତଥ୍ୟ ଅନୁଯାୟୀ, ନେପାଳ- ତିବ୍ଦତ ସୀମାନ୍ତରେ ଜିଜାଙ୍ଗ ନିକଟରେ ସକାଳ ୬.୩୫ ମିନିଟରେ ପ୍ରଥମେ ୭.୧ ତୀବ୍ରତାରେ ଭୂମିକମ୍ପ ହୋଇଥିଲା । ଏଥିରେ ସବୁଠୁ ଅଧିକ କ୍ଷତି ଘଟିଛି । ଚୀନର ଅଧିକାରୀମାନେ କହିଛନ୍ତି, ତିବ୍ଦତର ଦ୍ୱିତୀୟ ବୃହତ୍ତମ ସହର ଶିଗାତ୍ସେରେ ଭୂମିକମ୍ପର ତୀବ୍ରତା ଥିଲା ୬.୮ । ଏହାପରେ ୪.୭ ଓ ୪.୯ ତୀବ୍ରତାରେ ଦୁଇଟି ଭୂମିକମ୍ପ ହୋଇଥିଲା ।
ଚୀନର ସରକାରୀ ଟେଲିଭିଜନ ସଂସ୍ଥା ରହିଛି ଯେ, ଗତ ୫ ବର୍ଷ ଭିତରେ ଶିଗାତ୍ସେ ସହରଠାରୁ ୨୦୦ କିଲୋମିଟର ମଧ୍ୟରେ ୨୩ରୁ ଅଧିକ ତୀବ୍ରତା ଥିବା ୨୯ଟି ଭୂମିକମ୍ପ ହୋଇଛି । ତେବେ ମଙ୍ଗଳବାର ଭୂମିକମ୍ପର ତୀବ୍ରତା ସବୁଠୁ ଅଧିକ ଥିଲା । କେବଳ ଶିଗାତ୍ସେରେ ୧୨ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ : ଭୂମିକମ୍ପରେ ଥରିଲା ତାଇୱାନ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଝଟକା
ଥରେ ନୁହେଁ ସକାଳୁ ସକାଳୁ ୬ ଥର ହେଲା ଭୂମିକମ୍ପ । ପ୍ରଥମର ତୀବ୍ରତା ଅଧିକ ଥିଲା । ତା’ ପରେ ହେଲା କମ୍ ତୀବ୍ରତାର ଭୂମିକମ୍ପ । ନେଇଗଲା ୯୫ ରୁ ଅଧିକ ଜୀବନ । ମାଟିରେ ମିଶାଇଦେଲା ଅନେକ ବଡ ବଡ ବିଲ୍ଡିଂ ।
ସମୁଦାୟ ୬ ଥର ହୋଇଛି ଭୂମିକମ୍ପ। ସବୁଠୁ ବଡ଼ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୧ । ଥରି ଉଠିଲା ତିବ୍ଦତ ମାଟି । ଧୂଳିସାତ୍ ହେଲା ଅନେକ ଘରଦ୍ୱାର । ମିଳିଥିବା ସୂଚନା ଅନୁଯାୟୀ, ୯୫ ଜଣଙ୍କର ଏହି ଭୂମିକମ୍ପରେ ମୃତ୍ୟୁ ଘଟିଛି । ଏହି ଭୂମିକମ୍ପରେ ଭାରତ, ନେପାଳ ଓ ଭୁଟାନର ବହୁ ବିଲଡିଂ ମଧ୍ୟ ଦୋହଲିଯାଇଛି । ମଙ୍ଗଳବାର ସକାଳେ ଘଟିଛି ଏହି ଘଟଣା।
ସ୍ଥାନୀୟ ସମ୍ୱାଦ ସରବରାହ ସଂସ୍ଥାର ରିପୋର୍ଟକୁ ଆଧାର କରି ରଏଟର୍ସ କହିଛି, ଏହି ଭୂକମ୍ପରେ ୯୫ ଜଣଙ୍କ ପ୍ରାଣହାନି ଘଟିଛି । ଚୀନର ଏକ ନ୍ୟୁଜ୍ ଏଜେନସୀ ଦର୍ଶାଇଛି, ୧୩୦ ଜଣ ଆହତ ହୋଇଛନ୍ତି ।
ଏହି ଭୂମିକମ୍ପରେ ବହୁତ ବିଲଡିଂ ମାଟିରେ ମିଶିଛି । ଡିଙ୍ଗ୍ରି କାଉଣ୍ଟି ନିକଟରେ ସବୁଠୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଅଞ୍ଚଳ ହିଁ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ । ଅର୍ଥାତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ।
ଏହି ଭୂମିକମ୍ପର ପ୍ରଭାବ ଦିଲ୍ଲୀ- ଏନସିଆର୍, ଉତ୍ତର ଭାରତର କେତେକ ଅଞ୍ଚଳ ଏପରିକି ବିହାରର ପାଟନାରେ ମଧ୍ୟ ଜଣାପଡିଛି । ପଶ୍ଚିମବଙ୍ଗ ଓ ଆସାମରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।