Advertisment

Raging Cyclone Before Landfall: ଲ୍ୟାଣ୍ଡଫଲ୍‌ ପୂର୍ବରୁ ବାତ୍ୟାର ତାଣ୍ଡବ, ଭାସିଲା ଘରଦ୍ୱାର ଓ ଗାଡିମୋଟର...

ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ଡିଟୱା ।  ଆଉ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଶ୍ରୀଲଙ୍କାରେ ଆଣିଛି ପ୍ରଳୟ । ଯାହାର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

author-image
Tapan Swain
ଅଦ୍ୟତନ ହୋଇଛି
Cyclone-Ditwah

Cyclone-Ditwah Photograph: (OTV)

ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ଡିଟୱା ।  ଆଉ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଶ୍ରୀଲଙ୍କାରେ ଆଣିଛି ପ୍ରଳୟ । ଯାହାର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଭୀଷଣ ବନ୍ୟା ପରିସ୍ଥିତି । ଧସୁଛି ପାହାଡ, ଭାସୁଛି ଘରଦ୍ୱାର । ରାସ୍ତାଘାଟରେ ଅଣ୍ଟାଏ ଉଚ୍ଚର ପାଣି ଚାଲୁଛି। ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଏ ଯାଏଁ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୨୧ ଜଣ ନିଖୋଜ ଅଛନ୍ତି । 

Advertisment

ଟ୍ରେନ ଓ ବିମାନ ଚଳାଚଳ ଗୁରୁତର ପ୍ରଭାବିତ

ପାଣିପାଗ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ସୂଚନା ଅନୁସାରେ, ଶ୍ରୀଲଙ୍କାର ପ୍ରାୟ ୨୦ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବନ୍ୟାରେ ଘରଦ୍ୱାର ବୁଡିଯିବାରୁ ଲୋକେ ଛାତରେ ଆଶ୍ରୟ ନେଇଛନ୍ତି । ସେହିପରି ଟ୍ରେନ ଓ ବିମାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଓ ଅଫିସ୍ ବନ୍ଦ ଘୋଷଣା କରିଛନ୍ତି ସରକାର  ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିଲା ବାତ୍ୟା ଡିଟୱା । କ୍ରମେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୩୦ ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ର ଉପକୂଳରେ ପହଞ୍ଚିବା ଅନୁମାନ କରାଯାଇଛି ।   

Advertisment

ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ । ଓଡିଶାରେ ଏହାର ପ୍ରଭାବ ରହିବା ସମ୍ଭାବନା କମ୍ । ତେବେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପାଗ ମେଘୁଆ ରହିପାରେ । 

Cyclone Devastation
Advertisment
Related Articles
Advertisment