• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର । ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି । ସୁନାମୀ ପରେ ଭୁସୁଡ଼ି ପଡ଼ିଛି କୋଠା, ଏକାଧିକ ଅଞ୍ଚଳରେ ନିଆଁ ଲାଗି ଯାଇଛି । ଏଦୃଶ୍ୟ ଦେଖିବାକୁ ଯେତେ ଭୟଙ୍କର, ସେତେ ହୃଦୟ ବିଦାରକ ।

ଏବେ ଯାଏଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତାସହ ଏବେ ବି ଅନେକ ବିଭିନ୍ନ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଉଦ୍ୟମ ଚାଲିଛି । ଅନେକ ହୋଟେଲ, ମଲ୍ ଭାଙ୍ଗିଯାଇଛି ।

ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସୂଚନା ଦେଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ଉଦ୍ଧାରକାରୀ ଟିମ୍ ଲାଗି ପଡିଛନ୍ତି । ଗତକାଲି ୭.୬ ତୀବ୍ରତାର ଭୂକଂପ ଝଟକା ଅନୁଭୂତ ହୋଇଥିଲା ।

ଶକ୍ତିଶାଳୀ ଭୂଂକପ ଝଟକା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ଥରେ କି ଦୁଇଥର ନୁହେଁ, ୨୪ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଅନୁଭୂତ ହେଉଛି ।