Advertisment

Earthquake Triggers Deadly Floods: ପ୍ରଳୟ ନେଇଗଲା ୧୨୮ରୁ ଅଧିକ ଜୀବନ , ଦୋହଲାଇଲା ଭୁମିକମ୍ପ...ମାଡ଼ି ଆସିଲା ବନ୍ୟା

ଦେଶର ଉତ୍ତର ସୁମାତ୍ରାରେ 6.2 ତୀବ୍ରତାର ଭୂମିକମ୍ପ ଆସିବାର କିଛି ଘଣ୍ଟା ପରେ, ଅନେକ ଜିଲ୍ଲାରେ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଆତଙ୍କ ସୃଷ୍ଟି କରିଛି। ଆଉ ଏହି ପ୍ରଳୟରେ ୧୨୮ରୁ ଅଧିକ ଜୀବନ ଯାଇଥିବା ବେଳେ କେବଳ ସୁମାତ୍ରାରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି।

author-image
Manas Ranjan Mohanty
Sumatra-Flood

Sumatra-Flood Photograph: (OTV)

ଘୁ ଘୁ ହୋଇ ମାଡ଼ି ଆସୁଛି ବନ୍ୟା ପାଣି। ତାସ ପତ୍ତା ପରି ଭୁଷୁଡି ଯାଉଛି ଘର। ଆଉ ପ୍ରଥର ସ୍ରୋତରେ ଭାସି ଯାଉଛନ୍ତି ସାଧାରଣ ଲୋକ। ସତେ ଯେମିତି ଏଠି ପ୍ରକୃତି କରୁଛି ମହା ତାଣ୍ଡବ।  ଇଣ୍ଡୋନେସିଆର ଏହି ଚିତ୍ର ଗୁଡ଼ିକ ଥରାଇ ଦେଉଛି ଛାତି।

Advertisment

ଦେଶର ଉତ୍ତର ସୁମାତ୍ରାରେ 6.2 ତୀବ୍ରତାର ଭୂମିକମ୍ପ ଆସିବାର କିଛି ଘଣ୍ଟା ପରେ, ଅନେକ ଜିଲ୍ଲାରେ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଆତଙ୍କ ସୃଷ୍ଟି କରିଛି। ଆଉ ଏହି ପ୍ରଳୟରେ ୧୨୮ରୁ ଅଧିକ ଜୀବନ ଯାଇଥିବା ବେଳେ କେବଳ ସୁମାତ୍ରାରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଅନେକ ନିଖୋଜ ଅଛନ୍ତି ।

ଉତ୍ତର ସୁମାତ୍ରାରେ ବନ୍ୟା ଯୋଗୁଁ 3,200ରୁ ଅଧିକ କଚ୍ଚା ଘର ଏବଂ କୋଠା ବୁଡ଼ିଯାଇଛି। ଆଉ ପ୍ରାୟ 3,000 ପରିବାରକୁ ସରକାରୀ ଆଶ୍ରୟସ୍ଥଳକୁ ପଠାଯାଇଛି। ପରିସ୍ଥିତି ଏମିତି ଯେ ଉତ୍ତର ସୁମାତ୍ରାର ୧୨ଟି ସହର ଏବଂ ଜିଲ୍ଲାରେ ପ୍ରଭାବିତ ହୋଇଥିବା ବେଳେ, ଏହି ଅଞ୍ଚଳକୁ ପହଞ୍ଚିବା ଉଦ୍ଧାର ଦଳ ପାଇଁ କାଠିକର ପାଠ ସାଜିଛି। ଏହି ଅଞ୍ଚଳ ଗୁଡ଼ିକ ମାଟି କାଦୁଅରେ ଭରି ରହିଛି। ସେହିପରି ବିଦ୍ୟୁତ ବିଭ୍ରାଟ ଏବଂ ଯୋଗାଯୋଗର ଅଭାବ ସନ୍ଧାନ ପ୍ରୟାସକୁ ବାଧା ଦେଉଛି।

Advertisment

ପଶ୍ଚିମ ସୁମାତ୍ରାର ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ରିପୋର୍ଟ କରିଛି ଯେ ବନ୍ୟା ଯୋଗୁଁ ୧୭,୦୦୦ ରୁ ଅଧିକ ଘର ବୁଡ଼ିଯାଇଛି, ପ୍ରାୟ ୨୩,୦୦୦ ବାସିନ୍ଦାଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ପଳାଇବାକୁ ବାଧ୍ୟ ହୋଇଛନ୍ତି। ଧାନ କ୍ଷେତ, ପଶୁପାଳନ ଏବଂ ସାର୍ବଜନୀନ ସୁବିଧା ମଧ୍ୟ ନଷ୍ଟ ହୋଇଯାଇଛି। ଏବଂ ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପୋଲ ଏବଂ ରାସ୍ତା ବିଚ୍ଛିନ୍ନ ହୋଇଯାଇଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି ସ୍ଥାନୀୟ ବାସିନ୍ଦା। ଏବେବି ଉଦ୍ଧାରକାରୀ ଦଳ ନିଖୋଜ ମାନଙ୍କୁ ଖୋଜିବାରେ ଲାଗିଛନ୍ତି। ଆଉ ଖୁବଶୀଘ୍ର ପରିସ୍ଥିତି ଉପରେ ନିୟନ୍ତ୍ରଣ ନେବାକୁ ଚେଷ୍ଟା କରୁଛନ୍ତି ।

Earthquake Indonesia Flood Sumatra
Advertisment