/odishatv-khabar/media/media_files/2025/11/29/hong-kong-fire-update-2025-11-29-10-48-20.jpg)
Hong-Kong-Fire-Update Photograph: (OTV)
ହୁତୁ ହୁତୁ ହୋଇ ଜଳି ଉଠିଲା ୩୧ ମହଲା କୋଠା । ଛଟପଟ ହୋଇ ପାଉଁଶ ହୋଇଗଲେ ୧୨୮ ଜଣ । ଏକାଠି ଜଳି ଉଠିଲା ୭ଟି ନଭଶ୍ଚୁମ୍ବୀ ଅଟ୍ଟାଳିକା। ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲେ ଲୋକେ। ସାରା ବିଶ୍ବକୁ ଥରାଇ ଦେଇଛି ହଂକଂ ଆପାର୍ଟମେଣ୍ଟରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ।
ବୁଧବାର ଅପରାହ୍ନରେ, ହଂକଂର ତାଇ ପୋ ଅଞ୍ଚଳର ୱାଙ୍ଗ ଫୁକ୍ କୋର୍ଟ କମ୍ପ୍ଲେକ୍ସରେ ଥିବା ଆଠଟି କୋଠା ମଧ୍ୟରୁ ସାତଟିରେ ଘଟିଥିଲା ଅଗ୍ନିକାଣ୍ଡ। 1,000 ରୁ ଅଧିକ ଅଗ୍ନିଶମ କର୍ମଚାରୀ 24 ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଦୁର୍ଘଟଣାର ଦୁଇ ଦିନ ପରେ ମଧ୍ୟ ଏବେବି କୋଠାଗୁଡ଼ିକରୁ ଧୂଆଁ ବାହାରୁଥିବା ଦେଖାଯାଉଛି। ଆଉ ଏବେ ଯାଏଁ ଏ କାଳ ନିଆଁ ୧୨୮ ଜୀବନକୁ ଗ୍ରାସି ସାରିଲାଣି। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ତେବେ ସେଭଳି ସ୍ଥଳେ ପ୍ରଶ୍ନ ଉଠୁଛି ଆଖିକୁ ସୁନ୍ଦର ଓ ଆଭିଜାତ୍ୟର ପ୍ରତୀକ ଥିବା ଏହି ଆପାର୍ଟମେଣ୍ଟ ଗୁଡ଼ିକ କେତେ ସୁରକ୍ଷିତ? ଆଉ ଯଦି ବିଶ୍ୱର ସବୁଠାରୁ ଉଚ୍ଚ କୋଠା, ବୁର୍ଜ ଖଲିଫାରେ ସମାନ ଅଗ୍ନିକାଣ୍ଡ ହୋଇଥାନ୍ତା ତେବେ କ’ଣ ହୋଇଥାନ୍ତା? କାରଣ ହକଂରେ ଅଗ୍ନିକାଣ୍ଡ ଘଟିଥିବା କୋଠାଟି ୩୧ ମହଲାର ଥିବାବେଳେ ବୁର୍ଜ ଖଲିଫାରେ ମୋଟ୍ ୧୬୩ଟି ଫ୍ଲୋର୍ ଅଛି। ତେଣୁ ନିଶ୍ଚିତ ଭାବେ ଏଠାରେ ଅଗ୍ନିକାଣ୍ଡ ଘଟିଲେ ଏହା ଅତ୍ୟନ୍ତ ବିନାଶକାରୀ ହେବ।
ହଜାର ହଜାର ଲୋକ ଏଥିରେ ମୃତାହତ ହେବେ। ବିଶ୍ବର ସବୁଠାରୁ ବଡ଼ ଅଟ୍ଟାଳିକା ହେତୁ ଉଦ୍ଧାରକାରୀ ଦଳ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ତେବେ ଦେଖିବାକୁ ଗଲେ ବୁର୍ଜ ଖଲିଫାରେ ସ୍ମୋକ ଡିଟେକ୍ସନ ସିଷ୍ଟମ, ଓ୍ବାଟର ସ୍ପ୍ରିକଲର୍, ପ୍ରସରାଇଜ୍ ସିଡି ଭଳି ସବୁଠାରୁ ଉନ୍ନତମାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି। ଯାହାଦ୍ୱାରା ଜୀବନହାନିକୁ କମ କରାଯାଇ ପଡ଼ିବ। ହେଲେ ଏପରି ବଡ଼ ବଡ଼ କୋଠାରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ନିଶ୍ଚିତ ବହୁତ ବଡ଼ ଚ୍ୟାଲେଞ୍ଜ।
ହଂକଂର ଯେଉଁ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ପ୍ରାୟ 2,000 ଫ୍ଲାଟ୍ ଥିଲା, ଯେଉଁଥିରେ ପ୍ରାୟ 4,800 ଲୋକ ରହୁଥିଲେ। ଫଳରେ ଦୁର୍ଘଟଣା ପରେ ପ୍ରାୟ ୯୦୦ ରୁ ଅଧିକ ଲୋକ ଏବେ ହୋଇଯାଇଛନ୍ତି ବାସ ହରା। ସେମାନଙ୍କୁ ରିଲିଫ କ୍ୟାମ୍ପରେ ରଖାଯ।ଇଛି। ଅଗ୍ନିକାଣ୍ଡ ପଛରେ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିବା ବାଉଁଶ ଭାରାକୁ ଦାୟୀ କରାଯାଉଛି। ଯାହା ନିଆଁକୁ ଦ୍ରୁତ ଗତିରେ ବ୍ୟାପିବାରେ ସାହାଯ୍ୟ କରିଥିଲା। ତେବେ କୋଠା ନିର୍ମାଣ କାମରେ ଅବହେଳା ପାଇଁ ହଂକଂ ପୋଲିସ କମ୍ପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି।
Gundicha Temple Will Not Open: ଡିସେମ୍ବର ପହିଲାରୁ ଖୋଲିବନି ଗୁଣ୍ଡିଚା ମନ୍ଦିର , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ରିପୋର୍ଟ ପରେ ନିଷ୍ପତ୍ତି ସ୍ଥଗିତ

Puri Jagannath Temple: ଶ୍ରୀମନ୍ଦିର ସମ୍ପର୍କରେ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ , ବିବାହ ପୂର୍ବରୁ ଦର୍ଶନ କଲେ ପ୍ରେମ ସଫଳ ହେବନି

Today Panchang 29th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 29th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)