/odishatv-khabar/media/post_attachments/uploadimage/library/16_9/16_9_0/Earthquake_1723787861.jpg)
Earthquake
ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ । ଭୂମିକମ୍ପର ପ୍ରଭାବରେ ଘରର ଆସବାବ ପତ୍ର ଦୋହଲିବା ସହ ଫ୍ୟାନ ଟିଭି ସବୁଥିରେ କମ୍ପନ ସୃଷ୍ଟି ହୋଇଛି । ଏମିତିକି ହୋଟେଲ ଓ ଅଫିସରେ ଥିବା ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ସହ ଭୟରେ ନିଜର ଚେୟାର ଛାଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା, ଜାରି ହେଲା ସୁନାମୀ ଆଲର୍ଟ
ସୂଚନା ଅନୁସାରେ ଶୁକ୍ରବାର ତାଇୱାନର ପୂର୍ବ ସହର ହୁଆଲିଏନ୍ ଠାରୁ ୩୪ କିଲୋମିଟର ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଭୂମିକମ୍ପର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡର ବୋଲି ଜଣାପଡ଼ିଛି । ଏହି ଦ୍ୱୀପର ପାଣିପାଗ ବିଭାଗ ଅନୁଯାୟୀ ଗୋଟିଏ ଦିନ ଭିତରେ ଏହା ଦ୍ୱିତୀୟ ବଡ଼ ଭୂମିକମ୍ପ । ତେବେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ରିପୋର୍ଟ ହୋଇନାହିଁ ।
ଏପ୍ରିଲରେ ଗତ ୨୫ ବର୍ଷରେ ତାଇୱାନରେ ସବୁଠୁ ବଡ଼ ଭୂମିକମ୍ପ ଅନୁଭବ ହୋଇଥିଲା । ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିବା ସହ ୯୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ ।
#ÚLTIMAHORA#CHINA#Terremoto de magnitud 6,3 frente a las costas de #Taiwán.#Earthquake#Sismopic.twitter.com/UXuoidDgvK
— 𝙈𝙖𝙧𝙞𝙤 𝙈𝙤𝙧𝙖𝙮 (@Mario_Moray) August 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)