• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ED ରେଡ୍‌ର ଦିନକ ପରେ ଖଗେଶ୍ୱର ଗିରଫ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କୁ ଗିରଫ କଲା ଇଡି । ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ED ହାତରେ ଲାଗିଛି । ୨୦୧୭ରୁ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି । ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । ଗତକାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍‌ରେ ଚଢ଼ାଉ କରିଥିଲା ଇଡି । ତେବେ ଦୀର୍ଘ ଦିନ ଧରି ଖଗେଶ୍ୱରଙ୍କୁ ପୋଲିସ ଖୋଜୁଥିଲେ ବି ପାଉନଥିଲା । କିନ୍ତୁ ED ଦାୟିତ୍ୱ ନେବା ପରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଘରେ ରେଡ୍‌ କରିଥିଲା । ଆଉ ଏହାର ଦିନକ ପରେ ଖଗେଶ୍ୱରଙ୍କୁ ଗିରଫ କଲା । ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ଦିନ ହେଲା ପୋଲିସ ପାଉନଥିଲା କିନ୍ତୁ EDF ତୁରନ୍ତ ଗିରଫ କଲା । ଯାହାଫଳରେ ପୋଲିସର କାର୍ଯ୍ୟଶୈଳି ଓ ଦକ୍ଷତା ଉପରେ ପ୍ରଶ୍ନ ବି ଉଠୁଛି ।

ଗତକାଲି ହନିଟ୍ରାପ୍ କ୍ୱିନ୍‌ ତଥା ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ ଚଢ଼ଉ କରିଥିଲା । ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ୬ଟି ସ୍ଥାନରେ ଇଡିର ଖୋଳତାଡ଼ କରିଥିଲା । କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱର ସତ୍ୟବିହାର ଘର, ଜଳେଶ୍ୱରର ଥିବା ଶାଶୁ ଘର ଓ କଟକ ବାଙ୍କିରେ ରେଡ୍‌ ହୋଇଥିଲା । 

ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଥିବା ଖଗେଶ୍ୱରଙ୍କ କାର୍ ଶୋ’ ରୁମ୍‌ରେ ମଧ୍ୟ ରେଡ୍ କରିଥିଲା ଇଡି । ଇଡି ରେଡ୍ ସମୟରେ ଘର ବାହାରେ CRPF ମୁତୟନ ହୋଇଥିଲେ । ରେଡ୍‌ ବେଳେ କ’ଣ କ’ଣ ସବୁ ମିଳିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବାର ସୂଚନା ମିଳିଛି । ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ସମ୍ପର୍କରେ ଏହି ରେଡ୍‌ରୁ ବହୁ ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି ।  

ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍‌ଆଇଆର୍‌ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।