• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହନିଟ୍ରାପ୍‌ କୁଇନ୍‌  ଅର୍ଚ୍ଚନା ନାଗ ଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି । ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଅର୍ଚ୍ଚନାଙ୍କୁ ଆଜି ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଇଡିର ସ୍ୱତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରଯାଇଥିଲା । ଆଉ ତା’ପରେ  ଲେଡି ବ୍ଲାକମେଲର ଅର୍ଚ୍ଚନା ଗିରଫ ହୋଇଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି ।

ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ କୋର୍ଟରେ ହାଜର କରିଥିଲା ଇଡି । ଜଗବନ୍ଧୁକୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ED । ଯଦି କୋର୍ଟ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦିଅନ୍ତି, ତେବେ ଦୁଇଜଣଙ୍କୁ ମହାଁମୁହିଁ ବସାଇ ଜେରା କରିପାରେ । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ଗତ ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା । ବ୍ଲାକମେଲ କ୍ୱିନ୍‌କୁ ୭ ଦିନିଆ ଲମ୍ବା ରିମାଣ୍ଡରେ ଆଣିଥିଲେ ବି ଜେରା ବେଳେ ଅର୍ଚ୍ଚନା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା କୁହାଯାଇଥିଲା ।