• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଅର୍ଚ୍ଚନା ନାଗ ମାମଲାରେ ଇଡି ଭୁବନେଶ୍ୱର ର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ରହିଛି ସାଂଘାତିକ ତଥ୍ୟ। ଏହି ଚାର୍ଜସିଟ ଅନୁସାରେ ସହଯୋଗୀ ଶ୍ରଦ୍ଧାଞ୍ଜଳିକୁ ବ୍ୟବହାର କରି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରୁଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା । ଅକ୍ଷୟ ପରିଜାଙ୍କ ସହିତ ଆଉ ଜଣକୁ ମଧ୍ୟ ଅର୍ଚ୍ଚନା ବ୍ଲାକମେଲ୍ କରୁଥିବାର ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି ।

ସେହି ବ୍ୟକ୍ତି ଜଣକ ନୟାଗଡ଼ର ଜଣେ ନେତା ଓ ବ୍ୟବସାୟୀ ବୋଲି ଚାର୍ଜସିଟରେ ଲେଖା ହୋଇଛି । ଏବେ ପ୍ରଶ୍ନ ଉଠୁଛି, କିଏ ସେହି ନୟାଗଡ଼ର ନେତା, ଯାହାକୁ ବ୍ଲାକମେଲ୍ କରୁଥିଲା ଅର୍ଚ୍ଚନା ନାଗ । ସେହି ନେତା ଜଣକ କିଏ, ଯିଏ କି ଅର୍ଚ୍ଚନାର ନାଗଫାଶରେ ପଡ଼ିଥିଲେ, ବ୍ଲାକମେଲ୍‌ର ଶିକାର ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ମିଳିମିଶି ବଡ଼ବଡ଼ିଆଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ଇଡି ଆଶଙ୍କା କରୁଛି, ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର । ତେଣୁ ଅଧିକ ତଦନ୍ତ ପାଇଁ କୋର୍ଟଙ୍କ ଅନୁମତି ମାଗିଛି ଇଡି । ଜବତ ହୋଇଥିବା ଅଭିଯୁକ୍ତଙ୍କ ସଂପତ୍ତିକୁ ବାଜ୍ୟାପ୍ତି କରିବାକୁ ମଧ୍ୟ ଇଡି କୋର୍ଟଙ୍କ ଅନୁମତି ମାଗିଛି ।