ପୁରୀ: ବହୁଦିନର ଦାବି ପରେ ଭୁବନେଶ୍ୱରରୁ ପୁରୀ ଜିଲ୍ଲାକୁ ଆଜିଠୁ ଆରମ୍ଭ ହେଲା ମୋ ବସ ସେବା । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହାର ଉଦଘାଟନ କରିବା ସହ ମୋ ବସରେ ବସିଥିଲେ। ଏହି ବସ୍ ପିପିଲି ଯିବା ରାସ୍ତାରେ ଦାଣ୍ଡମୁକୁନ୍ଦପୁରରେ ଷ୍ଟପେଜ ରହିବ। ଏହାକୁ ନେଇ ଯାତ୍ରୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍ରେ ଭଡ଼ା ୩୦ ଟଙ୍କା ରହିଥିବା […]
ପାରଳାଖେମୁଣ୍ଡି: ବ୍ୟାଙ୍କ ପରିସରକୁ ପ୍ରବେଶ କଲା କରୋନା। ପାରଳାଖେମୁଣ୍ଡି ଜିଲ୍ଲାର ଜଣେ ବ୍ୟାଙ୍କ ମ୍ୟାନେଜର କରୋନା ଆକ୍ରାନ୍ତ ହୋଇଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି । ସୂଚନାଥାଉ କି, ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ […]
ବାଲେଶ୍ୱର: ବାଲେଶ୍ୱର ଅଙ୍ଗାରଗଡ଼ିଆ ଠାରେ ରେଳ ଫ୍ଲାଏ ଓଭର ବ୍ରିଜ କାମ ହେଉଥିବା ସ୍ଥାନରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ସୋନା ସୋରେନ । ସେ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲାରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଶ୍ରମିକ ଜଣକ ଏହି କଂକ୍ରିଟ ପିଲାର ତଳେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସହଦେଖୁଣ୍ଟା […]
ସୋର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ବାଟରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ଗତକାଲି ମଇତାପୁର ଗାଁର ଭାଗିରଥୀ ବେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପୁଅ ମନୋଜ ତାଙ୍କୁ ନେଇ ପ୍ରଥମେ ସିମୁଳିଆ ଡାକ୍ତରଖାନା ଯାଇଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ। ଆଜି ସକାଳେ ମନୋଜ […]
ସମ୍ବଲପୁର: ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍ ଗେଟ୍। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୭ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ପ୍ରକୃତରେ ଅଣ୍ଡାର ଫଣ୍ଡା କେହି ଆଜିଯାଏ ଖୋଲି ପାରି ନାହାନ୍ତି । ଅଣ୍ଡାକୁ ନେଇ ଅନେକ ପ୍ରଶ୍ନ ମନରେ। ଯେମିତି-ଆଗ ଅଣ୍ଡାର ସୃଷ୍ଟି ନା କୁକୁଡାର ? ଅଣ୍ଡା ପ୍ରସ୍ତୁତ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି । ଯେମିତି ଅଣ୍ଡାକୁ କେତେ ପ୍ରକାର ଟେଷ୍ଟରେ ଖାଇହେବ..ସିଝା..ଝୋଳ, ଓମ୍ଲେଟ..ଇତ୍ୟାଦି । ଅଣ୍ଡାର ବିଭିନ୍ନ ଉପକାରିତାକୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଅଣ୍ଡା ଚୁଟିକୁ ସିଲିକି କରେ, କେକ୍ରେ ଅଣ୍ଡା ପକାଇଲେ ଏହା ଫୁଲିଥାଏ, ଟେଷ୍ଟ […]
ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହେବ। ଲୋକେ ବରାଦ ଦେଇ ଅବଢ଼ା ନେଇ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚାଲିଛି। ଏନେଇ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ପୁରୀ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏନେଇ ମହାସୁଆର, ସୁଆର ସେବାୟତଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ନାକଚଣା ଦ୍ୱାର ନିକଟ ବସ୍ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ବୋଲି ଏକପ୍ରକାର ସୂଚନା ମିଳିଛି […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […]
ନୂଆଦିଲ୍ଲୀ: ପୁଣି ଚୀନ ତାର ଅସଲ ରୂପ ଦେଖାଇଛି। ଗୋଟେପଟେ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା କରୁଥିବାବେଳେ ଅନ୍ୟପଟେ ସେନାର ଛାଉଣୀ କରିଛି। ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି। ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର […]
ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହିି ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ଅନ୍ୟପକ୍ଷରେ ଆଧାର […]
ଜମ୍ମୁ-କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ଜାରି ରହିଛି ସେନାର ଆତଙ୍କୀ ନିପାତ ଅଭିଯାନ। ଉତ୍ତର କାଶ୍ମୀରର ସୋପୋର ହର୍ଦ୍ଦସିଭା ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ପୋଲିସ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଉଭୟ ସେନା ଏବଂ ସିଆରପିଏଫ୍ ପକ୍ଷରୁ ଏହି ଅପରେସନକୁ ରୂପ ଦିଆଯାଉଛି । ବର୍ତ୍ତମାନ ଉଭୟ ପଟୁ ବଡ଼ ଧରଣର ଗୁଳିମାଡ଼ ହେଉଥିବା ଜଣାପଡ଼ିଛି । ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା […]