/odishatv-khabar/media/media_files/2025/12/20/t-20-2025-12-20-20-34-13.jpg)
T-20 Photograph: (OTV)
୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଛି ୧୫ଜଣିଆ ଭାରତୀୟ ଦଳ। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପ୍ରଥମଥର ବିଶ୍ୱକପ୍ ମୈଦାନକୁ ଓହ୍ଲାଇବ ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଟିମ୍ ଇଣ୍ଡିଆ। ଦିନିକିଆ ଏବଂ ଟେଷ୍ଟ ଟିମର କ୍ୟାପଟେନ୍ ଶୁବମନ ଗିଲ୍ ଦଳରୁ ବାଦ୍ ପଡ଼ିଥିବାବେଳେ ସରପ୍ରାଇଜ୍ ଏଣ୍ଟ୍ରି ମାରିଛନ୍ତି ୱିକେଟକିପର ବ୍ୟାଟର ଇଶାନ କିଷନ। ୨୦୨୫ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ ପାଇଁ ପାଖିପାଖି ୨ ବର୍ଷ ପରେ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି ଇଶାନ୍। ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଭାଇସ-କ୍ୟାପଟେନ୍ ଦାୟିତ୍ୱ ଦେଇଛି ବିସିସିଆଇ। ଜିତେଶ ଶର୍ମା ନିଜ ପ୍ରଥମ ବିଶ୍ୱକପ ଖେଳିବାରୁ ବଞ୍ଚିତ ହୋଇଥିବାବେଳେ ପାୱାର ହିଟର୍ ରିଙ୍କୁ ସିଂହଙ୍କୁ ମିଳିଛି ସୁଯୋଗ।
ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟର ସବୁଠୁ ବଡ଼ ଲଢେଇ। ୪ଟି ଗ୍ରୁପ୍, ୨୦ଟି ଦଳଙ୍କ ଭିତରେ ହେବ ଟକ୍କର। ୟୁଏସ୍ଏ ବିପକ୍ଷରୁ ନିଜ ଅଭିଯାନ ଆରମ୍ଭ କରିବ ଭାରତ। ବ୍ୟାଟିଂ, ବୋଲିଂ ସବୁଥିରେ ଭାରତ ଶକ୍ତିଶାଳୀ ଥିଲେ ବି, ଖୋଦ୍ କ୍ୟାପଟେନଙ୍କ ବଲ୍ଲା ନଚାଲିବା, ଟିମ୍ ଇଣ୍ଡିଆର ସବୁଠୁ ବଡ଼ ଟେନସନ୍। ୨୦୨୫ରେ ପୂରା ଫିକା ରହିଛି ସୂର୍ଯ୍ୟଙ୍କ ତେଜ। ବିଶ୍ୱକପ୍ ଜିତିବାକୁ ହେଲେ ସ୍କାଏଙ୍କ ବ୍ୟାଟରୁ ରନ୍ ଆସିବା ନିହାତି ଦରକାର। ଅନ୍ୟପଟେ ଶୁବମନ ବାଦ ପଡିବା, ସଞ୍ଜୁଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। ଅଭିଷେକ ଶର୍ମାଙ୍କ ସହ ତାଙ୍କ ଯୋଡ଼ି ପୂର୍ବରୁ ମଧ୍ୟ ଅନେକ କମାଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-ଟ୍ବେଣ୍ଟିରେ ନିଜ ବ୍ୟାଟିଂର ପ୍ରମାଣ ଦେଇଥିଲେ ସଞ୍ଜୁ। ସେହିପରି ଟି-ଟ୍ବେଣ୍ଟିରେ ସେ ୩ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ମାରିଛନ୍ତି। ଏଥିପାଇଁ ଟି-ଟ୍ବେଣ୍ଟି ସ୍କ୍ବାଡ ପାଇଁ ପ୍ରବଳ ଦାବିଦାର ଥିଲେ ସଞ୍ଜୁ। ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲଙ୍କୁ ନେଇ ମିଡିଲ ଅର୍ଡର ପୂରା ଶକ୍ତିଶାଳୀ। ବୁମ୍ ବୁମ୍ ବୁମରା, ଅର୍ଶଦୀପ, ହର୍ଷିତ, କୁଲଦୀପ ଓ ବରୁଣଙ୍କୁ ନେଇ ବୋଲିଂ ବାହିନୀ ବି ବେଶ ସନ୍ତୁଳିତ।...
ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଜିତିଥିଲେ ବି ଟି-୨୦ ବିଶ୍ୱକପ୍ ଜିତିନି ଭାରତ। ତେଣୁ ୨୦୨୩ରେ ଅହମ୍ମଦାବାଦରେ ଅଧୁରା ରହିଥିବା ସ୍ୱପ୍ନ ୨୦୨୬ରେ ପୂରା ହେବ ବୋଲି ଆଶା ରଖିଛନ୍ତି କ୍ରୀଡାପ୍ରେମୀ।
Despite Digital India Push: ଅନ୍ଧାରରେ ୧୩୯ ଗାଁ ... ଦୁଃଖ ଶୁଣ ହେ ପ୍ରଶାସନ !

Hindu Man Killed: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ ,ଯୁବକଙ୍କୁ ପିଟିପିଟି ମାରିଲେ ... ଗଛରେ ଟାଙ୍ଗି ଦେଲେ

Dhurandhar Breaks: ପାକିସ୍ତାନରେ ମାତିଲାଣି ଧୁରନ୍ଧର ଝଡ଼ , ବ୍ୟାନ୍ ହୋଇ ମଧ୍ୟ ଭାଙ୍ଗିଲା ୨୦ ବର୍ଷର ରେକର୍ଡ

Broken Home Broken Dreams: ଘର ନାହିଁ ବୋଲି କାଳୁଙ୍କୁ ମିଳୁନାହାନ୍ତି କନ୍ୟା , ବୟସ ୩୫ ବର୍ଷ ହେଲାଣି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)