Advertisment

Massive Airstrikes on ISIS: ରକ୍ତମୁଖା ଆମେରିକା… ରାତିଅଧରେ ବର୍ଷାଇଲା ବୋମା, ମିସାଇଲ୍

ସିରିଆ ମାଟିରେ ଆମେରିକା ସେନାର ବଡ଼ ଅପରେସନ। ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍, ଭୟଙ୍କର ବଦ୍‌ଲା । ଥରଥର କମ୍ପିଲେ ଆତଙ୍କବାଦୀ । କାଲି ରାତିଅଧରେ ସିରିଆରେ ଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ବା ‘ISIS’ ଠିକଣାରେ ଏୟାରଷ୍ଟ୍ରାଇକ୍‌ କରିଛି ଆମେରିକା ।

author-image
OTV Bureau
US-Airstrike-On-ISIS-in-Syria

US-Airstrike-On-ISIS-in-Syria Photograph: (OTV)

ସିରିଆ ମାଟିରେ ଆମେରିକା ସେନାର ବଡ଼ ଅପରେସନ। ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍, ଭୟଙ୍କର ବଦ୍‌ଲା । ଥରଥର କମ୍ପିଲେ ଆତଙ୍କବାଦୀ । କାଲି ରାତିଅଧରେ ସିରିଆରେ ଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ବା ‘ISIS’ ଠିକଣାରେ ଏୟାରଷ୍ଟ୍ରାଇକ୍‌ କରିଛି ଆମେରିକା । ମିସାଇଲ୍, ବୋମାମାଡ଼ରେ ପ୍ରାୟ ୭୦ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଦେଇଛି । ଡିସେମ୍ବର ୧୩ରେ ଆମେରିକୀୟ ସେନା ଉପରେ ହୋଇଥିବା ଆକ୍ରମଣର ମୁହଁତୋଡ ଜବାବ ଦେଇଛି । ଆମେରିକାର ଏହି ଅପରେସନର ନାଁ ରହିଛି 'ହକ୍‌ଆଇ' । 

Advertisment

ISIS ଆତଙ୍କବାଦୀଙ୍କ ସହ ଏହାର ଭିତ୍ତିଭୂମି ଓ ଅସ୍ତ୍ରଶସ୍ତ୍ର ସାଇଟ୍‌କୁ ଡାଇରେକ୍ଟ ହିଟ୍‌ କରିଛି ୟୁଏସ୍‌ ସେନା । ଏହି 'ଅପରେସନରେ ଆମେରିକା F-15 ଇଗଲ ଜେଟ୍, A-10 ଥଣ୍ଡରବୋଲ୍ଡ ଗ୍ରାଉଣ୍ଡ ଆଟାକ୍ ଏୟାରକ୍ରାଫ୍ଟ, AH-64 ଆପାଚେ ହେଲିକପ୍ଟର ସହ F-16 ଜେଟ୍ ଓ HIMARS ରକେଟ୍ ଆର୍ଟିଲେରି ବ୍ୟବହାର କରିଥିଲା ।
 ଏୟାରଷ୍ଟ୍ରାଇକ୍‌ ପରେ ISISକୁ କଡା ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ତଥା ପେଣ୍ଟାଗନ୍ ମୁଖ୍ୟ ପେଟେ ହେଗସେଥ୍ । ''ଏହା କୌଣସି ଯୁଦ୍ଧ ନୁହେଁ, ବରଂ ଆମେରିକାର ପ୍ରତିଶୋଧ ଘୋଷଣା । ତମେ ଦୁନିଆର ଯେକୌଣସି ବି ସ୍ଥାନରେ ଯଦି ଆମେରିକୀୟଙ୍କୁ ଟାର୍ଗେଟ୍‌ କର, ତାହେଲେ ବାକି ଜୀବନ ଏଇୟା ଭାବିବାରେ କଟିଯିବ ଯେ, ଆମେରିକା ତମର ପିଛା କରି ତମକୁ ଖୋଜି ଖୋଜି ନୃଶଂସ ଭାବେ ମାରିବ ।''

ଜାଣନ୍ତୁ, କାହିଁକି ଅପରେସନ୍‌ ହକ୍‌ଆଇ ?

ଡିସେମ୍ବର ୧୩ ତାରିଖରେ ସେଣ୍ଟ୍ରାଲ ସିରିଆରେ ଆମେରିକା ସେନା ଉପରେ ବଡ଼ ଆଟାକ୍‌ ହୋଇଥିଲା । ପଲ୍‌ମୟରା ସହରରେ ଆମେରିକା ଓ ସିରିଆ ସେନା କନଭୟକୁ ଟାର୍ଗେଟ୍ କରିଥିଲା ISIS । ଏଥିରେ ଦୁଇ ଆମେରିକୀୟ ସୈନିକଙ୍କ ସହ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଯବାନ ଆହତ ହୋଇଥିଲେ । ଏହାର ଜବାବୀ ହମ୍‌ଲାରେ 'ଅପରେସନ୍‌ ହକ୍‌ଆଇ' ଆରମ୍ଭ କରିଛି ଆମେରିକା ।

Advertisment
Advertisment
Related Articles
Advertisment