/odishatv-khabar/media/media_files/2025/12/20/young-man-found-dead-in-girlfriend-village-2025-12-20-18-48-39.jpg)
Young-Man-Found-Dead-in-Girlfriend-Village Photograph: (OTV)
ପ୍ରେମ ନାଁରେ କଳଙ୍କିନୀ ପ୍ରେମିକା ! ଛଟପଟ କରି ବନ୍ଦ କରିଦେଲା ପ୍ରେମିକର ନିଃଶ୍ୱାସ ! ପ୍ରେମିକକୁ ମାରି ଟାଙ୍ଗିଦେଲେ ପ୍ରେମିକାର ଘର ଲୋକ ! ପୁଅ ମୃତଦେହ ଦେଖି ଫାଟିପଡ଼ିଲା ବାପାର ଛାତି। ଏପରି ଏକ ଅଭିଯୋଗ ଆଣିଛନ୍ତି ଜଣେ ଭେଣ୍ଡିଆ ପୁଅର ବାପା l ପୁଅର ଝୁଲନ୍ତା ମୃତଦେହ ଦେଖି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଆଉ କହିଛନ୍ତି ମୋ ପୁଅକୁ ମାରିଦିଆ ଯାଇଛି l
ସୂଚନା ଅନୁସାରେ କଟକ ସାଲେପୁରର ଦେଉଳି ଗୋବିନ୍ଦପୁର ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ ଦାସ ବିଞ୍ଝାରପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଘରକୁ ଆସିଥିଲେ । ପୂର୍ବରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସେଠାରେ ତାଙ୍କୁ ଅଟକ ରଖାଯାଇଥିବା ସେ ଘରକୁ ଫୋନ କରି ଜଣାଇଥିଲେ । ଖବର ପାଇ ଅଶୋକଙ୍କ ବାପା ଆସି ପହଞ୍ଚିବାରୁ ମହିଳାଙ୍କ ଘର ଲୋକ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଅଶୋକଙ୍କ ବାପା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧ ଲକ୍ଷ ଟଙ୍କା ଦେବାକୁ କହିବାରୁ କଥା ଛିଡ଼ି ଥିଲା। ପରେ ବାପା ଜଲଖିଆ ଖାଇବାକୁ ଯାଇଥିଲେ ଖାଇ ସାରି ଆସି ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ମେଡ଼ିକାଲକୁ ଅଣାଯାଇଥିଲା କିନ୍ତୁ ସେ ମୃତ୍ୟୁବରଣ କରିସାରିଥିଲେ । ତେବେ ଅଶୋକଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବାପା । ତେବେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।
ଏପଟେ ବିଞ୍ଝାରପୁର ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ପୋଷ୍ଟ ମଟମ ରିପୋର୍ଟ ଆସିଲେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ଯିଏ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।
Mystery Over River Incident: ପାଣି ମଝିରେ ମନ୍ଦିର , ମନ୍ଦିର ଊପରେ ଝିଅ ...କାହିଁକି ଓ କେମିତି ପଢ଼ନ୍ତୁ ଗୋଟିଏ କ୍ଲିକରେ

Actress Nidhhi Agerwal: ଘେରିଗଲେ ଫ୍ୟାନ୍ କରିଚାଲିଲେ ଟଣାଓଟରା , କାର୍ ଭିତରେ କାନ୍ଦି ପକାଇଲେ ନିଧି ଅଗ୍ରଓ୍ବାଲ୍

Upset Over Mismanagement: ହାତରେ ଫିତାକୁ ଟାଣି କଲେ ଉଦଘାଟନ , ବ୍ୟବସ୍ଥା ଦେଖି ବିଗିଡିଗଲେ

29 May Episode Repeat: ୨୦୧୨ ମେ’ ୨୯ ଏପିସୋଡ୍ ରିପିଟ୍ ! ସେବେ ପ୍ୟାରୀଙ୍କ ଘରେ ଏକାଠି, ଏବେ ଝୁମୁକା ଫାର୍ମ ହାଉସରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)