Advertisment

Midnight Horror: ଅଶୁଭ ଶନିବାର , କାଳ ରାତିରେ ଜୀବନ ନେଇଛି ରାଜଧାନୀ ଏକ୍ସପ୍ରେସ

ଅଶୁଭ ଶନିବାର ଓ କାଳ ରାତିରେ ଜୀବନ ନେଇଛି ରାଜଧାନୀ ଏକ୍ସପ୍ରେସ। ଆଉ ନିରୀହ ହାତୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ରେଳ ଧାରଣା। ଏହି ବଡ଼ ଦୁର୍ଘଟଣା ଆସାମ ହୋଜାଇରେ ହୋଇଛି।

author-image
OTV Bureau
Assam-Train-Accident

Assam-Train-Accident Photograph: (OTV)

ଅଶୁଭ ଶନିବାର ଓ କାଳ ରାତିରେ ଜୀବନ ନେଇଛି ରାଜଧାନୀ ଏକ୍ସପ୍ରେସ। ଆଉ ନିରୀହ ହାତୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ରେଳ ଧାରଣା। ଏହି ବଡ଼ ଦୁର୍ଘଟଣା ଆସାମ ହୋଜାଇରେ ହୋଇଛି। ରେଳଧାରଣା ପାର କରୁଥିବା ହାତୀ ପଲଙ୍କୁ ଧକ୍କା ଦେଇଛି ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ଯାହା ଫଳରେ ୮ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଛୁଆ ହାତୀ ଆହତ ହୋଇଛି। ଦୁର୍ଘଟଣା ଏତେ ଜବରଦସ୍ତ ଥିଲା ଯେ ରାଜଧାନୀର ମଧ୍ୟ ଇଞ୍ଜିନ୍ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି ।

Advertisment



ସୂଚନା ଅନୁସାର, ରାତି ପ୍ରାୟ ୨ଟା ୧୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ହାତୀ ଏକାଠି ରେଳଧାରଣା ପାର ହେଉଥିଲେ। ହେଲେ ଏହି ସମୟରେ ହଠାତ ମାଡ଼ିଆସିଥିଲା ରାଜଧାନୀ ଏକ୍ସପ୍ରେସ୍। ତେବେ ଟ୍ରାକରେ ହାତୀଙ୍କୁ ଦେଖି ଲୋକପାଇଲଟ୍ ତୁରନ୍ତ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ। ହେଲେ ସ୍ପିଡ୍ ଅଧିକ କାରଣରୁ ଏହା ହାତୀ ପଲଙ୍କୁ ଧକ୍କା ଦେଇଥିଲା। ପଳରେ ଚାଲିଯାଇଥିଲା ୮ ହାତୀଙ୍କ ଜୀବନ। ତେବେ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିଲେ। ଦୁର୍ଘଟଣା ପରେ, ଲାଇନଚ୍ୟୁତ କୋଚ୍‌ରୁ ଯାତ୍ରୀମାନଙ୍କୁ ଅନ୍ୟ କୋଚ୍‌ରେ ସ୍ଥାନାନ୍ତରିତ କରାଯାଇଥିଲା। ଆଉ ପ୍ରାୟ ଚାରି ଘଣ୍ଟା ପରେ ସକାଳ 6ଟାରେ ଗୌହାଟି ପାଇଁ ଯାତ୍ରା କରିଥିଲା ରାଜଧାନୀ ଏକ୍ସପ୍ରସ୍। ଏବେ ରେଳଧାରଣାରେ ରେଷ୍ଟୋରେସନ୍ କାମ ଚାଳିଛି।

କେତେବେଳେ ଟ୍ରେନ ଧକ୍କା, କେତେବେଳେ ବିଦ୍ୟୁତ ଆଘାତ, ତ ଆଉ କେତେବେଳେ ହାତୀ-ମଣିଷର ଲଢ଼େଇ। ଗତ କିଛି ବର୍ଷ ମଧ୍ୟରେ ମଣିଷଙ୍କ ପାଇଁ ଅକାଳରେ ଚାଲିଯାଉଛି ହାତୀଙ୍କ ଜୀବନ। ଓଡ଼ିଶା କଥା ଦେଖିଲେ, ଆଜି ଢେଙ୍କାନାଳ ସଦର ରେଞ୍ଜ ମହାଦିଆ ନିକଟରେ ଗୋଟିଏ ୧ ବର୍ଷର ହାତୀ ଛୁଆର ମୃତଦେହ ଠାବ ହୋଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ଗତ କିଛିଦିନ ତଳେ ନୀଳଗିରି ଅଞ୍ଚଳରେ ମଧ୍ୟ ଗୋଟିଏ ମାଇ ହାତୀକୁ ବୋମା ଖୁଆଇ ଦେଇଥିଲେ କିଛି ଦୁର୍ବୁତ୍ତ। ଫଳରେ ବିସ୍ଫୋରଣରେ ହାତୀଟିର ମୁହଁ କ୍ଷତାକ୍ତ ହୋଇଥିଲା। ଯଦି ଏହିପରି ଭାବେ ମନୁଷ୍ୟକୃତ କାରଣ ପାଇଁ ଗଜରାଜଙ୍କ ଜୀବନ ଯାଏ ତେବେ ଆଗକୁ ବିରଳ ତାଲିକାରେ ହାତୀଙ୍କୁ ଦେଖିବାକୁ ମିଳିପାରେ ।                    

Advertisment
Related Articles
Advertisment