Advertisment

Broken Home Broken Dreams: ଘର ନାହିଁ ବୋଲି କାଳୁଙ୍କୁ ମିଳୁନାହାନ୍ତି କନ୍ୟା , ବୟସ ୩୫ ବର୍ଷ ହେଲାଣି

ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁର ଏ ହେଉଛନ୍ତି ଆଦିବାସୀ ଯୁବକ କାଳୁ ମଲ୍ଲିକ l ବୟସ ୩୫ ବର୍ଷ ହେଲାଣି l ପରିବାର କହିଲେ ତିନି ଭାଇ l ଦେଖୁଥିବେ ତ ତାଙ୍କର ଘର ଅବସ୍ଥା । ଘରେ ଭିତରେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦିଶୁଛି ।

author-image
OTV Bureau
Mohana-Kalu-Marriage-Problem

Mohana-Kalu-Marriage-Problem Photograph: (OTV)

ଘର ନାହିଁ ବୋଲି କାଳୁଙ୍କୁ ମିଳୁନାହାନ୍ତି ଝିଅ । ଯିଏ ବି ବିବାହ ପ୍ରସ୍ତାବ ନେଇ ଆସୁଛି, ଏ ଭଙ୍ଗାଦଦରା ଘରକୁ ଦେଖି ମୁହଁ ବୁଲାଇ ଯାଉଛି । ଗୋଟି ଗୋଟି କରି ସବୁ ପ୍ରସ୍ତାବ ଭାଙ୍ଗିଲା ପରେ, ଏବେ ନିରାଶ କାଳୁ । ଆଉ ବଡ଼ ଭାଇର ଏମିତି ଦୁଃଖ ଦେଖି କାଳୁଙ୍କ ଦୁଇ ସାନଭାଇ ଏବେ ଯାଇଛନ୍ତି ଦାଦନ ଖଟି । ବାହାରେ ମଜୁରୀ ଲାଗି ଟଙ୍କା ଆଣିଲେ ଘର ହେବ, ଆଉ ଭାଇ ବାହା ହେବ ।  

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁର ଏ ହେଉଛନ୍ତି ଆଦିବାସୀ ଯୁବକ କାଳୁ ମଲ୍ଲିକ l ବୟସ ୩୫ ବର୍ଷ ହେଲାଣି l ପରିବାର କହିଲେ ତିନି ଭାଇ l ଦେଖୁଥିବେ ତ ତାଙ୍କର ଘର ଅବସ୍ଥା । ଘରେ ଭିତରେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦିଶୁଛି । ବର୍ଷା ଦିନେ ତ କଥା ସରିଲା । ବର୍ଷା ପାଣି ମାଟିରେ ନପଡୁଣୁ ଘରେ ପଡୁଛି । ଆଉ ଏମିତିରେ କିଏ ବା ଏହି ଘରେ ନିଜ ଝିଅକୁ ବାହା ଦିଅନ୍ତା । ଭଙ୍ଗା ଘରକୁ ଦେଖି ଝିଅ ଘର ଲୋକେ ମନା କରିଦେଉଛନ୍ତି । ୩ଟା ପ୍ରସ୍ତାବ ଭାଙ୍ଗିଗଲାଣି ଏଇ ଘର ପାଇଁ ।


ଗତ ୨୦୧୯ରେ କୋଭିଡ ସମୟରେ କାଳୁଙ୍କ ବାପା ସନାତନ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା । ଦୁଇ ବର୍ଷ ପରେ ମାଆ ବି ଆରପରିକୁ ଚାଲିଗଲେ l ତା' ପରେ ଭାଇମାନଙ୍କ ପାଠପଢ଼ା ସହ ପରିବାର ପୋଷଣର ବୋଝ ଉପରେ ପଡ଼ିଲା କାଳୁଙ୍କ ମୁଣ୍ଡ ଉପରେ l ଅର୍ଥାଭାବରୁ ଦୁଇ ଭାଇ ଅଧାରୁ ପାଠ ଛାଡ଼ିଲେ । ଆଉ ଏବେ ବଡ଼ଭାଇ କାଳୁର ବୟସ ଗଡି ଯାଉଥିଲା ବେଳେ ଭଲ ଘର ଖଣ୍ଡେ ନଥିବାରୁ ସେ ବାହା ହୋଇପାରୁନାହାନ୍ତି । ଘର କରି ଭାଇର ବାହାଘର କରିବାକୁ ସାନ ଓ ମଝିଆଁ ଭାଇ ଦୁହେଁ ମିଶି ଗୋଆ ଯାଇଛନ୍ତି ଦାଦନ ଖଟିବାକୁ ।  ଏପଟେ ଗାଁରେ ଦୁଇ ଭାଇଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି କାଳୁ । ଭାଇମାନେ ଟଙ୍କା ଆଣିଲେ ଘର ତିଆରି ହେବ, ଆଉ ସେ ବାହା ହେବେ l 

Advertisment

ଏହି ସମସ୍ୟା ପ୍ରତି ସରକାର ଟିକେ ଦୃଷ୍ଟି ଦେଇ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଗୁହାରି କରିଛନ୍ତି କାଳୁଙ୍କ ସମେତ ଗ୍ରାମବାସୀ  l ଏ ନେଇ ବିଡିଓ କହିଛନ୍ତି, ଖୁବଶୀଘ୍ର ଅନୁଧ୍ୟାନ କରି ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯିବ l 

Advertisment