ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା।
ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କରାଯାଇଥାଏ ତେବେ ଘରକୁ ଆଣିଥାଏ ସାଂଘାତିକ ବିପଦ।
‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା...
ଧାର୍ମିକ ଫଟୋଚିତ୍ରର ପ୍ରଭାବ ଆମ ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ। ଏଣୁ ଧାର୍ମିକ ଚିତ୍ର ଘରେ ଲଗାଇବାକୁ ହେଲେ ବାସ୍ତୁର କେତେକ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଏହା ଅଶୁଭ ଫଳ ଦେଇପାରେ।
ବାସ୍ତୁରେ ବେଡ୍ରୁମ ଏକ ମଧୁର ଦାମ୍ପତ୍ୟ ଜୀବନ ଦେଇଥାଏ। ଏଠାରେ ଯଦି କିଛି ବାସ୍ତୁଗତ ତ୍ରୁଟିଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ବେଡ୍ରୁମ୍ର ବାସ୍ତୁ ଉପରେ ନଜର ପକେଇ ନେବା।
ଆଜିକାଲି ଅଧିକାଂଶ ଲୋକଙ୍କୁ ବଗିଚା ନିଶା ଲାଗିଛି। ଏହା ଖାଲି ଘରର ଚାରିପାଖକୁ ସୌନ୍ଦର୍ଯ୍ୟ କରେ ନାହିଁ ବରଂ ପରିବେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଏହି ବଗିଚା ଯଦି ବାସ୍ତୁମତେ ନ ହୁଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।
ଘରର ଭୋଜନ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ବାସ୍ତୁ ସିଦ୍ଧାନ୍ତରେ ନ କଲେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ।
ଚାରୋଟି ଦିଗର ମିଳନରେ ଉତ୍ପନ୍ନ କୋଣକୁ ବିଦିଗ କୁହାଯାଏ। ଏହି ଦିଗ ଓ କୋଣରୁ ଉତ୍ପନ୍ନ ବାସ୍ତୁଦୋଷ ଆମ ଜୀବନରେ ଅନେକ ପ୍ରଭାବ ପକେଇଥାଏ। ଆସନ୍ତୁ ସେ ବିଷୟରେ ନଜର ପକେଇବା।
ବାସ୍ତୁ ଏବଂ ଭୂମି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମେ ଆମେ ଭୂମି ଚୟନ କରିଥାଉ। ଏହି ଭୂମି ଚୟନବେଳେ ଆମେ ବାସ୍ତୁଶାସ୍ତ୍ରର ବିଭିନ୍ନ ନିୟମମାନ ପ୍ରୟୋଗ କରି ଦେଖିବା କଥା କି କେତେଦୂର ଗୃହକର୍ତ୍ତାଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।...
ଘର ସଜ୍ଜେଇବା ଏକ ଭଲ ଗୁଣ। ଏହି ଘର ସଜ୍ଜା କିନ୍ତୁ ବାସ୍ତୁ ନିୟମ ଅନୁସାରେ ହେବା ଉଚିତ। ଆସନ୍ତୁ ଘର ସଜ୍ଜାର କେତେକ ବାସ୍ତୁ ଟିପ୍ସ ଜାଣିବା, ଯାହାକୁ ମାନିଲେ ବିପଦ ଆସି ନଥାଏ।
ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ। ଏହା ବେଳେବେଳେ ସୁଫଳ ଦେଇଥାଏ ତ ପୁଣି କେତେକ...
ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରୁ ବାସ୍ତୁଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବାସ୍ତୁ ବିରୋଧୀ ନିର୍ମାଣ କରାଯାଇଥାଏ, ତେବେ ସେ ଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି ଓ କାର୍ଯ୍ୟରେ ବିଷମତା ଦେଖାଯାଏ।
ଲୋକେ ଅନେକ ସମୟରେ ମାର୍କେଟ୍ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।
ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।
ଠିକ୍ ଭାବରେ ଭୂମି ଚୟନ ନକରି ଭୂମି କ୍ରୟ କଲେ ଯଦି ଭୂମିରେ ଦୋଷ ଥାଏ ତେବେ ଯେତେ ବାସ୍ତୁ ନିୟମ ଗୃହ ନକ୍ସା କରି ଗୃହ ନିର୍ମାଣ କରିଥିଲେ ମଧ୍ୟ ଭୂମି ଦୋଷରୁ ଉତ୍ପନ୍ନ ହୋଇଥିବା ବାସ୍ତୁଦୋଷ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଘରର ବାହାରେ ବାଡ଼ି ବଗିଚାରେ ଲୋକେ ନାନା ପ୍ରକାର ବୃକ୍ଷଲତା ନିଜ ପସନ୍ଦ ଅନୁସାରେ ଲଗାଇଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ଅନୁସାରେ ନିୟମକୁ ମାନି ରୋପଣ କରାଯାଏ ତେବେ ଅନେକ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।
ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକତା ଅଛି। ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏବେ ଜାଣିବା କେଉଁସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ଯଦି ବାସ୍ତୁର ନିୟମରେ କରାଯାଏ ତେବେ ଅନେକ ଶୁଭଫଳ ମିଳେ। ବୈଠକ ଘରର ସାଜସଜ୍ଜା ପ୍ରତି ମଧ୍ୟ ବିଶେଷଣ ଧ୍ୟାନ ଦେବା କଥା। ଏନେଇ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଧ୍ୟାନ ଦେବା।
ନୂଆ ଘରଟିଏ ପାଇଁ ନୂଆ ଜାଗାଟିର ବାସ୍ତୁ ସ୍ଥିତିକୁ ପ୍ରଥମେ ଦେଖାଯାଏ। ଏହା ଭିତରେ ଭୂମିର ଉଚ୍ଚା-ନିଚ୍ଚାକୁ ମଧ୍ୟ ଦେଖାଯାଏ। ଢାଲୁ ଜାଗା ଦିଗ ଅନୁସାରେ ଶୁଭ ଓ ଅଶୁଭ ଫଳ ଦେଇଥାଏ। ଜାଗା କେଉଁ ଦିଗକୁ ଢାଲୁ ହେଲେ କେଉଁ ଫଳ ଦିଏ ଆସନ୍ତୁ ଜାଣିବା।
ସାଧାରଣତଃ ଘର ଚାରିପଟେ ଗଛ ରହିଲେ ଏହା ପରିବେଶକୁ ସୁସ୍ଥ ରଖିବା ସହ ସୁନ୍ଦର ମଧ୍ୟ କରିଥାଏ। କିନ୍ତୁ ଘର ପାଖରେ ଥିବା ଗଛ ଯଦି କାନ୍ଥରେ ଲାଗେ ତେବେ ଅନେକ ସମସ୍ୟା ଆଣିପାରେ। ଜାଣନ୍ତୁ ଏହା ଦ୍ୱାରା କେଉଁସବୁ ସମସ୍ୟାର ସମ୍ମୁଖିନ ହେବାକୁ ପଡେ।