Advertisment

Panchmahabhut and Vastu Effects: ଡ଼ାଳିମ୍ବ ଗଛ ଏହି ଦିଗରେ ଲଗାଇଲେ ଅଟକି ରହିଥିବା ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥାଏ

ଏହି ସୃଷ୍ଟିରେ ଯାହାବି ଦେଖୁଛନ୍ତି ଏହା ସବୁ ଆମ ମାନଙ୍କ ସାହାଯ୍ୟ ପାଇଁ ଭଗବାନଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଆଜି ଜାଣିବା ଡ଼ାଳିମ୍ବ ଗଛ କେଉଁ ଦିଗରେ ଲଗାଇଲେ କ’ଣ ସବୁ ଶୁଭ ଓ ଅଶୁଭ ଫଳ ମଳିଥାଏ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips

Vastu Tips

ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ଯାହାବି ଦେଖୁଛେ ତାହା ପଞ୍ଚମହାଭୂତ ଦ୍ୱାରା ସୃଷ୍ଟି । ଏହି ପଞ୍ଚ ମହାଭୂତ ଗୁଡିକ ହେଲା (୧) ପୃଥିବୀ (୨) ଜଳ (୩) ବାୟୁ (୪) ଅଗ୍ନି (୫) ଆକାଶ । ଏମିତି କି ଆମେ ବସବାସ କରୁଥିବା ବାସଗୃହ ମଧ୍ୟ ଏହି ପଞ୍ଚମହାଭୂତ ଦ୍ୱାରା ସୃଷ୍ଟି ଏବଂ ସବୁବେଳେ ଏହି ପଞ୍ଚମହାଭୂତ ଦ୍ୱାରା ପ୍ରଭାବିତ । ଗୃହରେ ଏହି ପଞ୍ଚମହାଭୂତ ସନ୍ତୁଳିତ ରହିଲେ ଗୃହରେ ବସବାସ କରୁଥିବା ସମସ୍ତ ଗୃହବାସୀ ମାନେ ଶାନ୍ତିରେ ବସବାସ କରନ୍ତି ମାତ୍ର ଯଦି ଏହି ପଞ୍ଚମହାଭୂତ କୌଣସି କାରଣରୁ ଅସନ୍ତୁଳିତ ହୁଅନ୍ତି, ତେବେ ଗୃହବାସୀ ଏହାର ପ୍ରଭାବରୁ ଦୁଃଖ, କଷ୍ଟ ଯନ୍ତ୍ରଣା ଆଦିର ସମ୍ମୁଖୀନ ହୋଇଥାନ୍ତି ।

Advertisment

ଗୃହ ନିର୍ମାଣ ବାସ୍ତୁ ନିୟମ ଅନୁଯାୟୀ ନ ହେଲେ ଏହି ପଞ୍ଚଭୂତ ଅସନ୍ତୁଳିତ ହୋଇଥାଏ । ଏଣୁ ବାସ୍ତୁ ବିରୋଧୀ ନିର୍ମାଣ କାର୍ଯ୍ୟ ଯଦି ଗୋଟେ ବାସଭବନରେ ହୋଇଥାଏ ତେବେ ସେ ବାସଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଯଦି ଏହି ନିର୍ମାଣ ବାସ୍ତୁର ନିୟମ ଅନୁଯାୟୀ ହୋଇଥାଏ ତେବେ ବିପଦର ସମ୍ମୁଖୀନ ହେବାକୁ ପଡ଼ିନଥାଏ ।

ପ୍ରାଚୀନ କାଳରୁ ବାସ୍ତୁ କୁ ବହୁତ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ବେଳେ ବେଳେ ଅଜ୍ଞାନ ବସତଃ ଆମେ ବାସ୍ତୁକୁ ଅଣଦେଖା କରି ନିର୍ମାଣ କରିଦେଇ ଥାଉ ଏଣୁ ଏହି ବାସ୍ତୁ ଦୋଷର ନିରାକରଣ ନିହାତି ଆବଶ୍ୟକ ତେବେ ଗୋଟେ ଗଛ ରୋପଣ କରି କିପରି ବାସ୍ତୁ ଦୋଷର ସହଜ ଏବଂ ସରଳ ସମାଧାନ କରିବା, ସେହି ବିଷୟରେ ଆଜି ଅଧିକ ଜାଣିବା ।

Advertisment

୧. ପୂର୍ବ ଦିଗରେ – ଏହି ଦିଗରେ ଡ଼ାଳିମ୍ବ ଗଛ ମାନସମ୍ମାନ ପ୍ରାପ୍ତିରେ ସାହାଯ୍ୟ କରିଥାଏ । ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ମିିଳିଥାଏ, ସରକାରୀ ଚାକିରୀ ପାଇଁ ପ୍ରୟାସ କରୁଥିବା ଲୋକମାନଙ୍କ ପାଇଁ ଶୁଭଫଳ ଦେଇଥାଏ ।

୨. ଦକ୍ଷିଣ ଦିଗ - ଦକ୍ଷିଣ ଦିଗରେ ଡ଼ାଳିମ୍ବ ଗଛ ଏହି ଦିଗର ଖରାପ ପ୍ରଭାବକୁ ନଷ୍ଟ କରିଥାଏ  ଏବଂ ଶୁଭଫଳ ଦେଇଥାଏ । ଯଦି ଗୃହରେ ଶତ୍ରୂବାଧା ରହୁଛି, ତେବେ ଏହି ଡ଼ାଳିମ୍ବ ଗଛ ଶତ୍ରୁବାଧାରୁ ମୁକ୍ତି ଦେଇଥାଏ ।

୩. ପଶ୍ଚିମ ଦିଗ – ଏହି ଦିଗରେ ଡ଼ାଳିମ୍ବ ଗଛ ରହିଲେ ଶୁଭ ନୁହେଁ । ଏହା ଆପଣଙ୍କ ଇଚ୍ଛା - ପୂର୍ତ୍ତୀରେ ବାଧା ସୃଷ୍ଟି କରିଥାଏ । ଏଣୁ ଏହି ଦିଗରେ ଡ଼ାଳିମ୍ବ ଗଛ ଲଗାନ୍ତୁ ନାହିଁ ।

୪. ଉତ୍ତର ଦିଗ – ଏହି ଦିଗରେ ଡ଼ାଳିମ୍ବ ଗଛ ରହିଲେ ଅନେକ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ବିଶେଷକରି ଆର୍ଥିକ ସ୍ଥିତିକୁ ଖରାପ କରିଥାଏ ଏବଂ ଜୀବନରେ ଆସୁଥିବା ବିଭିନ୍ନ ପ୍ରକାର ସୁ-ଅବସର ବା ଅପର୍ଚୁନିଟିକୁ ଖରାପ ଭାବରେ ପ୍ରଭାବ ପକାଇବା ଦ୍ୱାରା ଚାକିରୀ ଏବଂ ବ୍ୟବସାୟ ବାଣିଜ୍ୟରେ ଅଶୁଭ ହୋଇଥାଏ । ଏଣୁ ଏହି ଦିଗରେ ଡ଼ାଳିମ୍ବ ଗଛ ଲଗାନ୍ତୁ ନାହିଁ ।

୫. ଡ଼ାଳିମ୍ବ ଗଛର ଶ୍ରେଷ୍ଠତମ ସ୍ଥାନ ହେଉଛି ଦକ୍ଷିଣ - ପୂର୍ବ ବା ଅଗ୍ନିକୋଣ । ଏହି ସ୍ଥାନରେ ଡ଼ାଳିମ୍ବ ଗଛ ଶୁଭ ଦିନ, ବାର ଏବଂ ନକ୍ଷତ୍ରରେ ରୋପଣ କଲେ ଗୃହ ତିଆରି କରିବାରେ ଯଦି ଆର୍ôଥକ ବାଧା ଉପୁଜୁଥାଏ, ତେବେ ଏହି ସମସ୍ୟାରେ ସମାଧାନ ହୋଇଯିବ ଏବଂ ଏହା ଲଗାଇବା ଦ୍ୱାରା ଭୂମି ଦୋଷ ମଧ୍ୟ ଦୂର ହୋଇଥାଏ ।

House Under-construction Vastu Tips For Home Vastu Vichar In Odia
Advertisment
Advertisment