Advertisment

Vastu-Shastra Kitchen Rules: ବାସ୍ତୁ ନିୟମରେ କରିଛନ୍ତି ତ ରୋଷେଇ ଘର...ନହେଲେ ଆସିବ ଏହି ସମସ୍ୟା

ରୋଷେଇ କର୍ଯ୍ୟ ପାଇଁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନିକୋଣ ଯେଉଁଠାରେ ଆମର ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ରନ୍ଧା ହୋଇଥାଏ। ସୁସ୍ଥ ଜୀବନଯାପନ ପାଇଁ ଶୁଦ୍ଧ ଖାଦ୍ୟ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଏଣୁ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇ ଘରର ବାସ୍ତୁ ନିୟମ ମାନିବା ଆବଶ୍ୟକ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ରୋଷେଇ ଘରେ ବାସ୍ତୁ ନିୟମ

ରୋଷେଇ ଘରେ ବାସ୍ତୁ ନିୟମ

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଏବଂ ସମସ୍ତ ଗ୍ରହ ମଣ୍ଡଳର କେନ୍ଦ୍ର. ସମସ୍ତ ଗ୍ରହ ବିଶ୍ୱବ୍ରହ୍ମାଣ୍ଡରେ ଥିବା ସମସ୍ତ ଜୀବ ଜନ୍ତୁ ଏବଂ ତରୁଲତା ଉପରେ ସୂର୍ଯ୍ୟଙ୍କ ପ୍ରଭାବ ରହିଛି । ସୂର୍ଯ୍ୟଙ୍କ ଦ୍ୱାରା ପଞ୍ଚତତ୍ତ୍ୱ ଅର୍ଥାତ ପୃଥିବୀ , ଜଳ, ବାୟୁ, ଅଗ୍ନି ଏବଂ ଆକାଶ ସମସ୍ତେ ପ୍ରଭାବିତ । ସୂର୍ଯ୍ୟଙ୍କ ଯୋଗୁଁ ୠତୁ, ଦିନ ଓ ରାତି ଏବଂ ଉତ୍ତାପର ହ୍ରାସ ଓ ବୃଦ୍ଧି ସମ୍ଭବ ହୋଇପାରିଛି ଯାହା କି ଜୀବନ ବଂଚି ରହିବ ପାଇଁ ଆବଶ୍ୟକ।

Advertisment

ବାସ୍ତୁଶାସ୍ତ୍ରର ସିଦ୍ଧାନ୍ତଗୁଡିକୁ ଏଭଳି ଭାବରେ ନିର୍ଣ୍ଣୟ କରାଯାଇଛି ଯେମିତି ପ୍ରକୃତିରୁ ପ୍ରଜ୍ୟାପ୍ତ ଶକ୍ତି ମିଳିପାରିବ ଯାହା ଫଳରେ ଗୃହରେ ବସସ କରୁଥିବା ଗୃହବାସିମାନେ ସୁଖରେ ଜୀବନ ଅତିବାହିତ କରିପାରିବେ.ଏଥିପାଇଁ ବାସ୍ତୁଶାସ୍ତ୍ରରେ ଅନ୍ୟଗ୍ରହ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ମହତ୍ୱ ଦିଆଯାଇଛି.ଏଣୁ ବାସ୍ତୁଶାସ୍ତ୍ର ମତରେ ଗୃହ ନିର୍ମାଣ ଏମିତି ହେବ ଦରକାର ଯେମିତି ଗୃହ ମଧ୍ୟକୁ ସୂର୍ଯ୍ୟଙ୍କର କିରଣ ଅବାଧରେ ପ୍ରବେଶ କରିପାରିବ।

ଏଣୁ ଗୃହରେ ରୋଷେଇ ଘରର ସ୍ଥାନ ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ କୋଣରେ କରିବା ପାଇଁ ଶାସ୍ତ୍ରୀୟ ମତ ରହିଛି କାରଣ ସାଧାରଣ ଭାବରେ ରୋଷେଇ କର୍ଯ୍ୟଗୃହରେ ସକାଳର ୮ଟା ପରେ ଆରମ୍ଭ ହୋଇ ଦିନ ବାରଟା କିମ୍ବା ଏକଟା ପର୍ଯ୍ୟନ୍ତ ଚାଲିଥାଏ ଏଣୁ ରୋଷେଇ ସମୟରେ ସୂର୍ଯ୍ୟଙ୍କ ଶକ୍ତି ଦକ୍ଷିଣ-ପୂର୍ବ ବା ଅଗ୍ନିକୋଣରେ ଅଧିକ ମିଳିଥାଏ ଯାହା ନିହାତି ଆବଶ୍ୟକ । ଏଥିପାଇଁ ରୋଷେଇ କାର୍ଯ୍ୟ ଅଗ୍ନିକୋଣରେ କରିବା ପାଇଁ ଶାସ୍ତ୍ରୀୟ ମତ ଅଛି।

Advertisment

ରୋଷେଇ କର୍ଯ୍ୟ ପାଇଁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନିକୋଣ ଯେଉଁଠାରେ ଆମର ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ରନ୍ଧା ହୋଇଥାଏ। ସୁସ୍ଥ ଜୀବନଯାପନ ପାଇଁ ଶୁଦ୍ଧ ଖାଦ୍ୟ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଏଣୁ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇ ଘରର ବାସ୍ତୁ ନିୟମ ମାନିବା ଆବଶ୍ୟକ ଯାହା ନିମ୍ନରେ ଆପଣମାନଙ୍କ ଅବଗତ ନିମନ୍ତେ ଦିଆଯାଇଛି।

1.ରୋଷେଇ ଘର ଅଗ୍ନିକୋଣରେ ହିଁ କରିଲେ ଶୁଭଫଳ ପାଇବେ

2.ରୋଷେଇ ଘରର ଅଗ୍ନିକୋଣରେ ଗ୍ୟାସ, ହିଟର ଆଦି ଉତ୍ତାପ ଦେଉଥିବା ବସ୍ତୁକୁ ରଖିଲେ ଶୁଭ.

3.ରୋଷେଇ ଘରର ଐଶାନ୍ୟ ପଟରେ ଜଳର ବ୍ୟବସ୍ତା ଶୁଭ ହୋଇଥାଏ

4.ରୋଷେଇ ଘରର ବାସନ ଏବଂ ରୋଷେଇ ସରଞ୍ଜାମ ଆଦିକୁ ରୋଷେଇ ଘରର ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ ଥାକ ନିର୍ମାଣ କରି ରଖିବା ଶୁଭ

5.ଖାଦ୍ୟ ରାନ୍ଧିବା ସମୟରେ ଗୃହିଣୀଙ୍କ ମୁଖ ସଦାସର୍ବଦା ପୂର୍ବକୁ ରଖି ରାନ୍ଧିବା ଶାସ୍ତ୍ରୀୟ ମତ, କିନ୍ତୁ ଉତ୍ତର ଦିଗକୁ ମଧ୍ୟ ମୁଖ କରିପାରିବେ

6.ରୋଷେଇ ଗୃହର ଦକ୍ଷିଣ-ପଶ୍ଚିମ ବା ନୈଋତ ପଟରେ ଥିବା ଘରେ ଅତିରିକ୍ତ ଗ୍ୟାସ ସିଲିଣ୍ଡର ରଖିବା ଶୁଭ 

7.ଗୃହର ମୁଖ୍ୟ ଦ୍ୱାରରୁ ରୋଷେଇ କାର୍ଯ୍ୟ ଦୃଷ୍ଟି ଗୋଚର ହେବା ଅତ୍ୟନ୍ତ ଅଶୁଭ

8.ରୋଷେଇ ଘରେ ଫ୍ରିଜକୁ ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣ ପଟକୁ ଛାଡି ଅନ୍ୟସ୍ଥାନରେ ରଖିବା ଶୁଭ .

ଏହି ପରି ରୋଷେଇ ଘରର ବାସ୍ତୁ ନିୟମ ମାନିଲେ ଶୁଭଫଳ ପାଇବେ 

Vastu Tips For Home Vastu Tips In Odia Vastu Tips For Kitchen
Advertisment
Advertisment