Advertisment

Vastu for Basement: ଗୃହର ଏପରି ବେସମେଣ୍ଟ ଦେଇଥାଏ କର୍ମକ୍ଷେତ୍ରରେ ଅସ୍ଥିରତା

ଗୃହରେ ଭୂମିତଳ ଘରର ଆବଶ୍ୟକ ବେଳେ ବେଳେ ଗୃହସ୍ୱାମୀଙ୍କୁ କିଛି ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଥାଏ ଯଥା ନିଜର କିଛି ବିଜ୍‌ନେସ୍‌ର ଷ୍ଟକ୍ ରଖିବା ପାଇଁ, ଯାନବାହାନ ରଖିବା ପାଇଁ ଇତ୍ୟାଦି । ନିଜର କିଛି ବି ଉଦ୍ଧେଶ୍ୟ ରଖି ବେସ୍‌ମେଣ୍ଟ କରିବାକୁ ପଡ଼ିଥାଏ । ମାତ୍ର ବାସ୍ତୁ ମତରେ ସମ୍ପୂର୍ଣ୍ଣ ଭୂମିରେ ବେସ୍‌ମେଣ୍ଟ ଗୃହ କରିବା ଶୁଭ ନୁହେଁ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ବାସ୍ତୁ ସମସ୍ୟା

ବାସ୍ତୁ ସମସ୍ୟା

“ ଚତୁର୍ବଗ ଫଳପ୍ରାପ୍ତିଃ ସଲୋକଶ୍ଚ ଭବେଦ୍ ଧ୍ରୁବମ୍‌

ଶିଳ୍ପଶାସ୍ତ୍ର୍ର ପରିଦ୍ଧାନାନ୍ୟର୍ତ୍ୟେଽପି ସୁରତାଂ ବ୍ରଜେତ୍ । ।

ଇଦଂ ପବିତ୍ରଂ ପରମଂ ରହସ୍ୟଂ ଯଃ ପଠେନ୍ନରଃ

ସ୍ୟାତ୍ତସ୍ୟାବି ତଥା ବାଣୀ ସତ୍ୟଂ ସତ୍ୟଂ ବଦାମ୍ୟହମ୍ । ।

ଅର୍ଥାତ୍ ବାସ୍ତୁ ଶାସ୍ତ୍ରର ଜ୍ଞାନ, ଅଧ୍ୟୟନ କରିବା ଦ୍ୱାରା ମନୁଷ୍ୟ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ଚତୁର୍ବଗର ଫଳପ୍ରାପ୍ତି କରେ । ସେହି ମନୁଷ୍ୟ ଆଲୌକିକ ଗୁଣର ଅଧିକାରୀ ହେବା ସହିତ ଜନ କଲ୍ୟାଣ କରିବାରେ ସାମର୍ଥ୍ୟ ହାସଲ କରିଥାଏ । ବାସ୍ତୁଶାସ୍ତ୍ର ଅଧ୍ୟୟନ ପାଇଁ ଅନେକ ପୁରାଣ ଶାସ୍ତ୍ର୍ରର ଅଧ୍ୟୟନ ସହିତ ବିଶ୍ୱକର୍ମା ପ୍ରକାଶ, ବିଶ୍ୱକର୍ମା ସଂହିତା, ବିଶ୍ୱକର୍ମା ପୁରାଣ, ବାସ୍ତୁ ରତ୍ନ, ସମରାଙ୍ଗଣ ସୂତ୍ରଧର, ମୟମତମ୍‌, ମାନସାର, ରୂପମଣ୍ଡନ ଆଦି ଅନେକ ବାସ୍ତୁ ସମ୍ବନ୍ଧିୟ ଶାସ୍ତ୍ର୍ରକୁ ତନତନ କରି ଅଧ୍ୟୟନ କରିବା ଦରକାର। ଫଳରେ ନିଜର ବାସ୍ତୁ ପ୍ରତି ସଚେତନତା ବୃଦ୍ଧି ହେବ ଏବଂ ସଠିକ୍ ଭାବେ ବାସ୍ତୁର ଅତି ସୂକ୍ଷ୍ମତର ବିଷୟକୁ ବୁଝି ବିଚାରି ପ୍ରୟୋଗକୁ ଆଣି ଜନସମାଜକୁ ଦିଗଦର୍ଶନ ଦେଇହେବ । ଫଳରେ ଜନସମାଜ ବାସ୍ତୁର ଲାଭ ନେଇ ସୁଖଶାନ୍ତିରେ ରହିପାରିବେ ।

Advertisment

ନିଜର କର୍ମଜୀବନ ଅତିବାହିତ କରି ନିଜର ଜମାପୁଞ୍ଜିକୁ ବିନିଯୋଗ କରି ବ୍ୟକ୍ତିଟିଏ ନିଜର ସୁନ୍ଦର ସ୍ୱପ୍ନର ଘରଟିଏ ନିର୍ମାଣ କରିଥାଏ । କିନ୍ତୁ ନିଜର ଅଜ୍ଞାନ ବଶତଃ ଯଦି କୌଣସି ନିର୍ମାଣ କାର୍ଯ୍ୟରେ ବାସ୍ତୁଜନିତ ତୃଟି କରିଦେଇଥାଏ ତେବେ ଭକ୍ତ ଗୃହରେ ବସବାସ କରିବା ଦ୍ୱାରା ବାସ୍ତୁଦୋଷ କାରଣରୁ ଦୁଃଖ ଓ ଅଶାନ୍ତିର ପାହାଡ଼ ମୁଣ୍ଡ ଉପରେ ପଡ଼ିଥାଏ । ସେତେବେଳେ ସେ ବାସ୍ତୁଶାସ୍ତ୍ର କଥା ଭାବିଥାଏ ଏବଂ ଯେତେବେଳେ ବାସ୍ତୁବିତ୍‌ଙ୍କ ଠାରୁ ପରାମର୍ଶ ନେଇ ଜାଣିବାକୁ ପାଏ ଯେ ଉକ୍ତ ସମସ୍ୟାଟି ଗୃହର ବେସ୍‌ମେଣ୍ଟ ବା ଭୂମିତଳ ଗୃହ କାରଣରୁ ଆସୁଛି ସେତେବେଳେ ମହାବିପଦରେ ପଡ଼ିଲା ପରି ଲାଗେ। କାରଣ ବେସ୍‌ମେଣ୍ଟକୁ ହଟାଇବା ସହଜ ନୁହେଁ । ଏଣୁ ଗୃହରେ ବେସ୍‌ମେଣ୍ଟ କରିବାକୁ ଭାବୁଥିଲେ ଆଜି ଜାଣିବା ଏହାର ବାସ୍ତୁନିୟମ କ’ଣ ସବୁ ରହିଛି ।

ଗୃହରେ ଭୂମିତଳ ଘରର ଆବଶ୍ୟକ ବେଳେ ବେଳେ ଗୃହସ୍ୱାମୀଙ୍କୁ କିଛି ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଥାଏ ଯଥା ନିଜର କିଛି ବିଜ୍‌ନେସ୍‌ର ଷ୍ଟକ୍ ରଖିବା ପାଇଁ, ଯାନବାହାନ ରଖିବା ପାଇଁ ଇତ୍ୟାଦି । ନିଜର କିଛି ବି ଉଦ୍ଧେଶ୍ୟ ରଖି ବେସ୍‌ମେଣ୍ଟ କରିବାକୁ ପଡ଼ିଥାଏ । ମାତ୍ର ବାସ୍ତୁ ମତରେ ସମ୍ପୂର୍ଣ୍ଣ ଭୂମିରେ ବେସ୍‌ମେଣ୍ଟ ଗୃହ କରିବା ଶୁଭ ନୁହେଁ । ଯଦି ଗୃହଟିର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ବା ନ୍ୟୈରତ୍ୟ କୋଣ ଭାଗରେ ଭୂମିତଳ ବା ବେସ୍‌ମେଣ୍ଟ ଗୃହ କରିଛନ୍ତି ତେବେ ଏହା ଘୋର ବାସ୍ତୁଦୋଷ ସୃଷ୍ଟି କରିଥାଏ। କାରଣ ଆମେ ଜାଣିଛେ ବାସ୍ତୁଶାସ୍ତ୍ର୍ରର ସାଧାରଣ ଏବଂ ମୂଖ୍ୟ ମୌଳିକ ସୂତ୍ର ହେଲା ଦକ୍ଷିଣ ଦିଗ ଓ ଦକ୍ଷିଣ-ପଶ୍ଚିମ ବା ନୈରତ୍ୟ କୋଣ ସଦାସର୍ବଦା ଉଚ୍ଚା ବା ଭାରି ନିର୍ମାଣ କରିବା କଥା ।

Advertisment

କିନ୍ତୁ ଏହି ସ୍ଥାନରେ ବେସ୍‌ମେଣ୍ଟ କରିବା ଦ୍ୱାରା ଉକ୍ତ ନିୟମଟି ଖଣ୍ଡନ ହୋଇଥାଏ । ଫଳରେ ଆର୍ଥିକ ପରିସ୍ଥିତି ଖରାପ ହୋଇ ମାନ ସମ୍ମାନ ମଧ୍ୟ ହାନି ହୋଇଥାଏ । ଏଣୁ ଯଦି ଜାଗା ଅଭାବରୁ ବେସ୍‌ମେଣ୍ଟ କରିବାକୁ ବାଧ୍ୟ ହେଉଛନ୍ତି ତେବେ ଜଣେ ଅଭିଜ୍ଞ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ବେସ୍‌ମେଣ୍ଟ ନିର୍ମାଣ କଲେ ଅଶୁଭ ଫଳ ମିଳିନଥାଏ । ଏଣୁ ସମସ୍ତେ ବାସ୍ତୁନିୟମ ମାନି ଗୃହ ନିର୍ମାଣ କରନ୍ତୁ ଏବଂ ଖୁସିରେ ଜୀବନ ଯାପନ କରନ୍ତୁ । 

Mental Stress Vastu Tips For Home Vastu Tips In Odia
Advertisment
Advertisment