Advertisment

Vastu Tips: ଗୃହ ଉପରେ ମାଡ଼ିଥିବା ଏହି ପ୍ରକାର ଗଛଲତା ସନ୍ତାନଙ୍କର କ୍ଷତି କରିଥାଏ

ଯେତେବେଳେ ଗୋଟେ ବୃକ୍ଷ ଆମ ଗୃହ ଉପରେ ଆଶ୍ରୟ ନେଇଥାଏ ଏହା ଅତ୍ୟନ୍ତ କ୍ଷତିକାରକ । ଅନେକ ଲୋକ ଗୃହର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାର ଫୁଲ, ଗଛ, ଲତା ଯେମିତି ପିପଳି, ମନିପ୍ଲାଣ୍ଟ ଆଦି ଗୃହର କାନ୍ଥରେ ମଡ଼େଇ ଥାନ୍ତି ଏହା ମଧ୍ୟ ଶୁଭ ନୁହେଁ। ଏଣୁ ଏହି ସମ୍ବନ୍ଧିୟ ବାସ୍ତୁର ମତ ଉପରେ ବିସ୍ତୃତ ଭାବରେ ଅଧିକ କିଛି ଆସନ୍ତୁ ଜାଣିବା ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ବାସ୍ତୁ ଟିପ୍ସ

ବାସ୍ତୁ ଟିପ୍ସ

ସାଧାରଣ ଭାବରେ ଆମେ ଦେଖିଥାଉ ବହୁତ ଜଣଙ୍କ ଗୃହର ଚର୍ତୁପାଶ୍ୱର୍ରେ, ବୃକ୍ଷ ଯଥା ଆମ୍ବ, ପିଜୁଳି, ପଣସ, ବେଲ ଇତ୍ୟାଦି ଗୃହର କାନ୍ଥ ଉପରେ ଲାଗିକି ଥାଏ ଦେଖିବାକୁ ଗଲେ ବୃକ୍ଷର ଅଧିକ ଶାଖା ପ୍ରଶାଖା ଗୃହର କାନ୍ଥକୁ ସ୍ପର୍ଶ କରିକି ଏପରି ଥାଏ, ଯେମିତିକି ଗଛଟି କାନ୍ଥ ଉପରେ ଆଶ୍ରୟ ନେଇଛି । ଆମେ ସମସ୍ତେ ଆବଶ୍ୟକ ସ୍ଥଳେ ବୃକ୍ଷ ମୂଳରେ ଆଶ୍ରୟ ନେଇଥାଉ ଯାହା ଆମ ପାଇଁ ଶୁଭ ।

Advertisment

କୌଣସି ବୃକ୍ଷର ଛାଇ କିମ୍ବା ବୃକ୍ଷର କୌଣସି ଶାଖା, ପ୍ରଶାଖା ଆଦି ଗୃହକୁ ସ୍ପର୍ଶ କରିବା ଅନୁଚିତ୍ । ଏଣୁ ଏହାର ନିୟମ ସବୁ ନିମ୍ନରେ ଦେଉଛି ଯାହା ଜାଣିବା ନିହାତି ଜରୁରୀ ।

୧. କୌଣସି ପ୍ରକାର ସଜାଇବା ଫୁଲ କିମ୍ବା ଲତା ଆଦି ଗୃହର କାନ୍ଥରେ ମଡ଼ାନ୍ତୁ ନାହିଁ ଯଦି ମଡ଼ାଇବାର ଥାଏ ତେବେ କୌଣସି ତାର ଜାଲିକୁ କାନ୍ଥରୁ କିଛି ଦୂରତା ପୋତି ସେଥିରେ ମଡ଼ାନ୍ତୁ ।

Advertisment

୨. ଯଦି କୌଣସି ବୃକ୍ଷର ବଡ଼ ବଡ଼ ଶାଖା କିମ୍ବା ଲତା ଦକ୍ଷିଣ-ପୂର୍ବ ଅର୍ଥାତ୍ ଅଗ୍ନିକୋଣରେ କାନ୍ଥକୁ ସମ୍ପୂଣ୍ଣି ମାଡ଼ିକି ଥାଏ ତେବେ ସେହି ଗୃହରେ ଅନେକ ପ୍ରକାର କ୍ଷତି ପରିଲକ୍ଷିତ ହୋଇଥାଏ । ଯଦି କୌଣସି କଣ୍ଟା ଜାତୀୟ ଗଛ ଏହି  ଅଗ୍ନିକୋଣ ର କାନ୍ଥକୁ ଲାଗିକି ଥାଏ ତେବେ ସେହି ଘରେ ଆର୍ଥିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । 

୩. ଯଦି ଗୃହର ଦକ୍ଷିଣ-ପଶ୍ଚିମ ବା ନୈଋତ୍ୟ କୋଣ କାନ୍ଥରେ କୌଣସି ଗଛ ବା ଲତା ମାଡ଼ିକି ଥାଏ ତେବେ ସେହି ଗୃହରେ ଲୋକ ଶାନ୍ତିରେ ଶୋଇ ପାରନ୍ତି ନାହିଁ । ବିଶେଷ କରି ଜାମୁ, ବର ଓ ଆମ୍ବ ଗଛର ଶାଖା ଲାଗିଥିଲେ ଏହି ସମସ୍ୟା ଅଧିକ ବଢି ଯାଇଥାଏ । 

୪. ବଡ଼ ବଡ଼ ବୃକ୍ଷ ଯଥା-ଆମ୍ବ, ପଣସ ଆଦି ଶୁଭ ବୃକ୍ଷ ହେଲେ ବି ଗୃହର ଏøଶାନ୍ୟ ବା ଉତ୍ତର-ପୂର୍ବ କୋଣରେ ରହିବା କଥା ନୁହେଁ କିନ୍ତୁ ଯଦି ଏହା ଏହି ସ୍ଥାନରେ ଥାଇ ଏହି ସ୍ଥାନର କାନ୍ଥକୁ ସ୍ୱର୍ଶ କରିଥାଏ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ଅର୍ଥାତ ସେହି ଘରେ ସମସ୍ତଙ୍କର ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୫. ଯଦି କୌଣସି ଲତା ପୂର୍ବ କାନ୍ଥ ଉପରେ ମାଡ଼ିକି ପୂର୍ବ କାନ୍ଥକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥାଏ ତେବେ ସେହି ଘରେ ରୋଗ ଓ ଶୋକ ସବୁବେଳେ ଲାଗିକି ରହିଥାଏ । 

୬. ଯଦି ଗୃହର ଦକ୍ଷିଣ-ପଶ୍ଚିମ ଅର୍ଥାତ ନୈଋତ୍ୟ କୋଣଠାରୁ  ନେଇ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଗୃହର କାନ୍ଥରେ ବଡ଼ ବଡ଼ ଗଛର ଶାଖା ପ୍ରଶାଖା କିମ୍ବା କୌଣସି ଲତା ମାଡ଼ିକି ଆଚ୍ଛାଦିତ କରିକି ରଖିଥାଏ ତେବେ ଜାଣନ୍ତୁ ସେହି ଘରର ସନ୍ତାନମାନେ ପାଠପଢାରେ ଉନ୍ନତି କରନ୍ତି ନାହିଁଁ । 

ଏଣୁ ଗଛଲତା ଲଗାଇଲା ବେଳେ ଏହିସବୁ ଦିଗପ୍ରତି ଧ୍ୟାନଦେଇ ଗଛ ଲଗାଇଲେ ଶୁଭଫଳ ପାଇବେ ।

Children Vastu Tips For Home Vastu Tips In Odia
Advertisment
Advertisment