• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାସ୍ତୁଶାସ୍ତ୍ର ଏକ ମହାନ ଶାସ୍ତ୍ର ଯାହା ଆମର ମୁନିଋଷିମାନେ ଆମ ମାନଙ୍କ କଲ୍ୟାଣ ନିମିତ୍ତ ରଚନା କରିଛନ୍ତି । ବାସ୍ତୁ କେବଳ ଗୃହ ନିର୍ମାଣର ଶୈଳୀ ନୁହେଁ ବରଂ ଆହୁରି ବହୁତ କିଛି । ଆଜି ଆମେ ବାସ୍ତୁର ଭୂମିର ପ୍ରକାର ବିଷୟରେ ଜାଣିବା । ଭୂମି ବିଷୟରେ ତର୍ଜମା ନକରି ଖାଲି ଶୁଭ ତିଥି ନକ୍ଷତ୍ରରେ ଗୃହ ଶୁଭ ଦେଇ ଯଥା କୋଣ ଓ ଦିଗରେ ଯଥା ନିର୍ମାଣ କାର୍ଯ୍ୟ କରିଦେଲେ ବାସ୍ତୁ କାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ ନାହିଁ । ଏଣୁ ଭୂମି ବିଷୟରେ ଜାଣିବା ଏବଂ ଭୂମିଦୋଷ ଥିଲେ ତାହାକୁ ନିଜ ଅନୁକୂଳକୁ ଆଣି ନିର୍ମାଣ କାର୍ଯ୍ୟ କଲେ ଅନେକ ପ୍ରକାର ଅଶୁଭତ୍ତ୍ୱକୁ ଦୂରେଇ ପାରିବା । ଆଜି ଆମେ ଭୂମିର ଆକାରକୁ ନେଇ ଏହାର ପ୍ରକାର ବିଷୟରେ ଜାଣିବା । 

୧. ଆୟତାକାର ଭୂମି :- ଯେଉଁ ଭୂମିର ଲମ୍ବ ଓ ପ୍ରସ୍ଥ ସମକୋଣରେ ଥାଏ ଏବଂ ଲମ୍ବ ଓ ପ୍ରସ୍ଥ ସମାନ ହୋଇନଥାଏ ସେହି ପ୍ରକାର ଭୂମିକୁ ଆୟତାକାର ଭୂମି କୁହାଯାଏ । ଏହା ଶୁଭ ଫଳ ଦେଇଥାଏ ।

Also Read

୨. ବର୍ଗାକାର ଭୂମି :- ଯେଉଁ ଭୂମିର ଲମ୍ବ ଓ ପ୍ରସ୍ଥ ସମାନ ଓ ସମକୋଣରେ ଥାଏ ଏବଂ ପୃଷ୍ଠ ଭୂମି ସମତଳ ଥାଏ ତାହାକୁ ବର୍ଗାକାର ଭୂମି କୁହାଯାଏ ଯାହାକି ବହୁତ ଶୁଭ ଫଳ ଦେଇଥାଏ । ଏହି ପରି ଭୂମି ଧନ ପ୍ରଦାନ କରେ ।

୩. ବୃତ୍ତାକାର ଭୂମି :- ଏହିପରି ଭୂମିକୁ ମଧ୍ୟ ଶୁଭ ବୋଲି ଶାସ୍ତ୍ର୍ରକାରମାନେ କହିଛନ୍ତି ।

୪. ଅର୍ଦ୍ଧଚନ୍ଦ୍ରାକାର ଭୂମି :- ଏହା ଏକ ପ୍ରକାର ଅଶୁଭ ଭୂମି ।

୫. ଭଦ୍ରାସନ ଭୂମି :- ଏହି ପ୍ରକାର ଭୂମି ଆୟତାକାର କିମ୍ବା ବର୍ଗାକାର ହୋଇଥାଏ କିନ୍ତୁ ଏହା ପ୍ରାୟ ୧ ମହଲା ଉଚ୍ଚ ହୋଇଥାଏ । ଏହା ମଙ୍ଗଳକାରକ ଭୂମି ।

୬. ତ୍ରିକୋଣାକୃତି ଭୂମି :- ଏହା କ୍ଷତିକାରକ ଏହି ପରି ଭୂମିରେ ବସବାସ କଲେ ରାଜ-ଭୟ ସୃଷ୍ଟି କରିଥାଏ ।

୭. ଶକଟାକୃତ୍ତି ଭୂମି :- ଯେଉଁ ଭୂମିର ଗୋଟେ ପାଶ୍ୱର୍ ଅଳ୍ପ ଓସାର ଏବଂ ଅନ୍ୟ ପାଶ୍ୱର୍ଟି ବେଶି ଓସାରିଆ । ଉକ୍ତ ବାସ୍ତୁରେ ଗୃହ ନିର୍ମାଣ କରି ବସବାସ କଲେ ଧନନାଶ ହୋଇଥାଏ ।

୮. ବିଷମାକୃତ୍ତି ଭୂମି :- ଯେଉଁ ଭୂମି ବିଷମଭୂଜ ଅର୍ଥାତ୍ ସମସ୍ତ ପାର୍ଶ୍ୱର ଓସାର ଅଲଗା ଅଲଗା ହୋଇଥାଏ ସେହି ଭୂମିକୁ ବିଷମାକୃତି ଭୂମି କୁହାଯାଏ । ଏହି ପରି ଭୂମିରେ ବସବାସ କଲେ ଶୋକ ଓ ଦୁଃଖ ସବୁବେଳେ ଗୃହବାସୀଙ୍କୁ ଗ୍ରାସ କରିକି ରଖିଥାଏ । ସବୁବେଳେ କିଛି ନା କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯେମିତି ଆଜି ଆର୍ଥିକ କ୍ଷତି ତ କାଲି ଶାରିରୀକ ଯନ୍ତ୍ରଣା ପରେ ମାନିସିକ କଷ୍ଟ ଏହି ପରି ସ୍ଥିତି ଲାଗି ରହିଥାଏ । ଏଣୁ ଏହି ପରି ଭୂମି ତ୍ୟାଗ କରିବା କଥା । ଏଣୁ ଜାଗାଟିଏ କ୍ରୟ କଲାବେଳେ ଜାଗାର ଆକାର ବିଷୟରେ ଦେଖି ଜାଣି ଜାଗା କିଣି ଗୃହ ନିର୍ମାଣ କରିବା କଥା । ଆଜି ୮ ପ୍ରକାର ଭୂମି ଉପରେ ଆଲୋଚନା କରିବା ପରେ ଆଗକୁ ଆଉ ୮ ପ୍ରକାର ଭୂମି ବିଷୟରେ ଆଲୋଚନା କରିବା ।