Advertisment

Tulsi Plant: ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ, ଘରକୁ ଆସିବ ସୁଖ ସମୃଦ୍ଧି

ଆମେ ଯେଉଁ ତୁଳସୀ ଗଛକୁ ପୂଜା କରୁଛେ ତାହାର ବଟାନିକାଲ୍ ନାମ ହେଉଛି “ଓସିମମ୍ ସାଙ୍କଟ୍‌ମ” ଏହାର ପତ୍ରର ରଙ୍ଗ ସବୁଜ । ଶାସ୍ତ୍ର କହେ ଯେଉଁ ସ୍ଥାନରେ ଗୋଟେ ହେଲେ ଏହି ତୁଳସୀ ଗଛ ଅଛି ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନିବାସ ଅଛି ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ତୁଳସୀ ଗଛ

ତୁଳସୀ ଗଛ

ବାସ୍ତୁରେ ଯେମିତି ପ୍ରତ୍ୟେକ ଜିନିଷର ସ୍ଥିତି ଅବସ୍ଥିତି ଆମକୁ ପ୍ରଭାବିତ କରିଥାଏ ଠିକ୍ ସେମିତି ଆମ ଗୃହ ଅଗଣାରେ ହେଉ କି ଗୃହ ମଧ୍ୟରେ ଥିବା ଗଛ ଲତା ଆଦିର ପ୍ରଭାବ ମଧ୍ୟ ଆମ ଉପରେ ପଡ଼ିଥାଏ । ଏଥିପାଇଁ ଗୃହ ପରିସୀମା ଭିତରେ ପ୍ରତ୍ୟେକଟି ଗଛଲତା ଲଗାଇବା ପୂର୍ବରୁ ସେହିଗଛଟିର ଗୁଣଧର୍ମ ବିଷୟରେ ଜାଣିବା ଆବଶ୍ୟକ । ତତ୍ ସହିତ ସେହି ଗଛର ବାସ୍ତୁ ଉପରେ ପଡ଼ୁଥିବା ଦୈବିଶକ୍ତିର ପ୍ରଭାବ ବିଷୟରେ ମଧ୍ୟ ଅବଗତ ହେବା ନିହାତି ଆବଶ୍ୟକ । ଫଳରେ ସେହିଗଛଟିକୁ ଆମେ ଆମ ବାସ୍ତୁର ଉଚିତ୍ ଦିଗରେ ଲଗାଇ ସେହି ଗଛର ଶୁଭ ପ୍ରଭାବକୁ ଆମେ ପାଇପାରିବା । ସେହି ପରିପ୍ରେକ୍ଷିରେ ଆଜି ଆମେ ତୁଳସୀ ଗଛ ବିଷୟ ଅଧିକ ଜାଣିବା । 

Advertisment

ସୁଖ ସମୃଦ୍ଧିରେ ଜୀବନ ଯାପନ କରିବାକୁ କିଏ ବା ନଚାହେଁ । ସେଥିପାଇଁ ବାସ୍ତୁଶାସ୍ତ୍ର ମତରେ ସମସ୍ତେ ଗୃହ କରିବା ଆରମ୍ଭ କଲେଣି । ଗୃହ ନିର୍ମାଣ କରିବା ସହିତ ଗଛ ଲତା ଆଦି ଲଗାଇଲା ବେଳେ ଏହାର ନିୟମ ପ୍ରତି ସଜାଗ ରହି ଗଛ ଲଗାଇଲେ ଅନେକ ଶୁଭ ଫଳ ମିଳିଥାଏ । ଏଣୁ ତୁଳସୀ ଗଛ ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକ ଅଛି ଯେହେତୁ ଏହି ଗଛ ପ୍ରତ୍ୟେକ ହିନ୍ଦୁଙ୍କ ଘରେ ପୂଜିତ ହେଉଛନ୍ତି । ବହୁ ପ୍ରାଚୀନ କାଳରୁ ଆମ ଧର୍ମରେ ବିଶ୍ୱାସ ଅଛି ଯେ ତୁଳସୀ ଗଛକୁ ବୃନ୍ଦାବତୀ ରୂପରେ ପୂଜା କଲେ ଆମ ଘରେ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ । 

ଏହାର ପତ୍ରକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ । ଏବଂ ଏହି ତୁଳସୀ ଗଛର ପତ୍ରବିନା ବିଷ୍ଣୁଙ୍କ ପୂଜା କରାଯାଏ ନାହିଁ । ଏହି ତୁଳସୀ ଗଛ ଅନେକ ପ୍ରକାର ଯେମିତି ରାମ ତୁଳସୀ, ଶ୍ୟାମ ତୁଳସୀ ବା କୃଷ୍ଣ ତୁଳସୀ, ବଣ ତୁଳସୀ, କର୍ପୂର ତୁଳସୀ ଇତ୍ୟାଦି, ଏହିପରି ୧୦୮ ରୁ ଅଧିକ ପ୍ରକାର ତୁଳସୀ ଗଛ ସମଗ୍ର ବିଶ୍ୱରେ ଅଛି । ଆମେ ଯେଉଁ ତୁଳସୀ ଗଛକୁ ପୂଜା କରୁଛେ ତାହାର ବଟାନିକାଲ୍ ନାମ ହେଉଛି “ଓସିମମ୍ ସାଙ୍କଟ୍‌ମ” ଏହାର ପତ୍ରର ରଙ୍ଗ ସବୁଜ । ଶାସ୍ତ୍ର କହେ ଯେଉଁ ସ୍ଥାନରେ ଏହି ତୁଳସୀ ଗଛ ଅଛି ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନିବାସ ଅଛି । ଏବଂ ଏହି ଗଛକୁ ଯେଉଁମାନେ ନଅ ପ୍ରକାର ସେବା କରନ୍ତି ସେମାନେ ବୈକୁଣ୍ଠରେ ନିବାସ ପାଇଥାନ୍ତି ।

Advertisment

ଏହି ନଅ ପ୍ରକାର ପୂଜା ହେଉଛି, ଦର୍ଶନ, ସ୍ପର୍ଶନ, ଧ୍ୟାନ, କୀର୍ତ୍ତନ, ନମସ୍କାର, କଥା ଶବଣ, ରୋଷଣ (ଗଛ ଲଗାଇବା), ସେବନ  ଓ ପୂଜନ । ଏହା ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରାମାଣିତ ଯେ ଏହାର ପ୍ରତ୍ୟେକ ଡ଼ାଳ, ପତ୍ର ଏବଂ ଚେରର ଅନେକ ଔଷଧୀୟ ଗୁଣ ଭରି ରହିଛି । ଯାହାକୁ ବାସ୍ତୁ ମଧ୍ୟରେ ସ୍ଥାନ ଦେଇ ପୂଜା ଅର୍ଚ୍ଚନା କଲେ ଏହାର ଔଷଧୀୟ ଗୁଣ ଆମକୁ ପ୍ରାପ୍ତ ହୋଇ ଆମର କଲ୍ୟାଣ ହୋଇଥାଏ । ଏହି ଗଛ ସଦାସର୍ବଦା ସୂର୍ଯ୍ୟାଲୋକ ପଡ଼ୁଥିବା ଅର୍ଥାତ୍ ପୂର୍ବ  କିମ୍ବା ଉତ୍ତର-ପୂର୍ବ କୋଣରେ ଲଗାଇଲେ ଶୁଭ । କିନ୍ତୁ ଆମେ ଘରୁ ବାହାରକୁ ବାହାରିଲା ବେଳେ ଆମର ଦକ୍ଷିଣ ଭାଗରେ ତୁଳସୀକୁ ଦର୍ଶନ କରି କାର୍ଯ୍ୟକୁ ଗଲେ ଶୁଭଫଳ ମିଳିଥାଏ । ଏଣୁ ଗୃହର ମୁଖ ହିସାବରେ ଏବଂ ତୁଳସୀ ଗଛକୁ ସୂର୍ଯ୍ୟାଲୋକ ପାଇବା ହିସାବରେ ରଖିପାରିଲେ ଅନେକ ଶୁଭ । 

୧. ପୂର୍ବ ମୁଖୀ ଭବନ ପାଇଁ - ଏହିପରି ଭବନରେ ଦକ୍ଷିଣ-ପୂର୍ବ କୋଣର ପୂର୍ବ ଭାଗରେ ଲଗାଇଲେ ଶୁଭ ।

୨. ଦକ୍ଷିଣ ମୁଖୀ ଭବନ ପାଇଁ - ଏହି ପରି ଭବନରେ ଦକ୍ଷିଣ-ପଶ୍ଚିମ କୋଣର ଦକ୍ଷିଣ ଭାଗରେ ଲଗାଇବା ସହିତ ଉତ୍ତର-ପୂର୍ବ କୋଣରେ ମଧ୍ୟ ତୁଳସୀ ଗଛ  ରଖିପାରିଲେ ଶୁଭ ।

୩. ପଶ୍ଚିମ ମୁଖୀ ଭବନ ପାଇଁ – ଏହି ପରି ଭବନରେ ଦକ୍ଷିଣ-ପଶ୍ଚିମ କୋଣର ଦକ୍ଷିଣ ଭାଗରେ ଲଗାଇବା ସହିିତ ଉତ୍ତର-ପୂର୍ବ କୋଣରେ ମଧ୍ୟ ତୁଳସୀ ରୋପଣ କରିବା ଆବଶ୍ୟକ । ଏହି ପରି କଲେ ନିଶ୍ଚିତ ଭାବରେ ତୁଳସୀ ଗଛର ଶୁଭ ଫଳ ପାଇ ପାରିବେ ।

୪. ଉତ୍ତର ମୁଖୀ ଭବନ ପାଇଁ – ଏହି ପରି ଗୃହରେ ଉତ୍ତର-ପୂର୍ବ କୋଣରେ ତୁଳସୀ ଗଛ ସ୍ଥାପନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏବେ ଆମେ ଏହି ଗଛର ସ୍ଥାପନା ବିଷୟରେ ଜାଣିଲେ ଆଗାମୀ ଅଧ୍ୟାୟରେ ଏହାର ପୂଜା ବିଧାନ ବିଷୟରେ ଜାଣିବା । ଯଦି ଆପଣ ତୁଳସୀ ଗଛର ନିୟମ ବିଷୟରେ ଅବଗତ ହୋଇ ପୂଜା ଅର୍ଚ୍ଚନା କରୁଛନ୍ତି ତେବେ ନିଶ୍ଚିତ ଶୁଭଫଳ ପାଇବେ ।

Vastu Tips For Home Vastu Tips In Odia Tulsi Plant
Advertisment
Advertisment