Advertisment

Cancer Linked to Vastu Error: ଏହି ବାସ୍ତୁ ଦୋଷ ପାଇଁ ହୋଇଥାଏ କ୍ୟାନସର୍ ଭଳି ରୋଗ, ଆଗରୁ ପ୍ରତିକାର କରିନେବା ଭଲ

ଏହି ସ୍ଥାନରେ ପାଇଖାନା ପଡ଼ିଥିଲେ ଏହି ସ୍ଥାନଟିର ଶୁଭଶକ୍ତି ସମ୍ପୁର୍ଣ୍ଣ ନଷ୍ଟହୋଇ ଅଶୁଭ ଶକ୍ତି ବିକିରଣ କରିଥାଏ । ଫଳରେ ଏହିପରି ଗୃହରେ କିଛି ବର୍ଷ ବସବାସ କଲାପରେ ଗୃହର ମୁଖିଆ କ୍ୟାନସର ପରି ରୋଗରେ ପୀଡ଼ିତ ହେବାର ଦେଖାଯାଇଛି ।

author-image
Saroj Kumar Maharana
Vastu Defect

ବାସ୍ତୁଦୋଷ Photograph: (OTV)

ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକୃତି ବା ପରିବେଶରେ ଏକ ଅନୁକୂଳ ଗୃହ, ନଗର ଆଦି ନିର୍ମାଣ କରିବା । ବାସ୍ତୁଶାସ୍ତ୍ରର ନିୟମ ମାଧ୍ୟମରେ ଆମେ ଗୃହକୁ ଉର୍ଜାବାନ ଏବଂ ନିଜର ଅନୁକୂଳ କରିପାରିଥାଉ । ବାସ୍ତୁ ଜଡ଼ ହେଲେ ମଧ୍ୟ ଏହା ଆମର ଚେତନସତ୍ତାକୁ ପ୍ରଭାବିତ କରିଥାଏ । ବାସ୍ତୁ ଓ ଆମ ଚେତନା ମଧ୍ୟରେ ସମ୍ପର୍କ ଅଛି ଏହା ଉଭୟ ଉଭୟକୁ ପ୍ରତିଟି ମୁହୂର୍ତ୍ତରେ ପ୍ରଭାବିତ କରୁଥାନ୍ତି କିନ୍ତୁ ଏହା ସହଜରେ
ଜଣାପଡ଼େନି ।

Advertisment

ଆଜିର ମଣିଷ ଏହି ବିଜ୍ଞାନ ସହିତ ଅପରିଚିତ କାରଣରୁ ଅକାରଣରେ ବହୁ କଷ୍ଟର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି । ଅତୀତରେ ବାସ୍ତୁ ବ୍ୟତିକ୍ରମ ଜନିତ ଅଘଟଣ ବଡ଼ ବଡ଼ ପୁରାତନ ହାବେଲୀ ବା ରାଜମହଲ ବାସିନ୍ଦାକୁ ଶାନ୍ତି ଦେଇପାରିନାହିଁ । ଏକଦା ଯେଉଁଠି ଖୁସିର ପରିବେଶ ଥିଲା ସେଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାର ଦେଖାଯାଇଛି । ଏଣୁ ବାସ୍ତୁ ସବୁ ବର୍ଗର ଲୋକ ଅର୍ଥାତ୍ ଧନୀ ହୁଅନ୍ତୁ ଅବା ଗରିବ ଏହା ସମସ୍ତକୁ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ ଆଜି ଆମେ ବାସ୍ତୁ କିପରି ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ସେହି ବିଷୟରେ ଜାଣିବା ।
 

ବାସ୍ତୁଶାସ୍ତ୍ର ଓ ଜୀବବିଜ୍ଞାନ ଉଭୟ ପରସ୍ପରର ସମ୍ପର୍କ ଅତି ନିବିଡ଼ । ବାସ୍ତୁଦୋଷ କାରଣରୁ ପୃଥିବୀପୃଷ୍ଠର ଚୁମ୍ବକୀୟ ଶକ୍ତି ଓ ଆକାଶର ସୂର୍ଯ୍ୟ ଶକ୍ତି ଆଦିର ନକରାତ୍ମକ ପ୍ରଭାବ ଗୃହ ଉପରେ ପଡ଼ିବା ଦ୍ୱାରା ଗୃହବାସୀମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ସମସ୍ତ ରୋଗ ଭିତରୁ “କ୍ୟାନସର” ରୋଗ ହୋଇଛି ବୋଲି ଶୁଣିଲେ ରୋଗୀର ଅଧା ଜୀବନ ପଳାଏ । ଏହି ରୋଗର ନାମ ହିଁ ମଣିଷକୁ ଅଧା ମାରିଦିଏ । ଏଣୁ କେଉଁ ଦିଗରେ ବାସ୍ତୁ ଦୋଷ ଥିଲେ ଏହି ରୋଗ ହୋଇଥାଏ ଜାଣିବା ।

Advertisment

ଐଶାନ୍ୟ (ଉତ୍ତର-ପୂର୍ବକୋଣ):- ଏହା ବାସ୍ତୁରେ ଅତି ସମ୍ବେଦନଶୀଳ ଜାଗା ଏହିଠାରେ କୌଣସି ବି ବାସ୍ତୁଦୋଷ କଦାପି ବି ଗ୍ରହଣୀୟ ନୁହେଁ । ଏହି ସ୍ଥାନ ହିଁ ଏକ ମାତ୍ର ସ୍ଥାନ ଯେଉଁ ସ୍ଥାନର ବାସ୍ତୁ ତ୍ରୁଟିକୁ ବାସ୍ତୁବିତ୍ କୌଣସି ଉପାୟ ଉପଚାର ଦେବାକୁ ବି ଡ଼ରିଥାନ୍ତି । ଏଣୁ ଏହି ସ୍ଥାନରେ ପାଇଖାନା ପଡ଼ିଥିଲେ ଏହି ସ୍ଥାନଟିର ଶୁଭଶକ୍ତି ସମ୍ପୁର୍ଣ୍ଣ ନଷ୍ଟହୋଇ ଅଶୁଭ ଶକ୍ତି ବିକିରଣ କରିଥାଏ । ଫଳରେ ଏହିପରି ଗୃହରେ କିଛି ବର୍ଷ ବସବାସ କଲାପରେ ଗୃହର ମୁଖିଆ କ୍ୟାନସର ପରି ରୋଗରେ ପୀଡ଼ିତ ହେବାର ଦେଖାଯାଇଛି ।

ଏଣୁ ଏହି ସ୍ଥାନରେ ପାଇଖାନା ପଡ଼ିଥିଲେ ଏହାକୁ କୌଣସି ପ୍ରକାର ଉପଚାର, ପ୍ରତିକାର ଆଦି ନକରି ସିଧା ସଳଖ ପାଇଖାନାକୁ ସ୍ଥାନାନ୍ତର କରିଦେବା ହିଁ ଏକମାତ୍ର ପ୍ରତିକାର । ଏଣୁ ଏହି ସ୍ଥାନକୁ ସଦାସର୍ବଦା ହାଲୁକା ରଖନ୍ତୁ ଅର୍ଥାତ୍ କୌଣସି ଓଜନଦାର ନିର୍ମାଣ ନକରି କାଠ ଖଟୁଲି ବା କାଠ ନିର୍ମିତ ବିମାନରେ ଠାକୁରଙ୍କ ଫଟୋ ରଖି ପୂଜା ଅର୍ଚ୍ଚନା କରନ୍ତୁ । ଐଶାନ୍ୟ କୋଣରେ ସିମେଣ୍ଟ ବା କଂକ୍ରିଟ ନିର୍ମିତ ଠାକୁରଙ୍କ ପାଇଁ ବିମାନ କଦାପି ବି ରଖିବା କଥା ନୁହେଁ । ଏହି ସ୍ଥାନ ଯେମିତି ପ୍ରାକୃତିକ ଆଲୋକ ଏବଂ ପବନ ଦ୍ୱାରା ପରିଚାଳିତ ହେବ ସେଥିପ୍ରତି ଦୃଷ୍ଟି ଦେବା କଥା । ଏହି ସ୍ଥାନ ସବୁବେଳେ ପରିଷ୍କାର ରଖିବା କଥା । ଏଣୁ ଯେହେତୁ ଐଶାନ୍ୟ କୋଣର ଦୋଷତ୍ରୁଟି ଯୋଗୁଁ କ୍ୟାନସର ପରି ରୋଗ ହୁଏ ତେଣୁ ଏହି ସ୍ଥାନକୁ ବାସ୍ତୁଦୋଷ ମୁକ୍ତ ରଖନ୍ତୁ ଏବଂ ନିରୋଗ ଜୀବନ ଯାପନ କରନ୍ତୁ । 

Odia Vastu Tips Vastu
Advertisment
Related Articles
Advertisment