ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ...
ପୋଲାଭରମକୁ ନେଇ ତେଜିଲା ରାଜନୀତି । ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍ରେ ତାକୁ ନେଇ ଉଠିଛି ପ୍ରଶ୍ନ ।
୨,୬୨୦ ମିଟର ଦୈର୍ଘ୍ୟ ଓ ୨-ଡିଗ୍ରି କର୍ଭ(ବକ୍ର) ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ବାରା କାର୍ଯ୍ୟ କରାଯାଇଛି । ସୁଡ଼ଙ୍ଗ ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମେସିନ୍ ନିୟୋଜିତ ହୋଇଥିଲା । ଏହି ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ...
ସକାଳର ଆରମ୍ଭ ହୁଏ ଚା' କପ୍ରୁ । ଅନେକ ଲୋକ ଦୈନିକ ଚା' ପିଇବାକୁ ପସନ୍ଦ କରିଥା'ନ୍ତି । ଆମେ ଅନେକ ସମୟରେ ଚା' ରେ ଅଦା ପକାଇ ପିଇବାକୁ ପସନ୍ଦ କରନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।
ଭାରତର ଏକପାଖିଆ ବିଜୟ ପରେ ଭାରତୀୟ କ୍ରିକେଟ ଫ୍ୟାନ୍ ବେଶ୍ ଖୁସି ହୋଇଥିଲେ । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଜୟ ପୂର୍ବରୁ ବାଜି ମାରିନେଇଥିଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ଯେଉଁ ଟିମ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ମିଳିଥା'ନ୍ତା ପ୍ରଚୁର...
ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ ।
ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ...
ସଂକୀର୍ଣ୍ଣ ଟନେଲ ଭିତରକୁ ବଡ଼ ମେସିନ୍ ଯାଇପାରୁନଥିବାରୁ କେବଳ ଗୋଟିଏ ଛୋଟ ଏକ୍ସକାଭେଟର୍ ପଠାଯାଇଛି ଏବଂ ବାକି ଲୋକବଳ ଉପରେ ଆଶ୍ରା କରିବାକୁ ପଡ଼ିଛି । ଟନେଲ ଭିତରେ ଏତେ କାଦୁଅ ଜମା ହୋଇଛି ଯେ ଉଦ୍ଧାରକାରୀମାନେ ଆଗକୁ ଯିବା ପାଇଁ ରବର୍ ଟ୍ୟୁବ୍ ଓ କାଠ ପଟା...
ଅମାନିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି । ଟ୍ବିନସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ବର ଓ କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଏହି ଉଚ୍ଚମାନର ଏଆଇ କ୍ୟାମେରା ଟ୍ରାଫିକ୍ ଖିଲାପକାରୀଙ୍କ ସହ ଅପରାଧୀଙ୍କୁ ମଧ୍ୟ ଧରିବ ।
ଟଏଲେଟରେ ଦୀର୍ଘ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାରଣରୁ ବୃଦ୍ଧି ପାଉଛି ମାରାତ୍ମକ ରୋଗ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହିଭଳି ଖରାପ ଅଭ୍ୟାସ ପାଇଁ ହେମୋରଏଡ୍ସ (hemorrhoids) ଏବଂ ଆନାଲ ଫିଷ୍ଟୁଲା(anal fistulas) ରୋଗ ବୃଦ୍ଧି...
ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଥିଲା ।
ଗଜା ମୁଗ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପଡ଼ିଥାଏ । ଏଥିରେ ଫୋଲେଟ୍, ଭିଟାମିନ୍ B6, ଆଇରନ୍ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ପରିମାଣରେ ରହିଥାଏ ।
ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।
ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ବିଶୃଙ୍ଖଳିତ ହୋଇଯାଏ ଦାଂପତ୍ୟ ଜୀବନ। ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜିଦେଉଥିବା ବାପା, ମା’ ବି ବେଳେବେଳେ ନିଜ ଇଚ୍ଛାକୁ ଲଦି ଦିଅନ୍ତି ପିଲାଙ୍କ ଉପରେ...
ରାଉରକେଲା ନିଟ୍ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ ।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।
ଶ୍ବେତଗଙ୍ଗା ପୁଷ୍କରିଣୀର ସଫେଇ ପାଇଁ ମାତ୍ର ୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ତାହା ବି ଅନିୟମିତ ଥିବା ଅଭିଯୋଗ ହୋଇଛି । ଏଭଳି ଚରମ ଅବହେଳା କାରଣରୁ ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବା ଅଭିଯୋଗ ହୋଇଛି ।
ଜଳନିଧି ଯୋଜନାରେ ସବସିଡି କରାଇ ଦେବା ପାଇଁ ସିଂସାରୀ ପଞ୍ଚାୟତର ଯାମପଦର ଗ୍ରାମର ଜଣେ ଚାଷୀଙ୍କ ଠାରୁ ସମ୍ପୃକ୍ତ ଦୁଇ ଅଧିକାରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍କୁ ଏନେଇ ଅବଗତ କରାଇଥିଲେ । ଅଭିଯୋଗ ପରେ ଉକ୍ତ ଦୁଇ...
ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନୁକମ୍ପା ଅର୍ଥ ରାଶି ପାଇଁ ପ୍ରବୀଣଙ୍କ ପରିବାର ବାରଦୁଆର ଶୁଣ୍ଢୀ ପିଣ୍ଡା ହେଉଛନ୍ତି । ମୃତ ପ୍ରବୀଣଙ୍କ ଘର ଗଞ୍ଜାମ ଜିଲ୍ଲାରେ । କିନ୍ତୁ ତାଙ୍କୁ ସାପ କାମୁଡିଥିଲା ଖୋର୍ଦ୍ଧା ଜିଲ୍ଲାରେ । ପ୍ରଶାସନ...
ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍ରେ ସେନ୍ସର ଗେଟ୍ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ ।