ଆସନ୍ତୁ ଜାଣିବା ଖାଲି ପେଟରେ ଚାଲିବା ବେଳେ କେଉଁ ଭୁଲ୍ ଗୁଡ଼ିକ ଏଡ଼ାଇବା ଉଚିତ ।
ଦ୍ରୁତ ଗତିରେ ଚାଲନ୍ତୁ ନାହିଁ : ଖାଲି ପେଟରେ ଚାଲିବା ସମୟରେ ଶରୀରରେ ଶକ୍ତିର ଅଭାବ ଦେଖାଯାଏ । ଏପରି ପରିସ୍ଥିତିରେ, ବହୁତ ଦ୍ରୁତ ଗତିରେ ଚାଲିଲେ, ଶରୀରରେ ଗ୍ଲୁକୋଜର ଅଭାବ ହୋଇପାରେ । ଯାହା ଯୋଗୁଁ ଆପଣ ମୁଣ୍ଡ ବୁଲାଇବା, ଦୁର୍ବଳତା କିମ୍ବା କ୍ଳାନ୍ତି ଅନୁଭବ କରିପାରନ୍ତି ।
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ : ଚାଲିବା ସମୟରେ ଝାଳ ବାହାରିଥାଏ । ଯାହା ଶରୀରରେ ଜଳୀୟାଂଶ ହ୍ରାସ କରିପାରେ । ଯଦି ଆପଣ ଖାଲି ପେଟରେ ଚାଲୁଛନ୍ତି ଏବଂ ପର୍ଯ୍ୟାପ୍ତ ପାଣି ପିଉନାହାଁନ୍ତି । ତେବେ ଡିହାଇଡ୍ରେସନର ଆଶଙ୍କା ବଢ଼ିପାରେ । ତେଣୁ, ଚାଲିବା ପୂର୍ବରୁ ପାଣି ପିଇବା ଗୁରୁତ୍ଵପୂର୍ଣ୍ଣ ।
ଖାଲି ପେଟରେ ଚାଲିବା ପରେ ଖାଦ୍ୟ ଖାଆନ୍ତୁ : କିଛି ଲୋକ ଖାଲି ପେଟରେ ଚାଲିବା ପରେ ଖାଦ୍ୟ ଖାଆନ୍ତି ନାହିଁ । ଫଳରେ ଏହା ଶରୀରରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ୍ର ଅଭାବ ସୃଷ୍ଟି କରିପାରେ ।
ହାଲୁକା ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ : ଚାଲିବା ପରେ ତୁରନ୍ତ ହାଲୁକା ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ । ଚାଲିବା ପରେ ଫଳ, ବାଦାମ, କିମ୍ବା ଦହି ଭଳି ଖାଦ୍ୟ ଖାଇଲେ ଶରୀର ଉପଯୁକ୍ତ ପୃଷ୍ଟି ପାଇପାରିଥାଏ ।