/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746629979.jpg)
ହଠାତ୍ ସନ୍ନ୍ୟାସ ନେଲେ ରୋହିତ ।
ଚାଲିଛି ଆଇପିଏଲ୍ ୨୦୨୫ , ଆଉ ଏହାରି ଭିତରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା । ରୋହିତ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ପରାଜୟ ପାଇଁ ସମାଲୋଚିତ ହୋଇଥିଲେ । ତେବେ ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ଏମିତି ଘୋଷଣା କରିଛନ୍ତି ରୋହିତ ।
Advertisment
ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୁରନ୍ତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।
ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ମଧ୍ୟ ଥିଲେ ।
Advertisment
ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ୍ ହ୍ୱାଇଟ୍ ବଲ୍ ଛୋଟିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଅପରପକ୍ଷେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ରୋହିତ ଶର୍ମା ।
ଅଧିକ ପଢନ୍ତୁ:ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)