Advertisment

When Digital Specs Expose History: ଅତୀତ କହୁଛି ଡିଜିଟାଲ ଚଷମା, ଜାଣିଲେ ଭୟ କରିବେ !

ଆଶ୍ଚର୍ଯ୍ୟ କଲା ବିଜ୍ଞାନର ଅଦ୍ଭୁତ ସଫଳତା । ଲୋକଙ୍କ ଅତୀତ କହୁଛି ଡିଜିଟାଲ ଚଷମା । ନାଁ, ଠିକଣା, ଏମିତିକି ଜଣେ ଅଜଣା ବ୍ୟକ୍ତିଙ୍କ ସହ ଅତୀତରେ କ’ଣ ଘଟିଛି ଏହି ଚଷମା ସବୁ ଗୋଟି ଗୋଟି କହୁଛି ।

author-image
Tapan Swain
Meta-smart-glasses

Meta-smart-glasses Photograph: (OTV)

ଆଶ୍ଚର୍ଯ୍ୟ କଲା ବିଜ୍ଞାନର ଅଦ୍ଭୁତ ସଫଳତା । ଲୋକଙ୍କ ଅତୀତ କହୁଛି ଡିଜିଟାଲ ଚଷମା । ନାଁ, ଠିକଣା, ଏମିତିକି ଜଣେ ଅଜଣା ବ୍ୟକ୍ତିଙ୍କ ସହ ଅତୀତରେ କ’ଣ ଘଟିଛି ଏହି ଚଷମା ସବୁ ଗୋଟି ଗୋଟି କହୁଛି । ବୈଜ୍ଞାନିକଙ୍କ ଏପରି ଉଦ୍ଭାବନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଧରିନଅନ୍ତୁ, ଆପଣ କୌଣସି ଏକ ପାର୍କ କିମ୍ବା ବସରେ ବସିଛନ୍ତି । କିନ୍ତୁ ହଠାତ୍ କଳା ଚଷମା ପିନ୍ଧା ଜଣେ ଅଜଣା ବ୍ୟକ୍ତି ଆସି ଆପଣଙ୍କ ନାଁ ଏବଂ ଆପଣଙ୍କ ମନରେ କ’ଣ ସବୁ ଚାଲିଛି ସବୁ କହୁଛନ୍ତି ।

Advertisment

ଖାଲି ସେତିକି ନୁହେଁ ଆପଣଙ୍କ ଅତୀତରେ ଯାହା ସବୁ ଘଟିସାରିଛି ସେସବୁ ବି ସେ ଅତି ଦୃଢ଼ତାର ସହ କହିଚାଲୁଛନ୍ତି । ଏପରି ସମୟରେ ଆପଣ ନିଶ୍ଚୟ ଟିକେ ଘାବରେଇ ଯିବେ । ଆଉ ଭାବିବେ ଏ ବ୍ୟକ୍ତି ଜଣକ ଆପଣଙ୍କ ବିଷୟରେ ଏତେ ସବୁ ଜାଣିଲେ କେମିତି । ହଁ ଦର୍ଶକ ବନ୍ଧୁ ଏ ସବୁ ଏ ଚଷମା ଦ୍ବାରା ହୋଇପାରିବ । ଯାହା ଆପଣ ବି ପିନ୍ଧି କରିପାରିବେ । 

ହାର୍ଭାର୍ଡ ୟୁନିଭର୍ସିଟିର ଦୁଇ ଜଣ ଛାତ୍ର ଏପରି କମାଲ୍ କରିଛନ୍ତି । ଆନଫୁ ଙ୍ଗୁୟେନ୍ ଏବଂ କେନ୍ ଆର୍ଡେଫିଓ ଏହି ଚଷମାର ଉଦ୍ଭାବନ କରି ସାରା ବିଶ୍ବକୁ ଚମକାଇ ଦେଇଛନ୍ତି । ସମସ୍ତଙ୍କୁ ଅତି ସାଧାରଣ ଦେଖାଯାଉଥିବା ଏକ ଚଷମାକୁ ଯଦି ଆପଣ ପିନ୍ଧନ୍ତି, ତେବେ ଆପଣଙ୍କ ସାମ୍ନାରେ ଥିବା ଯେକୌଣସି ଅଜଣା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଡାଟା ଜାଣିପାରିବେ । ଏମିତିକି କିଛି ସେକେଣ୍ଡ ମଧ୍ୟରେ, ଅଜଣା ବ୍ୟକ୍ତିଙ୍କ ନାଁ, ଠିକଣା, ଫୋନ୍ ନମ୍ବର ଏଭଳି ଅନେକ କିଛି ଆପଣଙ୍କ ମୁଣ୍ଡକୁ ଆସିବ ।

Advertisment

ଚଷମାର ନାଁ I-XRAY

ଏହି ଡିଜିଟାଲ ଚଷମାର ନାଁ I-XRAY ରଖାଯାଇଛି । ଏହା କମ୍ପ୍ୟୁଟର ଷ୍ଟ୍ରିମ୍ କ୍ୟାପଚର କରିପାରେ । ଯେକୌଣସି ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଡିଜିଟାଲ୍ ଇତିହାସ ବି ବାହାର କରିପାରେ । ଏହାକୁ ପିନ୍ଧବା ଦ୍ବାରା ଜଣେ ଅଜଣା ବ୍ୟକ୍ତି ମଧ୍ୟ ଆପଣଙ୍କୁ ଚିହ୍ନିଲା ପରି ବ୍ୟବହାର କରନ୍ତି । ଏହାର ଡେମୋ କରାଯାଇ ସାରିଛି । 
ଉଭୟ ଛାତ୍ର ଏହି ଡିଜିଟାଲ୍ ଚଷମାକୁ ନେଇ କହିଛନ୍ତି, ଏହା କେବଳ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଦେଇପାରେ । କିନ୍ତୁ ଭବିଷ୍ୟତ ନୁହେଁ । ମେଟା ମଧ୍ୟ ଏହି ଡିଜିଟାଲ ଚଷମାକୁ ନେଇ ତା’ର ପ୍ରତିକ୍ରିୟା ରଖିଛି, ମେଟା କହିଛି ଚଷମାଟି ରେକର୍ଡିଂ କରିବା ସମୟରେ ଏକ ଛୋଟିଆ ଲାଇଟ୍ ଜଳିଥାଏ ।

କିନ୍ତୁ ଦିବାଲୋକରେ ଅର୍ଥାତ୍ ସୂର୍ଯ୍ୟ କିରଣ ଯୋଗୁ ଏହାକୁ କୌଣସି ବ୍ୟକ୍ତି ଲକ୍ଷ୍ୟ କରିପାରନ୍ତି ନାହିଁ । ଆଜିର ଡିଜିଟାଲ୍ ଦୁନିଆରେ, କୌଣସି ବ୍ୟକ୍ତିଙ୍କ ଅତୀତ କେବେବି ସମ୍ପୂର୍ଣ୍ଣ ଭାବରେ ଲୁଚାଇ ଦିଆଯାଇପାରେ ନାହିଁ ବୋଲି ମେଟା କହିଛି । 

Digital Glasses
Advertisment
Related Articles
Advertisment