/odishatv-khabar/media/media_files/2025/11/23/baliguda-2025-11-23-13-19-58.jpg)
baliguda Photograph: (OTV)
ପୁଣି ଥରେ ଗୁଗୁଲ୍ ମ୍ୟାପ କଲା ବାଟବଣା । ଘାଟି ତଳକୁ ଖସି ପଡ଼ିଲା ବନ୍ଧାକୋବି ବୋଝେଇ ଟ୍ରକ । ଅଗ୍ନିଶମ ବାହିନୀ ଦେବଦୂତ ସାଜି ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କଲେ । କିଛି ଖଳ ପ୍ରକୃତିର ଲୋକ ସକାଳୁ ସକାଳୁ ଘରକୁ ବୋହିନେଲେ ବନ୍ଧାକୋବି ।
ଘାଟି ରାସ୍ତାରେ ନେଟୱର୍କ କଟିଯିବା ପରେ ବାଟ ଜାଣି ପାରିଲେନି ଟ୍ରକର ଡ୍ରାଇଭର । ସେତେବେଳକୁ ଅନ୍ଧାର ହୋଇସାରିଥିଲା । ଘାଟି ତଳକୁ ଖସି ପଡିଲା ବନ୍ଧାକୋବି ବୋଝେଇ ଟ୍ରକ । ଏହି ଦୁର୍ଘଟଣା କନ୍ଧମାଳ - ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟିରେ ଘଟିଛି । ଆଉ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ସେମାନଙ୍କୁ ପ୍ରଥମେ ନିକଟସ୍ଥ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଅଧିକ ଚିକିତ୍ସା ଲାଗି ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ ।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଏହି ଟ୍ରକ ବନ୍ଧାକୋବି ବୋଝେଇ କରି ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତା ଦେଇ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲା । ଡ୍ରାଇଭର ଜଣକ ଗୁଗୁଲ ମ୍ୟାପ ଦେଖି ଘାଟି ରାସ୍ତାରେ ଯାଉଥିଲେ । ହେଲେ ହଠାତ୍ ନେଟୱର୍କ କଟି ଯିବାପରେ ଗୁଗୁଲ ମ୍ୟାପ କାମ କରିନଥିଲା । ଘାଟି ରାସ୍ତା ସମ୍ପର୍କରେ ଠିକ୍ ଭାବେ ଜାଣି ପାରିନଥିଲେ ଡ୍ରାଇଭର୍ ।
ଡ୍ରାଇଭର ଜଣକ ଅନ୍ଧାର ରାତିରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇବାରୁ ଟ୍ରକଟି ଘାଟି ତଳକୁ ଖସି ଯାଇଥିଲା । ଟ୍ରକ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ରାତିରେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ ।
ଆଜି ସକାଳେ ଘାଟି ରାସ୍ତାରେ ଏଣେ ତେଣେ ହୋଇ ପଡ଼ିଥିବା ବନ୍ଧାକୋବିକୁ କିଛି ଲୋକ ବ୍ୟାଗ ଓ ବସ୍ତାରେ ପୂରେଇ ଘରକୁ ନେଇ ପଳାଇ ଯାଇଥିଲେ ।
Youth Arrested for Kidnapping College Girl: ଲିଫ୍ଟ ଦେବାକୁ କହି କଲେଜ ଛାତ୍ରୀଙ୍କୁ ଅପହରଣ, ଗିରଫ କଲା ମହିଳା ଥାନା ପୋଲିସ

Artificial Floating Island: ବିଶ୍ବର ପ୍ରଥମ କୃତ୍ରିମ ଭାସମାନ ଦ୍ବୀପ, ପରମାଣୁ ବିସ୍ଫୋରଣ ବିଗାଡି ପାରିବନି କି ବାତ୍ୟାରେ ବି କ୍ଷତି ହେବନି

Cyclonic Storm: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ବଢିଲା ବାତ୍ୟା ସମ୍ଭାବନା

Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

Police encounter in Rourkela: ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଆଉ ୫ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)