Advertisment

AI Robot Teacher: ସ୍କୁଲରେ ପାଠ ପଢାଉଛନ୍ତି AI ଦିଦି, ଚୁଟକିରେ ହେଉଛି ଡାଉଟ୍ କ୍ଲିୟର

ପାଠ ପଢ଼ାଇବାକୁ ସ୍କୁଲ ଆସିଛନ୍ତି AI ଦିଦି। କ୍ଲାସରୁମରେ ପିଲାମାନେ ଯାହା ପଚାରୁଛନ୍ତି ସବୁର ଟିକିନିକି ଉତ୍ତର ଦେଉଛନ୍ତି। ଆଉ ସଭିଙ୍କ ହୋସ୍ ଉଡ଼ାଉଛନ୍ତି ରୋବଟ୍ ଶିକ୍ଷୟିତ୍ରୀ।

author-image
Chinmayee Sahoo
AI-Teacher

AI-Teacher Photograph: (OTV)

ଦେହରେ ନାଲି ଶାଢ଼ୀ, ଓଠରେ ଲିପଷ୍ଟିକ୍। ପାଠ ପଢ଼ାଇବାକୁ ସ୍କୁଲ ଆସିଛନ୍ତି AI ଦିଦି। କ୍ଲାସରୁମରେ ପିଲାମାନେ ଯାହା ପଚାରୁଛନ୍ତି ସବୁର ଟିକିନିକି ଉତ୍ତର ଦେଉଛନ୍ତି। ଆଉ ସଭିଙ୍କ ହୋସ୍ ଉଡ଼ାଉଛନ୍ତି ରୋବଟ୍ ଶିକ୍ଷୟିତ୍ରୀ। ଯାହାକୁ ତିଆରି କରିଛନ୍ତି ଉତ୍ତର ପ୍ରଦେଶ (Uttar Pradesh) ବୁଲନ୍ଦସହରରେ ଥିବା ଶିବଚରଣ ଇଣ୍ଟର କଲେଜର ଦ୍ୱାଦଶ ଛାତ୍ର ଆଦିତ୍ୟ କୁମାର। ମାତ୍ର ୧୭ ବର୍ଷ ବୟସରେ ସେ ଏହି କମାଲ କରି ଦେଖାଛନ୍ତି। ସୋଫି ନାମକ ଏହି ରୋବର୍ଟଟି AI ଦ୍ୱାରା ପରିଚାଳିତ ହେଉଛି। ଆଉ ଛାତ୍ରଛାତ୍ରୀ ମାନଙ୍କ ପ୍ରଶ୍ନ ବୁଝିବା ସହ ଉତ୍ତର ଦେଉଛି ।

Advertisment

ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ସୋଫି ରୋବଟ୍ ସ୍କୁଲରେ ଶିକ୍ଷକଙ୍କ ଆବଶ୍ୟକତା ସଫଳତାର ସହ ପୁରଣ କରି ପାରିଛି। ଯଦି ଜଣେ ଶିକ୍ଷକ ଗୋଟିଏ ଦିନ ପାଇଁ ସ୍କୁଲ ନଆସନ୍ତି। ତେବେ ତାଙ୍କ ଦାୟିତ୍ୱ ଶୋଫିକୁ ଦିଆଯାଉଛି। ଆଉ ପିଲାଙ୍କ ଡାଉଟ୍ ମଧ୍ୟ ଚୁଟକିରେ କ୍ଲିଅର କରିପାରୁଛି ଏହି ରୋବଟ୍ । ତେବେ ଆଦିତ୍ୟଙ୍କ ଏହି ଉଦ୍ଭାବନକୁ ଶିକ୍ଷକ ମାନଙ୍କ ଦ୍ୱାରା ଖୁବ ପ୍ରଶଂସା କରାଯାଇଛି ।

ଭିଡିଓ ଦେଖନ୍ତୁ:

ରୋବଟ୍ ସୋଫିକୁ ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚରେ ନିର୍ମାଣ କରିଥିଲେ ଆଦିତ୍ୟ। ମାସ ମାସର ଗବେଷଣା ଏବଂ କଠିନ ପରିଶ୍ରମ ପରେ ସେ ଏହାକୁ ଘରେ ବିକଶିତ କରିଥିଲେ। ଆଉ ଏହାକୁ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ପରି ଲୁକ୍ ଦେଇଥିଲେ। ଏଥିରେ ଏକ LLM ଚିପସେଟର ବ୍ୟବହାର କରିଛନ୍ତି ଆଦିତ୍ୟ। ଯାହା ପ୍ରମୁଖ କମ୍ପାନୀଗୁଡ଼ିକ ରୋବୋଟ୍ ନିର୍ମାଣ ପାଇଁ ବ୍ୟବହାର କରନ୍ତି।

Advertisment

'ସୋଫି' ବିଶେଷ ଭାବରେ ଯେକୌଣସି ଅଧ୍ୟୟନ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ଉତ୍ତର ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ବର୍ତ୍ତମାନ ସୋଫି କେବଳ କଥା କହିପାରୁଛି। କିନ୍ତୁ ଆଗକୁ ଏହା ଲେଖି ପାରିବ ବୋଲି କହିଛନ୍ତି ଆଦିତ୍ୟ। ଏହାଛଡ଼ା ତାଙ୍କ ମତରେ ପ୍ରତ୍ୟେକ ସ୍କୁଲରେ ଏକ ପରୀକ୍ଷାଗାର ରହିବା ଉଚିତ ଯେଉଁଠାରେ ଛାତ୍ରମାନେ ଆସି ଏପରି ଗବେଷଣା କରିପାରିବେ।

ଆଦିତ୍ୟଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ଏବଂ ସ୍କୁଲ ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି। ଯଦି ତାଙ୍କୁ ବୈଷୟିକ ଏବଂ ଆର୍ଥିକ ସହାୟତା ମିଳେ ଆଗକୁ ସେ ଏକ ଆଡଭାନ୍ସ୍ 3D ରୋବଟ୍ ତିଆରି କରିବାର ଲକ୍ଷ ରଖିଛନ୍ତି।

Uttar Pradesh
Advertisment
Related Articles
Advertisment