୨୦୦୬ରୁ ଶ୍ରୀହରିକୋଟାରେ ମେକାନିକାଲ୍ ଇଞ୍ଜିନିୟର ଥିବା ଦେବାଶିଷ, ଯେଉଁ ଇନ୍ଧନ ଦ୍ୱାରା ସଫଳତାର ସହ PSLV ଉତକ୍ଷେପଣ କରାଯାଇଥିଲା, ସେହି ଇନ୍ଧନ ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ତଥା ଲିକ୍ୟୁଡ୍ ସରଫକଟାଣ୍ଟ ତିଆରି କାମରେ ଲାଗିଥିଲେ ।
ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି।
ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ ।
କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।
ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।
ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।
ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।
ସଫଳତା ପଥେ ଚନ୍ଦ୍ରଯାନ-୩; କକ୍ଷପଥ ଯାତ୍ରା ସରିଲା । ଆଜି ସକାଳ ସୁଦ୍ଧା ୧୫୩x୧୬୩ କକ୍ଷପଥରେ ଚନ୍ଦ୍ରଯାନ-୩ । ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।
ଏଣିକି ସୁରକ୍ଷିତ ରହିବ ଆପଣଙ୍କ ଡିଜିଟାଲ ଡାଟା । ଡାଟା ଲିକ୍ କୁ ରୋକିବ 'ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍'
ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।
ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।
ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍ ରହିଛି ଯାହା ଆପଣ ଆପଣଙ୍କ ଫୋନ୍ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।
ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।
ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।
ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।
ବିନା ଇଣ୍ଟରନେଟ୍ରେ ମୋବାଇଲ୍ ଫୋନ୍ରେ ଦେଖିପାରିବେ ଲାଇଭ୍ ଟିଭି। ଫୋନ୍ରେ ସିଧାସଳଖ କିପରି ଲାଇଭ୍ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍ରେ।
ସରକାରଙ୍କ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ହେଲେ ଏବେ ଏହି ନିଷ୍ପତ୍ତି ବଦଳିଯାଇଛି ।
ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।
ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।
ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।
ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
ହ୍ୱାଟ୍ସଆପ୍(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ।
ଆପଣଙ୍କୁ ଆଉ କଷ୍ଟ କରି ପିଜା, ବର୍ଗର୍ କି ଅନ୍ୟାନ୍ୟ ଜିନିଷ ଅର୍ଡର କରିବାକୁ ପଡିବନି। ଦିଲ୍ଲୀରେ ଜନ୍ମିତ ଅର୍ଣ୍ଣବ କପୁର ଏମିତି ଏକ ନୂଆ ଧରଣର ଡିଭାଇସ ବାହାର କରିଛନ୍ତି ଯାହାକୁ ପିନ୍ଧି ଆପଣ କେବଳ ଭାବିବେ। ବାସ୍! ଆପଣଙ୍କ ଇଛା ମୁତାବକ କାମ ହେଇଯିବ।