Water crisis
ପାଣି ନାହିଁ ବୋଲି ବୋହୂ ମିଳୁନି । ବାହା ହୋଇ ପାରୁନାହାନ୍ତି ଗାଁର ୮୦ରୁ ଅଧିକ ପୁଅ । ଗାଁରେ ପାଣି ସୁବିଧା ନଥିବାରୁ ଝିଅ ଦେବାକୁ ଅରାଜି ହେଉଛନ୍ତି । ଯଦି କିଏ ବାହା ହୋଇଛନ୍ତି, ତେବେ କିଛି ଦିନ ପରେ ବାପଘରେ ଯାଇ ରହୁଥିବା ଅଭିଯୋଗ । ଏପରି ସମସ୍ୟାର ସମ୍ମଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ବଡ଼ବାର୍ଲି ଗ୍ରାମର ଯୁବକମାନେ । ଗାଁରେ ଜଳ ସଙ୍କଟ ଚରମରେ ପହଞ୍ଚି ଥିବାବେଳେ, ଏହା ଯୁବକମାନଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ଏ ଗାଁର ପୁଅଙ୍କୁ ବାହା ହେଲେ ପାଣି ପାଇଁ ଝିଅକୁ ସଂଘର୍ଷ କରିବାକୁ ପଡ଼ିବ କହି କେହି ଝିଅ ଦେଉନାହାନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)