/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748874611.jpg)
ପାଣି ପାଇଁ ଛଟପଟ ପାକିସ୍ତାନ
ପାଣି ପାଇଁ ପାକିସ୍ତାନରେ ହାହାକାର । ସିନ୍ଧୁ ଚୁକ୍ତି ସ୍ଥଗିତ ଓ ଚେନାବ ନଦୀର ପାଣିକୁ ଭାରତ ନିୟନ୍ତ୍ରଣ କରିବା ପରେ ଏବେ ପାକିସ୍ତାନରେ ଦେଖା ଦେଲାଣି ମରୁଡ଼ି ସ୍ଥିତି । ପାକିସ୍ତାନର ଝେଲମ ନଦୀରେ ଥିବା ମଙ୍ଗଳା ଡ୍ୟାମ ଓ ତରବେଲା ଡ୍ୟାମରେ ଏବେ କମିଯାଇଛି ଜଳସ୍ତର । ଫଳରେ ପାକିସ୍ତାନର ଖରିଫ ଚାଷ ପ୍ରଭାବିତ ହୋଇଛି ।
ପାଣି ଅଭାବରୁ ଚାଷ ଜମି ଶୁଖି ଗଲାଣି । ଆସନ୍ତା ମାସ ବେଳକୁ ପାକିସ୍ତାନର ଦୁଇଟି ବଡ଼ ଡ୍ୟାମ ଆହୁରି ଶୁଖିଯିବ ବୋଲି ଆକଳନ କରାଯାଉଛି । ପାଣି ଅଭାବ ଯୋଗୁ ପାକିସ୍ତାନର ପଞ୍ଜାବ ଓ ସିନ୍ଧ ପ୍ରଦେଶ ବିଶେଷ ପ୍ରଭାବିତ ହୋଇଛି । କେବଳ ଚାଷ ନୁହେଁ ବିଜୁଳି ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ପାକିସ୍ତାନ ଏବେ ମୌସୁମୀକୁ ଚାହିଁ ବସିଛି । ବର୍ଷା ଆସିଲେ କିଛି ପରିମାଣରେ ଜଳାଭାବ ଦୂର ହେବ ବୋଲି ଆତଙ୍କୀସ୍ତାନ ଅନେଇ ବସିଛି ।
ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ସହ ପାକିସ୍ତାନକୁ ପାଣି ଦେବା ବନ୍ଦ କରିଦେଇଛି ଭାରତ । ଫଳରେ ପାଣି ଅଭାବରୁ ଏବେ ପାକିସ୍ତାନରେ ଛଟପଟ ସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳା ଓ ତରବେଲା ଡ୍ୟାମରେ ମାତ୍ର ୫୦ ପ୍ରତିଶତ ପାଣି ରହିଛି । ତେବେ ଭାରତ ଚୁକ୍ତି ସ୍ଥଗିତ କରିଥିବାରୁ ବନ୍ୟା ସ୍ଥିତି ନେଇ ମଧ୍ୟ ପାକିସ୍ତାନକୁ ସୂଚନା ଦେବ ନାହିଁ । ତେଣୁ ମୌସୁମୀ ବର୍ଷା ବେଳେ ଭାରତ ଯଦି ଚେନାବ ଡ୍ୟାମ ଖୋଲିଦିଏ ତେବେ ପାକିସ୍ତାନରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)