• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା ସଂରକ୍ଷଣ ବିଲକୁ ନେଇ ବଡ଼ ଖବର । ନୂଆ ସଂସଦ ଭବନରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଏହାକୁ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରି ମିଳିଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ କରାଯାଇନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ମହିଳା ସଂରକ୍ଷଣ ବିଲରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ବ୍ୟବସ୍ଥା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ମଞ୍ଜୁରୀ ମିଳିବା ପରେ ଖୁବଶୀଘ୍ର ସଂସଦରେ ଏହି ବିଲ୍ ଆଗତ ହୋଇପାରେ । ହେଲେ ଗତକାଲି ବୈଠକ ପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସାମ୍ବାଦିକ ସମ୍ମିଳନୀ କରାଯାଇ ନଥିଲା । ସେପଟେ ଏହି ଚର୍ଚ୍ଚା ଜୋର୍ ଧରିବା ପରେ, କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି ଯେ ଏହା କଂଗ୍ରେସର ବହୁ ଦିନରୁ ଦାବି ଥିଲା ଏବଂ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଟ୍ୱିଟ୍ କରିଛନ୍ତି ଯେ, ମହିଳା ସଂରକ୍ଷଣ ପାଇଁ ହେଉଥିବା ଦାବିକୁ ପୂରଣ କରିବା ପାଇଁ କେବଳ ମୋଦି ସରକାରର ସାହସ ରହିଛି । ସୂଚନା ଅନୁସାରେ, ବର୍ଷ ପରେ ବର୍ଷ ସଂସଦରେ ମହିଳା ମାନଙ୍କର ଭାଗିଦାରୀ ବଢ଼ିଛି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ଶହ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି ।...