Advertisment

ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Union Cabinet To Meet Today

Union Cabinet

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଆସନ୍ତା ୨୨ ତାରିଖରୁ ଅଗଷ୍ଟ ୧୨ ଯାଏଁ ସଂସଦର ଅଧିବେଶନ ଚାଲିବାକୁ ଥିବା ବେଳେ, ଜୁଲାଇ ୨୩ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ଆଜିର କ୍ୟାବିନେଟ୍ ବୈଠକ ଖୁବ୍ ଗୁରୁତ୍ବ ବହନ କରୁଛି। ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟା ୬ଟା ବେଳେ ଏହି କାର୍ଯ୍ୟକ୍ରମ ରହିଛି। ସେପଟେ ଆସନ୍ତା ୨୧ ତାରିଖରେ ଉଭୟ ଗୃହର ସାଂସଦ ମାନଙ୍କ ସହ ବୈଠକ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରାୟନ-୩କୁ ପୂରିଲା ବର୍ଷେ; ଜାଣନ୍ତୁ କିପରି ଥିଲା ସଂପୂର୍ଣ୍ଣ ଯାତ୍ରା..

Advertisment

ଏପଟେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଆଜି ମଧ୍ୟ ମନ୍ତ୍ରୀ ପରିଷଦ ବୈଠକ ରହିଛି। 

ସକାଳ ୯ଟା ୩୦ରେ ଏହି ବୈଠକ ବସିବ। ବଜେଟ ଅଧିବେଶନ ପୂର୍ବରୁ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଆସନ୍ତା ୨୫ ତାରିଖରେ ବିଧାନସଭାରେ ଆଗତ ହେବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। 

Cabinet Meeting Union Cabinet
Advertisment
Advertisment