Advertisment

ରାକ୍ଷୀପୂର୍ଣ୍ଣିମା ଭେଟି : ସମସ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି

ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବ୍ ସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Cabinet Cuts LPG Cylinder Prices

LPG gas cylinder

ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଥିବା ଜନତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର (ଏଲପିଜି ମୂଲ୍ୟ)କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରିଛନ୍ତି । ବର୍ଷକୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ମିଳିବ ୨ଶହ ଟଙ୍କା ଲେଖାଏଁ ସବସିଡି।

Advertisment

ସେହିପରି  ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ୭୫ ଲକ୍ଷ  ନୂଆ ଉଜ୍ଜ୍ବଳା କନେକ୍ସନ ଦିଆଯିବା ନେଇ ବି ନିଷ୍ପତ୍ତି ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।.

 ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।

Advertisment

କ୍ୟାବିନେଟରେ ନିଷ୍ପତ୍ତି

ସରକାରଙ୍କ ଅନୁଯାୟୀ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହେବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ରନ୍ଧନ ଗ୍ୟାସ ଉପରେ ସବସିଡିର ଲାଭ ପାଇବେ ବୋଲି ଗତ ବର୍ଷ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଥିଲେ । ତେବେ ବର୍ତ୍ତମାନ ସମସ୍ତ ଘରୋଇ ସିଲିଣ୍ଡର ଉପରେ ରିହାତି ଘୋଷଣା କରିଛି କେନ୍ଦ୍ର । ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ତଥା ଅନ୍ୟମାନେ ଏହାର ଲାଭ ଉଠାଇପାରିବେ ।  

ହିତାଧିକାରୀମାନେ ବର୍ଷକୁ ୧୨ଟି ସିଲିଣ୍ଡର କିଣିଲେ ଏପରି ସବ୍‌ସିଡି ପାଇବେ । କିନ୍ତୁ ଯଦି ହିତାଧିକାରୀ ବର୍ଷକୁ ୧୩ଟି ସିଲିଣ୍ଡର କିଣନ୍ତି, ତା’ହେଲେ ସେମାନଙ୍କୁ ଆଉ ଏହା ଉପରେ ସବସିଡି ମିଳିବ ନାହିଁ ।

ବର୍ତ୍ତମାନ ଦିଲ୍ଲୀରେ ଉଜ୍ଜ୍ୱଳା ହିତାଧିକାରୀମାନେ ୧୪ କେଜି ଏଲପିଜି ସିଲିଣ୍ଡରକୁ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, ଚେନ୍ନାଇ ୧୦୬୮.୫୦ ଟଙ୍କା ଓ କୋଲକାତାରେ ୧୦୭୯ ଟଙ୍କାରେ କିଣୁଛନ୍ତି। ହେଲେ ଆସନ୍ତାକାଲି ଠାରୁ ହିତାଧିକାରୀମାନେ ୨୦୦ ଟଙ୍କା କମରେ ଗ୍ୟାସ ପାଇବେ।

LPG Cylinder LPG Price Union Cabinet Ujjwala Scheme
Advertisment
Advertisment