/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745118674.jpg)
Russia Ukraine War
ଆଜି ବନ୍ଦ ରହିବ ରୁଷ-ୟୁକ୍ରେନ ଯୁଦ୍ଧ । କେବଳ ଆଜି ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଇଷ୍ଟର ଟ୍ରୁସ୍ ବା ଇଷ୍ଟର୍ ପର୍ବ ଉପଲକ୍ଷେ ଏହି ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ । ଏହି ସମୟରେ ରୁଷ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ ଏବଂ ୟୁକ୍ରେନ ବିରୋଧରେ ସମସ୍ତ ପ୍ରକାର ସାମରିକ ଗତିବିଧି ବନ୍ଦ ରହିବ ।
ୟୁକ୍ରେନ ମଧ୍ୟ ଏହାର ଅନୁପାଳନ କରିବ ବୋଲି ପୁଟିନ ଆଶା ପ୍ରକାଶ କରିଛନ୍ତି । ତେବେ ୟୁକ୍ରେନ୍ ସେନା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ଯୁଦ୍ଧବିରାମର କୌଣସି ଉଲ୍ଲଂଘନ କଲେ ମୁହଁତୋଡ଼ ଜବାବ ଦେବାକୁ ରୁଷୀୟ ସେନା ମୁଖ୍ୟଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମଣିଷ ଜୀବନ ସହ ଖେଳିବା ପାଇଁ ଏହା ପୁଟିନଙ୍କ ଆଉ ଏକ ଉଦ୍ୟମ । ଏବେ ସମଗ୍ର ୟୁକ୍ରେନରେ ଏୟାର୍ ରେଡ୍ ଆଲର୍ଟ ବା ଆକାଶମାର୍ଗରୁ ଆକ୍ରମଣ ସତର୍କତା ଜାରି ରହିଛି । ଆମ ଆକାଶରେ ରୁଷର ଆଟାକ୍ ଡ୍ରୋନ୍ ଉଡ଼ିବା ଇଷ୍ଟର୍ ଓ ମଣିଷ ଜୀବନ ପ୍ରତି ପୁଟିନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁଛି । ତେବେ ୟୁକ୍ରେନ୍ ଏହି ଅସ୍ତ୍ରବିରତି ମାନିବ କି ନାହିଁ, ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି ।
୨୦୨୨ ଫେବୃଆରୀ ୨୪ରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ । ପୂର୍ବରୁ ମଧ୍ୟ ୟୁକ୍ରେନ ସହ ଯୁଦ୍ଧ ବିରତୀ ଲାଗୁ କରିଥିଲେ । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଥିଲା । ଜାନୁଆରୀ ୬ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)