ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ।
ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା