Advertisment

Race Turns Fatal: ରାଜଧାନୀରେ ଧାକ୍ ଦେଖାଇଥିବା କିଲର୍ ଥାର୍, ସ୍କର୍ପିଓ ସହ ରେସ୍ ବେଳେ ନେଇଗଲା ଝିଅର ଜୀବନ

କାଖରେ ଥିଲା ୩ ବର୍ଷର ପୁଅ, ସାଥିରେ ଚାଲୁଥିଲା ୮ ବର୍ଷର ଝିଅ ରେଶମା। ରାଖି ପୁନେଇଁରେ ମାମୁ ଘରୁ ଫେରି ଖୁବ୍ ଖୁସି ଥିଲେ କୁନି କୁନି ଭାଇ ଭଉଣୀ। କିନ୍ତୁ ବିଧିର ବିଧାନ ଦେଖନ୍ତୁ.. ପାତ୍ରପଡ଼ାର ଏକ ମଲ୍ ଆଗରେ ଏନ୍ଏଚ୍ ପାରି ହେବା ବେଳେ, ଯମ ଭଳି ମାଡ଼ି ଆସିଥିଲା ଧଳା ରଙ୍ଗର ଥାର୍। ଚାହୁଁ ଚାହୁଁ ଚକାତଳେ ଦଳି ଦେଇଥିଲା ପରିବାରର ସୁଖ ଓ ସ୍ବପ୍ନ...

author-image
Tapan Kumar Swain
ଅଦ୍ୟତନ ହୋଇଛି
thar

thar

ଜନଗହଳିପୂର୍ଣ୍ଣ ରାଜଧାନୀ ରାଜରାସ୍ତାରେ ରେସ୍ କରୁଛନ୍ତି ଦାମୀ ଗାଡ଼ି। ବେପରୁଆ ଗାଡ଼ି ଚାଳନା ପାଇଁ ବିପଦ ମୁହଁକୁ ଠେଲି ହୋଇ ଯାଉଛନ୍ତି ପଥଚାରୀ। ଅକାଳରେ ଝରି ଯାଉଛି ଅମୂଲ୍ୟ ଜୀବନ। ଗତକାଲି ଏହାର ଏକ ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଭୁବନେଶ୍ବର ପାତ୍ରପଡ଼ାରେ। ରାସ୍ତା ପାରି ବେଳେ କୁନି ଝିଅର ଜୀବନ ନେବା ସହ ମାଆ ପୁଅଙ୍କୁ ଗୁରୁତର କରିଥିବା କିଲର୍ ଥାର୍ କୁ ଆଜି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସ୍କୋର୍ପିଓ ସହ ରେସ୍ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ, କିଏ ସେ ନରହନ୍ତା ଡ୍ରାଇଭର୍, ତାକୁ ନେଇ ତନାଘନା ଚାଲିଛି। 

Advertisment

ବେପରୁଆ ଗାଡ଼ି ଚାଳନା ପାଇଁ ପୁଣି ବାଜିରେ ଲାଗିଲା ପଥଚାରୀଙ୍କ ଜୀବନ। ରାକ୍ଷୀ ଦେଇଗଲା ଆଖିରେ ଲୁହ। ଘଟଣା କିଛି ଏହିପରି। ଭାଇକୁ ରାକ୍ଷୀ ବାନ୍ଧି ବାପ ଘରୁ ଫେରୁଥିଲେ ଭୁବନେଶ୍ବର ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିର ରେବତୀ ରାଉଳ। କାଖରେ ଥିଲା ୩ ବର୍ଷର ପୁଅ, ସାଥିରେ ଚାଲୁଥିଲା ୮ ବର୍ଷର ଝିଅ ରେଶମା। ରାଖି ପୁନେଇଁରେ ମାମୁ ଘରୁ ଫେରି ଖୁବ୍ ଖୁସି ଥିଲେ କୁନି କୁନି ଭାଇ ଭଉଣୀ। କିନ୍ତୁ ବିଧିର ବିଧାନ ଦେଖନ୍ତୁ.. ପାତ୍ରପଡ଼ାର ଏକ ମଲ୍ ଆଗରେ ଏନ୍ଏଚ୍ ପାରି ହେବା ବେଳେ, ଯମ ଭଳି ମାଡ଼ି ଆସିଥିଲା ଧଳା ରଙ୍ଗର ଥାର୍। ଚାହୁଁ ଚାହୁଁ ଚକାତଳେ ଦଳି ଦେଇଥିଲା ପରିବାରର ସୁଖ ଓ ସ୍ବପ୍ନ... ମଉଳି ଯାଇଥିଲା ମାଆ, ପୁଅ ଓ ଝିଅଙ୍କ ମୁହଁର ହସ। ମାଆ ଆଖି ଆଗରେ ନିସ୍ତେଜ ହୋଇଗଲା କୁନି ଝିଅର ରକ୍ତାକ୍ତ ଶରୀର। ଏହି ଦୁର୍ଘଟଣାରେ ୮ ବର୍ଷୀୟା ରେଶମାଙ୍କ ମୃତ୍ୟୁ ଘଟିଥିବା ବେଳେ, ମାଆ ରେଶମା ଓ କୁନି ପୁଅ ଭୁବନେଶ୍ବର ଏମ୍ସରେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଇଏ ସେଇ ଡେଥ୍ ପଏଣ୍ଟ... ବ୍ଲାକ୍ ସ୍ପଟ୍। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ କଳା ରଙ୍ଗର ସ୍କର୍ପିଓ ସହ ହ୍ବାଇଟ୍ ଥାର୍ ଟି ରେସିଂ କରୁଥିବା ବେଳେ, ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସେପଟେ ଖଣ୍ଡିଗିରି ଥାନା ପୋଲିସ ହିଟ୍ ଆଣ୍ଡ୍ ରନ୍ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ିକୁ ଜଟଣୀ ଅଞ୍ଚଳରୁ ଜବତ୍ କରିଛି । ହେଲେ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।

Advertisment

ଗତରାତିର ଦୁର୍ଘଟଣା ପରେ, ଆଜି ଇଏ ଜନତାଙ୍କ କ୍ଷୋଭ। ପ୍ରତ୍ୟେକ ଦିନ ଶହ ଶହ ଲୋକ ଏଠି ରାସ୍ତା ପାରି ହେଉଥିବା ବେଳେ, ବାଜିରେ ଲାଗୁଛି ଜୀବନ। ବିଭିନ୍ନ ସମୟରେ ଏକାଧିକ ଜୀବନ ବି ଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ପରେ ବି ଏଠି ଫୁଟ୍ ଓଭର୍ ବ୍ରିଜ ନିର୍ମାଣ ହେଉନଥିବାରୁ, ଟାୟାର୍ ଜାଳି NH-୧୬ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ପ୍ରାୟ ଘଣ୍ଟାଏ ଧରି ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ସ୍ଥାନୀୟ କର୍ପୋରେଟର ଓ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ।...
ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଥିବା ବେଳେ, ପ୍ରଶ୍ନ ଉଠୁଛି କିଏ ଚଲାଉଥିଲା କିଲର୍ ଥାର୍? କାହାପାଇଁ ଚାଲିଗଲା କୁନି ଝିଅର ଜୀବନ ? କାହାପାଇଁ ଥାର୍ ର ଥ୍ରିଲ୍ ଆଗରେ ତୁଚ୍ଛ ପାଲଟିଲା ମଣିଷ ଜୀବନ ? ପରିବହନ ବିଭାଗ ଏହାର ଯାଞ୍ଚ କରୁଥିବା ବେଳେ, ଗାଡ଼ିଟି ଜଟଣୀ କୁସୁମାଟିର ସୋମନାଥ ବେହେରାଙ୍କ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର, ବୁର୍ଲା ମେଡିକାଲକୁ ସ୍ଥାନାନ୍ତର

Bhubaneswar Road Mishap Accident Crimes In Odisha
Advertisment
Advertisment