/odishatv-khabar/media/post_attachments/uploadimage/library/16_9/16_9_0/Accident_1751278626.jpg)
Accident
ଠାକୁରଙ୍କ ଦର୍ଶନ ସାରି ଖୁସି ମନରେ ଘରକୁ ଫେରୁଥିଲେ । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାଆନ୍ତେ । କିନ୍ତୁ ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଗଲା । ଘଟଣାସ୍ଥଳରେ ୪ ଜଣଙ୍କ ପ୍ରାଣବାୟୁ ଉଡିଗଲା । ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ସତେ ଯେମିତି ରାସ୍ତାରେ ଜଗି ରହିଥିଲା ଯମ । ଟ୍ରକରେ ଆସିଲା ଓ ଅନ୍ତର୍ଦ୍ଧାନ ହୋଇଗଲା । ଛାରଖାର କରିଦେଇଗଲା ଗୋଟିଏ ପରିବାରକୁ । ଘଟଣା ଘଟିଥିଲା ଏମିତି । ଚେନ୍ନାଇର ଗୋଟିଏ ପରିବାରର ସଦସ୍ୟମାନେ ତିରୁପତି ବାଲାଜୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ପରିବାରର ୧୮ ଜଣଙ୍କ ପାଇଁ ଗୋଟିଏ ମିନିବସ୍ ଭଡାରେ ନେଇଥିଲେ । ଏହି ମିନି ବସରେ ତିରୁପତି ବାଲାଜୀଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଭଲରେ ଦର୍ଶନ ବି ହେଲା । ଦର୍ଶନ ସାରି ଖୁସି ହୋଇ ଫେରୁଥିଲେ ଚେନ୍ନାଇ । ଏହି ସମୟରେ ତିରୁପତି ଠାରୁ ୪୦ କିଲୋମିଟର ଦୂରରେ ମିନି ବସଟିକୁ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର୍ ସେଠାରେ ଆଉ ନ ଅଟକି ଟ୍ରକ ନେଇ ଚାଲିଯାଇଥିଲା । ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମିନି ବସଟି ସମ୍ପୂର୍ଣ ଭାବେ ଚୁରମାର ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଠାବ କରିବା ପାଇଁ ଉଦ୍ୟମ କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)