• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣା । ଗତକାଲି କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୌରଭ ଗାଙ୍ଗୁଲି । ଦୁର୍ଘଟଣାରେ କେବଳ ତାଙ୍କର କାର୍ ସାମାନ୍ୟ କ୍ଷତି ହୋଇଛି । ଗାଙ୍ଗୁଲି କିମ୍ବା ତାଙ୍କ ସହ ଯାଉଥିବା କାହାରି ବି କୌଣସି କ୍ଷତି ଘଟିନି । 

ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼

ସୂଚନା ମୁତାବକ, ସୌରଭ ଗାଙ୍ଗୁଲି ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବାକୁ ବର୍ଦ୍ଧମାନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଦୁର୍ଗାପୁର ଏକ୍ସପ୍ରେସୱେରେ ତାଙ୍କ କନଭେୟ ଭିତରକୁ ହଠାତ୍ ଏକ ଟ୍ରକ ମାଡିଆସିଥିଲା । ଏଥିରେ ତାଙ୍କର କାର୍ ନିୟନ୍ତ୍ରଣ ହରାଇ ବସିଥିଲା । ସ୍ଥିତି ସମ୍ଭାଳିବାକୁ ଡ୍ରାଇଭର ତୁରନ୍ତ ବ୍ରେକ୍ ମାରିଥିଲେ । ଏହି କାରଣରୁ କନଭେୟରେ ସାମିଲ ଗାଡିଗୁଡିକ ପରସ୍ପର ସହ ଧକ୍କା ହୋଇଥିଲେ । ହେଲେ କୌଣସି ବଡ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନି । ପୂର୍ବତନ କ୍ରିକେଟର ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ସେ କିଛି ସମୟ ଅଟକିଥିଲେ । ଏହାପରେ ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।

ତେବେ ପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର ଏଭଳି ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ୨୦୨୨ରେ ଦିଲ୍ଲୀ-ଡେରାଡୁନ ହାଇୱେରେ କ୍ରିକେଟର ଋଷଭ ପନ୍ତଙ୍କ ବଡ ଦୁର୍ଘଟଣା ଘଟିଥିଲା । ତାଙ୍କର କାର୍ ଡିଭାଇଡରେ ପିଟି ହୋଇଯାଇଥିଲା । ଏହାପରେ କାରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ପନ୍ତ ଅତି ଗୁରୁତର ରହିଥିଲେ । ଅନେକ ଦିନ ଧରି ହସ୍ପିଟାଲରେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଦୁଇ ବର୍ଷ ପରେ କ୍ରିକେଟ ମୈଦାନକୁ ଫେରିଥିଲେ । 

ଅଧିକ ପଢ଼ନ୍ତୁ: ଅଧାରେ ରହିଲା ମହାକୁମ୍ଭ ଯାତ୍ରା, ବୋଲେରୋ-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ୧୯ ଗୁରୁତର

OTV is now on Whatsapp

Join and get latest news update delivered to you via whatsapp

Join Now