/odishatv-khabar/media/post_attachments/uploadimage/library/16_9/16_9_0/Seized_1754815943.jpg)
Seized
ଜବତ ହେଲା ମଣିଷ ମରା ଥର୍ । ରାଜଧାନୀରେ ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣାରେ ଥର୍ କୁ ଜବତ କଲା ଖଣ୍ଡଗିରି ପୋଲିସ୍ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଛି । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ଥରଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
Advertisment
ଏପଟେ ଭୁବନେଶ୍ବର ପାତ୍ରପଡ଼ା ପାଖରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଫୁଲେଶ୍ବରୀ ବସ୍ତିର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଛି । ଗତକାଲି ଭାଇ ହାତରେ ରାକ୍ଷୀ ବାନ୍ଧି ପାତ୍ରପଡା ଫେରୁଥିବାବେଳେ ଏକ ଥର୍ ଓ ଏକ ସ୍କର୍ପିଓ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସ୍କର୍ପିଓ ସଂପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।
ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ମୋବାଇଲରେ ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)