/odishatv-khabar/media/post_attachments/uploadimage/library/16_9/16_9_0/Bus_1750915113.jpg)
Bus
ଉତ୍ତରାଖଣ୍ଡରେ ଆଜି ଭୋରୁ ଭୋରୁ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଅଳକାନନ୍ଦା ନଦୀକୁ ଖସି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଯାତ୍ରୀ ନିଖୋଜ ଅଛନ୍ତି। ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୪ ଜଣ ପୁରୁଷ ଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଅଧିକ ପଢ଼ନ୍ତୁ: ଏୟାର ଇଣ୍ଡିଆକୁ ପଡିଛି କି ଶନିଦଶା ? କାହିଁକି ବାରମ୍ୱାର ଘଟୁଛି ଏମିତି ?
ଆଜି ଭୋର ସମୟରେ ବସ୍ଟି ୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ୧୦ ଜଣ ନିଖୋଜ ଅଛନ୍ତି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।
Advertisment
ବସ୍ଟି ଯାତ୍ରୀମାନଙ୍କୁ ନେଇ ରୁଦ୍ରପ୍ରୟାଗ ଯାଉଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ବସ୍ ନଦୀକୁ ଭାରସାମ୍ୟ ହରାଇ ଖସିପଡ଼ିଲା ତାର ଯାଞ୍ଚ ଚାଲିଛି।
ଅଧିକ ପଢନ୍ତୁ: ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)