Advertisment

ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ଓଡ଼ିଶାର ଉଭୟ ଓମିକ୍ରନ୍‌ ଆକ୍ରାନ୍ତ, ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍‌ ଆଟ୍‌ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
omicron

omicron

ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ ଭଲ ଅଛନ୍ତି । ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶାକୁ ନଭେମ୍ବରରୁ ଏବେ ସୁଦ୍ଧା ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଆଟ୍ ରିସ୍କ ଦେଶରୁ ଆସିଛନ୍ତି ୧୬୦୦ ଲୋକ । ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

ସମସ୍ତ ୧୨ ପଜିଟିଭଙ୍କ ଜିନମ ସିକ୍ୟୁଏନ୍ସିଂ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କତାର ଫେରନ୍ତା ବୋଲି ଜଣାପଡ଼ିଛି । ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରୁ ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ଜଣଙ୍କର ଟିକେ ଟିକେ କାଶ ହେଉଛି । ଉଭୟ ଆଇସୋଲେସନରେ ଅଛନ୍ତି ଏବଂ ଭଲ ଅଛନ୍ତି । ଚିନ୍ତାର କୌଣସି ବିଷୟ ନାହିଁ । ଉଭୟଙ୍କ କଣ୍ଟାକ୍ଟ  ଟ୍ରେସିଂ ସରିଛି, ସଂସ୍ପର୍ଶରେ ଆସିଥିବା ୨୧ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଜଗତସିଂପୁରର ଆକ୍ରାନ୍ତଜଣଙ୍କ କଟକରେ ଚିକିତ୍ସିତ ହେଉଛନ୍ତି  । ସେହିପରି ଖୋର୍ଦ୍ଧାର ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି  । 

ସେପଟେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରୀ ତତ୍ପରତା ଦେଖିବାକୁ ମିଳିଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ବସିଛି ।

Advertisment
Omicron Threat
Advertisment
Advertisment