Advertisment

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ରେସ୍‌ରେ ୫ ଜଣଙ୍କ ନାଁ !

ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ।  ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।

author-image
Chandan Shishu
undefined

Bhubaneswar Suspense

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍‌ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ପଦରେ ବସିପାରନ୍ତି ଯୁବ,ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରା। କଟକ ଭଳି ବସ୍ତିରୁ ନିର୍ବାଚିତ କୋର୍ପୋରେଟରଙ୍କୁ ମିଳିପାରେ ସୁଯୋଗ।

Advertisment

ଅନେକ ନାଁକୁ ନେଇ ଚର୍ଚ୍ଚା ଭିତରେ ରେସ୍‌ରେ ଆଗରେ ଅଛନ୍ତି ୮ ନମ୍ବର ଓ୍ୱାର୍ଡର କୋର୍ପୋରେଟର୍ ଲାଲମୋହନ ଟୁଡୁ, ୧୦ ନମ୍ବର ଓ୍ୱାର୍ଡର ନୁର୍ ହସନ୍  ଓ ୨୦ ନମ୍ବର ଓ୍ୱାର୍ଡର ପ୍ରେମାନନ୍ଦ ଜେନା। ଏମାନଙ୍କ ବ୍ୟତୀତ ରାଜଧାନୀ ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟର୍‌ଙ୍କୁ ବି ଏହି ପଦଲାଗି ଚୟନ କରାଯାଇପାରେ। ସେ ଦୃଷ୍ଟିରୁ ୪୫ ନମ୍ବର ଓ୍ୱାର୍ଡର ଅମେରେଶ ଜେନା ଓ ୫୯ ଓ୍ୱାର୍ଡର ବିରଞ୍ଚି ନାରାୟଣ ମହାସୁପକାରଙ୍କ ନାଁ ଚର୍ଚ୍ଚାରେ ରହିଛି।

କଟକରେ ସର୍ବକନିଷ୍ଠା କର୍ପୋରେଟର ତଥା ବସ୍ତି ଚେହେରା ଦମୟନ୍ତି ମାଝୀଙ୍କୁ ଡେପୁଟି ମେୟର କରାଯାଇଥିବା ବେଳେ ବ୍ରହ୍ଣପୁରରେ ସରପ୍ରାଇଜ୍ କାର୍ଡ ଖେଳିଛି ବିଜେଡି। ୪୨ ନମ୍ବର ଓ୍ୱାର୍ଡର କୋର୍ପୋରେଟର୍ ଇ.ବିବେକ ରେଡ୍ଡୀ ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି। ତେବେ ବିବେକ ହେଉଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀର ଡେପୁଟି ମେୟର। ନିର୍ବାଚନକୁ ନେଇ ବ୍ରହ୍ଣପୁର ବିଜେଡିରେ ଟଣାଓଟରା ଦେଖିବାକୁ ମିଳିଥିଲା। ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ସମର୍ଥିତ ପ୍ରାର୍ଥୀ ଲବିରେ ଥିଲେ ଯାହାକୁ ନେଇ ଲାଗି ରହିଥିଲା ଛକାପଞ୍ଝା। ହେଲେ ଶେଷରେ ବାଜି ମାରିଛନ୍ତି ଗୋପବନ୍ଧୁଙ୍କ ଗୋଷ୍ଠୀ।

Advertisment

ରାତି ପାହିଲେ ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ। ହେଲେ ଏପର୍ଯ୍ୟନ୍ତ ଛିଣ୍ଡିନି ଅଙ୍କ। ଆସନ୍ତାକାଲି ସକାଳ ସାଢେ ୯ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ।  ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।

ରିପୋର୍ଟ: ଅଶୋକ ବ୍ରହ୍ମା ଓ ଜଗଦୀଶ ଦାସ

Municipal Elections 2022 Odisha Municipal Elections
Advertisment
Advertisment