• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ହେବ ପୁନଃ ମତଦାନ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି ।

୧୧ପ୍ଲାଟୁନ ଫୋର୍ସ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ଏସଆଇ ଏବଂ ଏଏସଆଇ ୨୦ଜଣ ନିୟୋଜିତ ହୋଇଛନ୍ତି ।

ସୂଚନା ଅନୁସାରେ,ଗତ ମାର୍ଚ୍ଚ ୨୪ ତାରିଖରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ମତଦାନ ସମୟରେ ହିଂସାକାଣ୍ଡ ହୋଇଥିଲା । କିଛି ଅସାମାଜିକ ବ୍ୟକ୍ତି ଅତର୍କିତ ଭାବେ ବୁଥ୍ ଭିତରେ ପହଞ୍ଚି ମାରପିଟ୍ ଓ ଭଙ୍ଗାରୁଜା କରିଥିଲେ ଏପରିକି ଇଭିଏମକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା ।

ଏହାସହ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ ସହ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିପାଇଁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩, ୮, ୯, ୧୬, ୧୭ ଏବଂ ୧୮ ନମ୍ବର ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା । ଏହି ବୁଥ୍ ଗୁଡିକରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ପରେ ଆସନ୍ତା ୬ ତାରିଖରେ ମତଗଣନା ହେବ ।