ଭୋଟ୍ ଦେଉଛି ସହର। ଆଜି ଓଡ଼ିଶାର ୩ଟି ମହାନଗର ନିଗମ (କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର) ସମେତ ୪୭ଟି ପୌରପାଳିକା ଏବଂ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗ୍ରହଣ ହେଉଛି। ମୋଟ୍ ୪୪୩୭ଟି ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଭୋଟର୍। ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ। ଆଉ ସେହିଦିନ ହିଁ ଘୋଷଣା ହୋଇପାରେ ଫଳାଫଳ...
17:25 PM(3 years ago )
ପିପିଲିରେ ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ପିପିଲି ଏନ୍ଏସିର ୭ ନମ୍ବର ୱାଡରେ ୯ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।#Electionviolence #Pipili #OTV pic.twitter.com/4veyi9hAwO
— ଓଟିଭି (@otvkhabar) March 24, 2022
17:24 PM(3 years ago )
ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୫ଟା ସୁଦ୍ଧା ୫୦%ରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି।
16:38 PM(3 years ago )
ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ଅଭିଯୋଗ। ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ। ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍ରେ ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମ୍ରେ ହଳଦିଆ ଓ ଗୋଲାପୀ ରଙ୍ଗର କାଗଜ ମରା ହୋଇନଥିଲା।
15:51 PM(3 years ago )
ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ । କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସଂପାଦକ ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି ।
15:41 PM(3 years ago )
ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୫% ମତଦାନ ହୋଇଥିବା ନେଇ ସୂଚନା ମିଳିଛି।
14:09 PM(3 years ago )
14:09 PM(3 years ago )
14:09 PM(3 years ago )
14:08 PM(3 years ago )
14:08 PM(3 years ago )
14:07 PM(3 years ago )
13:51 PM(3 years ago )
13:47 PM(3 years ago )
ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅଧିକ ଜାଣନ୍ତୁ..
13:39 PM(3 years ago )
ଭଦ୍ରକ: ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼, ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା; ଗୁରୁତର ଯୁବକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ଛୁରା ମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ କଲେ ଲୋକେ#Odisha #ULBelections pic.twitter.com/n1sMYqXSre
— ଓଟିଭି (@otvkhabar) March 24, 2022
13:37 PM(3 years ago )
ପୌର ଭୋଟ୍ ଗ୍ରହଣ ନେଇ ନିର୍ବାଚନ କମିଶନ ସଚିବଙ୍କ ସୂଚନା- ଦିନ ୧୨ଟା ସୁଦ୍ଧା ୩ଟି ମହାନଗରରେ ହାରାହାରି ୨୧% ମତଦାନ ହୋଇଛି। ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨% ପ୍ରତିଶତ ମତଦାନ ହୋଇଛି। ଇଭିଏମ୍ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ୍ ଗ୍ରହଣ ବନ୍ଦ ହୋଇନି।#Odisha #ULBelections #MunicipalElectionsWithOTV
— ଓଟିଭି (@otvkhabar) March 24, 2022
13:36 PM(3 years ago )
#ଫଟୋରେ_ଖବର: ରାଜଧାନୀ ଭୁବନେଶ୍ୱରରେ ବହୁମାତ୍ରାରେ ଭୋଟର ମତଦାନ କରୁଥିବାର ଦୃଶ୍ୟ#PhotoNews #MunicipalElection2022 #Voters #Bhubaneswar #OTV pic.twitter.com/eDE7vY9NLP
— ଓଟିଭି (@otvkhabar) March 24, 2022
13:31 PM(3 years ago )
13:31 PM(3 years ago )
13:30 PM(3 years ago )
13:29 PM(3 years ago )
13:28 PM(3 years ago )
13:25 PM(3 years ago )
13:25 PM(3 years ago )
13:24 PM(3 years ago )
13:24 PM(3 years ago )
13:23 PM(3 years ago )
13:15 PM(3 years ago )
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି । ଅଧିକ ପଢ଼ନ୍ତୁ...
13:14 PM(3 years ago )
13:13 PM(3 years ago )
12:13 PM(3 years ago )
12:13 PM(3 years ago )
11:57 AM(3 years ago )
11:56 AM(3 years ago )
11:55 AM(3 years ago )
11:55 AM(3 years ago )
11:55 AM(3 years ago )
11:54 AM(3 years ago )
11:54 AM(3 years ago )
11:54 AM(3 years ago )
11:53 AM(3 years ago )
11:53 AM(3 years ago )
11:52 AM(3 years ago )
11:52 AM(3 years ago )
11:50 AM(3 years ago )
11:49 AM(3 years ago )
11:48 AM(3 years ago )
11:46 AM(3 years ago )
11:46 AM(3 years ago )
11:43 AM(3 years ago )
11:43 AM(3 years ago )
ବ୍ରହ୍ମପୁର: ୪୦ ନମ୍ବର ୱାର୍ଡର ୨୩୩ ନଂ ବୁଥ୍ ବାହାରେ ଇଭିଏମ୍କୁ ନେଇ ଉତ୍ତେଜନା, ସେକ୍ଟର ଅଧିକାରୀଙ୍କ କାର୍ ଭିତରେ ଥିବା ଇଭିଏମ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି; ବୁଥ୍ରେ EVM ଥାଇ ବାହାରେ କାହିଁକି ଆଉ ଗୋଟିଏ ରହିଲା ବୋଲି ପ୍ରଶ୍ନ ଉଠିଛି#Odisha #ULBelections #MunicipalElectionsWithOTV
— ଓଟିଭି (@otvkhabar) March 24, 2022
11:42 AM(3 years ago )
ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍କୁ ଯାଇ ମତଦାନ ଦେଇଛନ୍ତି । ଅଧିକ ପଢ଼ନ୍ତୁ...
10:33 AM(3 years ago )
ପୌର ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୦% ମତଦାନ; ୧୦% ମତଦାନ ନେଇ SECଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା#Odisha #ULBelections #MunicipalElectionsWithOTV
— ଓଟିଭି (@otvkhabar) March 24, 2022
10:33 AM(3 years ago )
-ଝାରସୁଗୁଡ଼ାରେ ମତଦାନ ବେଳେ ପୋଲିଂ ଏଜେଣ୍ଟଙ୍କୁ ନେଇ ମନମୋହନ ୟୁପି
— ଓଟିଭି (@otvkhabar) March 24, 2022
ସ୍କୁଲର ୭୯ ନଂ ବୁଥ୍ରେ ଉତ୍ତେଜନା
-ପୋଲିଂ ଏଜେଣ୍ଟ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଅଭିଯୋଗରେ ଉତ୍ତେଜନା
-ମତଦାନ କରିସାରିଥିବା କିଛି ଭୋଟର ବୁଥ୍ରୁ ନ ବାହାରିବାରୁ ଉତ୍ତେଜନା
-ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ#Odisha #ULBelections
10:32 AM(3 years ago )
ଆଜି ପୌର ଭୋଟ । ହେଲେ ଭୁବନେଶ୍ୱରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ ବିଭିନ୍ନ ବୁଥ୍ମାନଙ୍କରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ୱ ହୋଇଥିବା ଜଣାପଡିଛି..ଆହୁରି ପଢନ୍ତୁ...
10:04 AM(3 years ago )
10:04 AM(3 years ago )
09:52 AM(3 years ago )
09:51 AM(3 years ago )
09:51 AM(3 years ago )
ଭୁବନେଶ୍ୱର ପୌର ନିର୍ବାଚନରେ ସକାଳୁ ସକାଳୁ ତ୍ରୁଟି। ସକାଳ ୮ଟାରୁ ଭୋଟ୍ ହେବା କଥା, ହେଲେ ଇଭିଏମ୍ କାମ କଲାନି...ଲୋକ ଘେରିଗଲେ #MahanagarNigam #NagarPalika #NagarPanchayat #Odisha #OTV pic.twitter.com/whxf4kQJAq
— ଓଟିଭି (@otvkhabar) March 24, 2022
09:49 AM(3 years ago )
09:29 AM(3 years ago )
09:23 AM(3 years ago )
08:56 AM(3 years ago )
-ଭଦ୍ରକ ପୌରପାଳିକାର ୮ ନଂ ୱାର୍ଡରେ ଟଙ୍କା ବାଣ୍ଟିବା ଅଭିଯୋଗ
— ଓଟିଭି (@otvkhabar) March 24, 2022
-ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ
-ଟାଉନ ପୋଲିସ ୨୫ ହଜାର ଟଙ୍କା ଜବତ କରିଥିବା ସୂଚନା#MunicipalityElection2022 #Bhadrak #OTV pic.twitter.com/vVp1HCATpa
08:50 AM(3 years ago )
#ଆଠଗଡ଼: ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ। ୩ ନମ୍ବର ୱାର୍ଡର ୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ଭୋଟିଂ ବିଳମ୍ବ ଘଟିଛି#MunicipalityElection2022 #Athagarh #OTV pic.twitter.com/kh6sHxTcPx
— ଓଟିଭି (@otvkhabar) March 24, 2022
08:44 AM(3 years ago )
-ଭୁବନେଶ୍ୱରରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ
— ଓଟିଭି (@otvkhabar) March 24, 2022
-ବିଏମ୍ସିର ୪୧ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥ୍ରେ ମତଦାନ ବିଳମ୍ବ
#ULBelections #Odisha
08:43 AM(3 years ago )
ନୂଆପଡ଼ା: ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍ଦାନ ବିଳମ୍ବ; ନୂଆପଡା NACର ୧୨ ନଂ ବୁଥ୍ରେ ଇଭିଏମ୍ ଅଚଳ ଅଭିଯୋଗ, ବୁଥ୍ର କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ କାମ କରୁନି; ଭୋଟ କେନ୍ଦ୍ର ବାହାରେ ୫ ଶହରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ଅପେକ୍ଷାରତ#ULBelections #Odisha pic.twitter.com/fjkdIlHVZo
— ଓଟିଭି (@otvkhabar) March 24, 2022
08:43 AM(3 years ago )
08:25 AM(3 years ago )
08:02 AM(3 years ago )
08:02 AM(3 years ago )
08:01 AM(3 years ago )
07:59 AM(3 years ago )
ପୌର ନିର୍ବାଚନ ଲାଗି ଆଜି ମତଦାନ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ ଅଧିକ ପଢ଼ନ୍ତୁ..
07:32 AM(3 years ago )
#ଆଜି_ପୌର_ନିର୍ବାଚନ
— ଓଟିଭି (@otvkhabar) March 24, 2022
-ପୌର ନିର୍ବାଚନ ଲାଗି ଆଜି ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ
-ପ୍ରଥମ ଥର ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟକ୍ଷ ମତଦାନ
-୪୭ଟି ମ୍ୟୁନିସପାଲିଟି, ୫୯ ଏନ୍ଏସି ଓ ୩ ମହାନଗର ନିଗମ ପାଇଁ ମତଦାନ #MunicipalElection #OTV pic.twitter.com/t7RrjBsJiN
23:50 PM(3 years ago )
ଟଙ୍କା ନିଅ, ଭୋଟ୍ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।
23:46 PM(3 years ago )
କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।