Advertisment

ପୁଷ୍ପା ନଇଁଲାନି, ପୌର ନିର୍ବାଚନରେ ମାରିନେଲା ବାଜି

ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ।

author-image
Chandan Shishu
ଅଦ୍ୟତନ ହୋଇଛି
Puspa Rout won

Puspa Rout won

ପୌର ନିର୍ବାଚନରେ ଜିତିଲା ପୁଷ୍ପା। ଫିଲ୍ମର ଡାଇଲଗ୍‌ ସତ ହେଲା ନିର୍ବାଚନର ମୈଦାନରେ। ପୁଷ୍ପା ନଇଁଲାନି, ମାରିନେଲା ବାଜି। ଚାରିଆଡେ ବିଜେଡି ହାୱା ଥିବା ବେଳେ ଚକମା ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ପୁଷ୍ପା। ୪୬ ନମ୍ବର ୱାର୍ଡରେ ପୁଷ୍ପା ରାଉତ ବିଜୟ ହୋଇଛନ୍ତି। ଯାହାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା।

Advertisment

ଏହି ୱାର୍ଡରେ ବିଜେଡି ସହ ଚାଲେଞ୍ଜ ଦେଇଥିଲେ ପୁଷ୍ପା ରାଉତ। ବିଜୟ ହାସଲ କରିବା ପରେ ତାଙ୍କର ସମର୍ଥକମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ଏନେଇ ପୁଷ୍ପା କହିଛନ୍ତି, ଲୋକମାନେ ଅଜସ୍ର ସମର୍ଥନ ଦେଇଛନ୍ତି। ଏତେ ଭଲପାଇବା ଯୋଗୁ ଆଜି ମୁଁ ୧୧୮୦ ଭୋଟ୍‌ରେ ଜିତିପାରିଛି।

ସେ ଆହୁରି କହିଛନ୍ତି, ମୋ ସ୍ୱାମୀ ଅନେକ ଲୋକଙ୍କୁ ସାହାଯ୍ୟ, ସହଯୋଗ କରିଛନ୍ତି। ଏପରିକି ଗୋଡ଼ହାତ ଧରିକି ଅନେକ ପିଲାଙ୍କ ଚାକିରି କରାଇଦେଇଛନ୍ତି। ମୁଁ ସବୁବେଳେ ଲୋକଙ୍କ ସାଙ୍ଗରେ ରହିବି। ଯାହାବି ସମସ୍ୟା ରହିବ, ମୁଁ ତାଙ୍କ ସହ ରହିବି। ବିଜେଡିରୁ ଟିକେଟ୍‌ ମିଳିବ ବୋଲି ଆଶା କରିଥିଲି କିନ୍ତୁ ମିଳିଲାନି।  

Advertisment

ପୁଷ୍ପାଙ୍କ ସ୍ୱାମୀ କହିଛନ୍ତି ଯେ ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ। ମୁଁ ଦୀର୍ଘ ବର୍ଷ ଧରି ଲୋକଙ୍କ ସହ ରହିଆସୁଛି, ସେମାନଙ୍କ ସମର୍ଥନ ମୋତେ ମିଳିଛି। 

Municipal Elections 2022 Odisha Municipal Elections
Advertisment
Advertisment